ମୃତ୍ୟୁ

ଉଇକିଅଭିଧାନ‌ରୁ

ମୃତ୍ୟୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ -(ମୃ ଧାତୁ=ମରିବା+ଭାବ. ତ୍ୟୁ)[ସମ୍ପାଦନା]

୧. ପ୍ରାଣବିୟୋଗ; ମରଣ —୧. Death.
୨. (+ଅପାଦାନ. ତ୍ୟୁ)—ଯମ — ୨. The God of death.

[ଉ—ମୃତ୍ୟୁଙ୍କ ନାତି ଆମ୍ଭ ତାତ, ଧର୍ମ ବିଚାରେ ବିମୋହିତ ଜଗନ୍ନାଥ. ଭାଗବତ]

୩. କଂସାସୁର —୩. The demon Kaṁsa.

ଦେଶଜ - ବିଶେଷଣ -[ସମ୍ପାଦନା]

(କଚିରିଆ ଆଶୁଦ୍ଧ ଭାଷା) ମୃତ; ମୁତୋଫା — ୩. Deceased; dead; the late (so and so.)

[ଦ୍ରଷ୍ଟବ୍ୟ —'ମୃତ୍ୟୁ' ଶବ୍ଦ ପୂର୍ବରେ ଅନ୍ୟ ଶବ୍ଦ ବା ଉପସର୍ଗ, ଉପ ପଦ ଲାଗି ଅନ୍ୟ ଶବ୍ଦ ମଧ୍ୟ ସୃଷ୍ଟ ହୋଇଥାଏ କେତେକ ଉଦାହରଣ, ଯଥା—ଅପମୃତ୍ୟୁ, ସୁଖମୃତ୍ୟୁ, ଅକାଳ ମୃତ୍ୟୁ— ସହମୃତ୍ୟୁ, ତୀର୍ଥମୃତ୍ୟୁ, ଜରାମୃତ୍ୟୁ, ରୋଗମୃତ୍ୟୁ ]