ଅଇଁଠା

ଉଇକିଅଭିଧାନ‌ରୁ

ଦେଶଜ ବିଶେଷ୍ୟ[ସମ୍ପାଦନା]

(file)

(ପ୍ରାଦେଶିକ ଅଇଣ୍ଠ)

  1. ଖାଦ୍ୟ ପାତ୍ରରେ ବଳି ପଡ଼ିଥିବା ଖିଆଯାଇଥିବା ଖାଦ୍ୟ ।
    • ଉଦାହରଣ:
    ଆଜି ଖୁଦ ଯାଉ କାଲି ଗଇଁଠା,
    ପଅର ଦିନକୁ ଦାରି ଅଇଁଠା । (ଢଗ)
  2. ଯେଉଁ ଖାଦ୍ୟ ବସ୍ତୁର କେତେକ ଅଂଶ ଆଗରୁ ଖିଆଯାଇଛି ।
  3. ଖାଇ ସାରିବା ପରେ ଖାଇବା ସ୍ଥାନରେ ବଳିପଡ଼ିଥିବା ପତ୍ର ବା ବାସନ ଓ ତହିଁ ନିକଟରେ ବିଞ୍ଚି ହୋଇ ପଡ଼ିଥିବା ଖାଦ୍ୟ ଦ୍ରବ୍ୟର କଣାମାନ ।
    1. ଯଥା: କାଲି ରାତିର ଅଇଁଠା କେହି ଉଠେଇ ନାହିଁ ।
    • ଉଦାହରଣ:
    ଅଇଁଠା ଉଠାଇବାରେ କିଁପା ଅଛୁ ମାତି ।
    [୧]

ପ୍ରାଦେଶିକ (ଗଡ଼ଜାତ) ବିଶେଷ୍ୟ[ସମ୍ପାଦନା]

ରାଜାଙ୍କ ଅଇଁଠା ଉଠାଇବା ଚାକର

ଗ୍ରାମଜ ବିଶେଷ୍ୟ[ସମ୍ପାଦନା]

ପୁରୁଷ ଓ ସ୍ତ୍ରୀର ନାମ ବିଶେଷ

ଦେଶଜ ବିଶେଷଣ[ସମ୍ପାଦନା]

    1. ଉଚ୍ଛିଷ୍ଟ, ଖିଆଯାଇଥିବା ବଳକା ଖାଦ୍ୟ
    2. ଆଗରୁ ଅଂଶତ ଖିଆଯାଇଥିବା ଖାଦ୍ୟ
    3. ଖାଇବା ପରେ ଖାଇବା ପାତ୍ରରେ ବଳିପଡ଼ିଥିବା (ଖାଦ୍ୟପାତ୍ର, ପତ୍ର ଓ ଖାଦ୍ଯର କଣା)
    • ଉଦାହରଣ:
    ଯାଚିଲେ ନ ଖାନ୍ତି ଖଣ୍ଡ ଶାକର
    ବୁଲି ଚାଟୁଥାନ୍ତି ଅଇଁଠା ପତର । (ଢଗ)
  1. ତୁଣ୍ଡ ବା ପାଟିଦେଇ ଖିଆଯାଇଥିବା ସ୍ପୃଷ୍ଟ
  2. ଖାଇସାରିବା ପରେ ଧୁଆହୋଇନଥିବା (ମୁହଁ ବା ହାତ)
  3. ଯେଉଁ ଲୋକ ଖାଇସାରିବା ପରେ ମୁହଁ ବା ହାତ ଧୋଇ ନ ଥାଏ
    • ଉଦାହରଣ:
    ନିଶ୍ଚେ ତୁମ୍ଭେ ଅଇଣ୍ଠା ହୋଇ ଆସିଅଛ,
    ଏକଥା ମନରେ ସୁମର ମୁନିବଛ ।
    [୨]
  4. ଉଚ୍ଛିଷ୍ଟ ଖାଦ୍ୟ କଣା ଯହିଁରେ ଲାଗିଥାଏ (ଯଥା, ବାସନ)

ଲକ୍ଷଣାର୍ଥ[ସମ୍ପାଦନା]

ଅନ୍ୟ ବ୍ୟକ୍ତି ଦେଇ ଆଗରୁ ଖିଆଯାଇଥିବା[୩] ପୃ. ୫

ଅନ୍ୟ ବ୍ୟବହାର[ସମ୍ପାଦନା]

  • ଅଇଁଠା ଅଣ୍ଡୋଳ

ଦେଶଜ ବିଶେଷଣ: ଅଇଁଠା ଲାଗିବା ଯୋଗୁଁ ଅପବିତ୍ର

  • ଯଥା- ଏ ପିଲାଟା ଅଇଁଠା ଅଣ୍ଡୋଳ ହୋଇଛି[୩] ପୃ. ୫
  • ଅଇଁଠା କଇଁଠା

ଦେଶଜ ବିଶେଷ୍ୟ

  • ଅଇଁଠା ଇଣ୍ଡୋଳ = ଅଇଁଠା କଇଁଠା

ପ୍ରାଦେଶିକ ଗଡ଼ଜାତ

  • ଅଇଁଠା କଇଁଠା
  1. ଗ୍ରାମଜ ବିଶେଷ୍ୟ (ଅନର୍ଥକ ଅର୍ଥରେ ୨ୟ ସହଚର): ଉଚ୍ଛିଷ୍ଟ ଲାଗିଥିବା ବାସନ ଆଦି
  2. ଗ୍ରାମଜ ବିଶେଷଣ: ଉଚ୍ଛିଷ୍ଟ ଲାଗିଥିବା (ବହୁବଚନ)[୩] ପୃ. ୬
  • ଅଇଁଠା ଉଠାଇବା

ଦେଶଜ କ୍ରିୟା କୌଣସି ଜନ ଖାଇଥିବା ସ୍ଥାନରୁ ଆବଶିଷ୍ଠ ଓ ଛାଡ଼ିଯାଇଥିବା କିବା ଭୂମିପତିତ ଖାଦ୍ୟକଣା ଓ ପାତ୍ରକୁ ଉଠାଇ ସେ ସ୍ଥାନକୁ ପରିଷ୍କାର କରିବା

  • ଅଇଁଠା ଉଠିବା
  • ଦେଶଜ ବିଶେଷଣ: ଖାଇଥିବା ସ୍ଥାନରୁ ଅଇଁଠା ପତ୍ର ଆଦି ଉଠାଇ ନେବା
  • ଅଇଁଠା କରିବା

ଦେଶଜ କ୍ରିୟା: ପାତ୍ରରେ ଥିବା କୌଣସି ଖାଦ୍ୟଦ୍ରବ୍ୟର ଏକାଂଶକୁ ଖାଇ ପତ୍ରରେ ଥିବା ସମୁଦାୟ ପଦାର୍ଥକୁ ଉଚ୍ଛିଷ୍ଟରେ ପରିଣତ କରିବା

  • ଅଇଁଠା ଖାଇବା

ଦେଶଜ କ୍ରିୟା[ସମ୍ପାଦନା]

ପରର ଉଚ୍ଛିଷ୍ଟ ଭୋଜନ କରିବା
  1. (ଗାଳିରେ ବ୍ୟବହାର କରାଯାଉଥିବା) ପରର ଆଶ୍ରିତ ହୋଇ ଭୋଜନ ମାରିବା
  2. (ଲକ୍ଷଣାର୍ଥ) ଅନ୍ୟର ଉପଭୁକ୍ତା ସ୍ତ୍ରୀକୁ ସଙ୍ଗମ କରିବା
  3. (ଲକ୍ଷଣାର୍ଥ, ଗାଳି) କୌଣସି ଘୃଣ୍ୟ କାମ (ଯଥା- ଚୋରି, ପ୍ରତାରଣା) କରିବା
  • ଅଇଁଠାଖାଇ
  • ଦେଶଜ ବିଶେଷଣ (ସ୍ତ୍ରୀ) ଗାଳି: ଅଇଣ୍ଠାଖିଆର ସ୍ତ୍ରୀଲିଙ୍ଗ
    ଉଦାହରଣ: ଅଇଣ୍ଠାଖାଇ କୁକୁରୀ ଆଉ ଖଣ୍ଡିଏ ଅଇଁଠା ପତ୍ର ସମ୍ମୁଖରେ ଦେଖିଲେ ପୂର୍ବ ପତ୍ର ଗୋଡ଼ରେ ଦଳିଦେଇଯାଏ ।
    [୪]

ଆଧାର[ସମ୍ପାଦନା]

  1. କୃଷ୍ଣସିଂହ ମହାଭାରତ . ବିରାଟ
  2. କୃଷ୍ଣସିଂହ ମହାଭାରତ . ଆଦି ପର୍ବ
  3. ୩.୦ ୩.୧ ୩.୨ ପ୍ରହରାଜ, ଗୋପାଳଚନ୍ଦ୍ର . ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. ଭାଗ ୧ ଖଣ୍ଡ ୧।
  4. ଫକିରମୋହନ ସେନାପତି. ଛମାଣ ଆଠଗୁଣ୍ଠ