କଲମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଲମ
ଉଚ୍ଚାରଣ: Kalama
কলম कलम

ଦେ. ବି. (ସଂ. କଲମ; କାହାରି କାହାରି ମତରେ ଆରବୀ କଲ୍ମ ଶବ୍ଦରୁ ଆସିଛି ମାତ୍ର ସଂସ୍କୃତରେ ଏହାର ବ୍ୟବହାର ଦେଖାଯାଏ; ଆଧୁନିକ ସଂସ୍କୃତ କୋଷ ମାନଙ୍କରେ (ଯଥା ହେମଚନ୍ଦ୍ର, ମେଦିନୀ, ଜଟାଧର, ତ୍ରି କାଣ୍ଡ) ଲେଖାନୀ ଅର୍ଥରେ କଲମ ଶଦ୍ଦ ଅଛି, କିନ୍ତୁ ଅମରକୋଷରେ ଏ ଅର୍ଥ ନାହିଁ ତୁଳ. ଆ . କଲମ୍; ତେ. କଳମୃ; ଗ୍ରୀକ୍. କଲମ; ଲଟୀନ. କଲମସ୍) —

୧: କାଳିରେ ଲେଖିବାର ଲେଖନୀ — ୧. Pen; reed pen.

୨: ବଣିଆର ଲମ୍ବ ମୁନିଆ କଲମ ପରି ୟନ୍ତ୍ରବିଶେଷ — ୨. A panlike instrument used by goldsmiths for chased work and embossing.

[ଦ୍ର—ଏ ହତିଆର ଦ୍ବାରା ବଣିଆମାନେ ସୁନା ରୂପା ଉପରେ ନକାସୀ କାମ ଖୋଦନ କରନ୍ତି]

୩: ପ୍ରାଚୀନ ବୃକ୍ଷର ଶାଖାରେ ବୈଜ୍ଞାନିକ ଉପାୟ ଦ୍ବାରା ଚେର ଉତ୍ପାଦନ କାରଇବା ପରେ ତାକୁ ଅସଲ ଗଛରୁ ପୃଥକ୍ କରି ଆଣି ସ୍ବତନ୍ତ୍ର ବୃକ୍ଷ କରାଯିବା ଡାଳ; ନୂଆ ଗଛ କରିବା ଉଦ୍ଦେଶ୍ୟରେ ପୁରୁଣା ଗଛରୁ ଚେର ଉତ୍ପାଦନ କରା କଟାଯିବା ଡାଳ — ୩. A graft.

୪: ଲବଣ ପ୍ରଭୃତି ପଦାର୍ଥର ଆକୃତିବିଶିଷ୍ଟ ଲମ୍ବ ଦାନ — ୪. Crystal (e.g. of salt).

୫: କାଚ ଝାଡ଼ ପ୍ରଭୃତିରେ ଲଟକି. ଥିବା ତ୍ରିକୋଣ କାଚ ଖଣ୍ଡ — ୫. Prismatic pieces of glass suspended from chandeliers; prism.