ଗୁରୁ

ଉଇକିଅଭିଧାନ‌ରୁ

ଗୁରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପୁଂ ଓ ସ୍ତ୍ରୀ) (ଗୃ ଧାତୁ= ଶବ୍ଦ କରିବା; କହିବା+ କର୍ତ୍ତୃ ଉ; ଯେ ଧର୍ମକର୍ମାଦିର ପଥ ଶିଷ୍ୟ ନିକଟରେ ପ୍ରକାଶ କରନ୍ତି)[ସମ୍ପାଦନା]

୧. ଶିକ୍ଷାଗୁରୁ; ଆଚାର୍ଯ୍ୟ; ଅଧ୍ୟାପକ — ୧. Preceptor; teacher; tutor.
୨. ପିତା —୨. Father.
୩. ଧର୍ମୋପଦେଷ୍ଟା; ମନ୍ତ୍ରଦାତା — ୩. Spiritual guide.
୪. ପୂର୍ବପୁରୁଷ —୪. Ancestor.
୫. ପୁରୋହିତ —୫. Priest.
୬. ସମ୍ମାନାର୍ହ ବ୍ୟକ୍ତି; ପିତା ମାତା ଆଦି ଗୁରୁଜନ — ୬. One's elders.

[ଦ୍ରଷ୍ଟବ୍ୟ —ଶାସ୍ତ୍ର ଅନୁସାରେ ଜନ୍ମଦାତା (ପିତା ମାତା), କନ୍ୟା— ଦାତା, ମନ୍ତ୍ରଦାତା, ଜ୍ୟେଷ୍ଠଭ୍ରାତା, ଅନ୍ନଦାତା ଓ ଭୟତ୍ରାତା, ଏମାନଙ୍କ ସ୍ତ୍ରୀ ଓ ଏମାନେ ଗୁରୁ ଅଟନ୍ତି]

୭. ନିୟମକାରକ; ନିୟାମକ ବ୍ୟ୍ୟକ୍ତି —୭. Rular; guide.
୮. ଦେବଗୁରୁ; ବୃହସ୍ପତି —୮. Brahaspati.
୯. ବୃହସ୍ପତିଗ୍ରହ —୯. Jupiter (planet).
୧. ଦୋଣାଚାର୍ଯ୍ୟ —୧୦. Droṇāchārj̄ya.

୧୧: ପୁଷ୍ୟାନକ୍ଷତ୍ର (ବୃହସ୍ପତି ଏ ନକ୍ଷତ୍ରର ଅଧିଷ୍ଠାତା) — ୧୧. The ୮th lunar mansion.

୧୨: ଓସ୍ତାତ୍; ନାଟ ଓ ସଙ୍ଗୀତ ଶିକ୍ଷକ — ୧୨. Music-master.

୧୩: ବ୍ରହ୍ମା —୧୩. God Brahmā.

୧୪: ଦୀର୍ଘସ୍ୱର —୧୪. Long vowel.

୧୫: ପରମାତ୍ମା —୧୫. The Supreme Spirit.

୧୬: ସଂଯୁକ୍ତାକ୍ଷରର ପୂର୍ବ ବର୍ଣ୍ଣ — ୧୬. The vowel preceding a dipthong or tripthong.

୧୭: ବେଦାନ୍ତ ଦର୍ଶନର ମୀମାଂସକ ଶାଖାର ପ୍ରତିଷ୍ଠାତା — ୧୭. Name of a leader of the school of the Mimāṁsaka branch of Bedānta philosophy.

୧୮: ବିଷ୍ଣୁ —୧୮. Bishṇu.

୧୯: ଶିବ —୧୯. Ṡiba.

୨. (ସଙ୍ଗୀତ) ଯେଉଁ ଡ଼ାଳରେ ଏକ ଦୀର୍ଘ ବା ଦୁଇ ସାଧାରଣ ମାତ୍ରା ଥାଏ —୨୦. (music) A measure containing one long or two short syllables.
(ଗୁର୍ବୀ, ଗୁର୍ବିଣୀ—ସ୍ତ୍ରୀ) 

(ଗୁରୁତା, ଗୁରୁତ୍ୱ—ବି)

(ଲଘୁ—ବିପରୀତ)

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ଭାରି —୧. Heavy; weight.
୨. ବିଷମ; ଉତ୍କଟ — ୨. Fearful; terrible; excessive; violent
୩. ଦୁର୍ଗମ —୩. Inaccessible.
୪. ଦୁସ୍ତର —୪. Impassable.
୫. ଶ୍ଳାଘ୍ୟ; ପୂଜନୀୟ — ୫. Venerable; respectable; adorable.
୬. ଅପରାଜେୟ —୬. Invincible.
୭. ଦୁର୍ବାହ — ୭. Unbearable; arduous; difficult to bear.
୮. ମହତ୍ —୮. Great; mighty.
୯. ପରାକ୍ରାନ୍ତ —୯. Powerful.
୧. ବୃହତ୍; ବଡ଼ —୧୦. Big; large.


୧୧: କଠିନ —୧୧. Hard.

୧୨: ଅଧିକ —୧୨. Much; great;

୧୩: ଅତିଶୟ —୧୩. Excessive.

୧୪: ଯାହା ସହଜରେ ଜୀର୍ଣ୍ଣ ହୁଏ ନାହିଁ — ୧୪. Hard of digestion.

୧୫: ଉତ୍କୃଷ୍ଟ —୧୫. Excellent.

୧୬: ପ୍ରୟୋଜନୀୟ —୧୬. Important; weighty.

୧୭: ବହୁକାଳସ୍ଥାୟୀ —୧୭. Long in duration; enduring.

୧୮: ପ୍ରିୟ —୧୮. Dear; beloved.

୧୯: ଯେଉଁ ବର୍ଣ୍ଣ ଉଚ୍ଚାରଣ କରିବାକୁ ବେଶୀ ସମୟ ଲାଗେ; ଦୀର୍ଘ —୧୯. Long (letter)

[ ଦ୍ର—ଦୀର୍ଘସ୍ୱର ବା ଯେଉଁ ବର୍ଣ୍ଣରେ ଦୀର୍ଘସ୍ୱର ଯୁକ୍ତ ଥାଏ କିମ୍ୱା ଯୁକ୍ତାକ୍ଷରର ପୂର୍ବବର୍ତ୍ତୀ ହ୍ରସ୍ୱସ୍ୱର ବା ହ୍ରସ୍ୱସ୍ୱର ଯୁକ୍ତ ବର୍ଣ୍ଣ 'ଗୁରୁ' ବର୍ଣ୍ଣ ଅଟେ ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗଉଡ଼ଙ୍କର ଉପାଧିବିଶେଷ — ୧. A title of the cow-herds.
୨. ସମ୍ୱଲପୁର ଅ଼ଞ୍ଚଳର ବ୍ରାହ୍ମଣଙ୍କ ବଂଶୋପାଧିବିଶେଷ — ୨. A family-title of Brāhmaṇas in Sambalpur.
୩. କେଳାଙ୍କ ବଂଶୋପାଧିବିଶେଷ — ୩. A family-title Keḻās.