ଗୋସାଇଁ

ଉଇକିଅଭିଧାନ‌ରୁ

ଗୋସାଇଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋସ୍ୱାମୀ)[ସମ୍ପାଦନା]

୧. ପ୍ରଭୁ; ସ୍ୱାମୀ — ୧. Lord; master.
୨. ମାଲିକ; ପଶୁର ବା ଦ୍ରବ୍ୟର ସ୍ୱାମୀ — ୨. Owner of a beast or article.

ଖଲିଆ ବୋଲେ ଖାଡ଼ିଆରେ ଦେଖ୍ ମୋର ଚାଲି ତୋର ମୋର ସାଙ୍ଗ ହେଲେ ଗୋସେଇଁ ଖାଇବା କାଲି—ଢଗ

୩ : ବ୍ରାହ୍ମଣ —୩. Brāhmaṇa.

ଗଙ୍ଗାଙ୍କ ତୀରେ ସମସ୍ତ ଗୋସାଇଁ କୃଷ୍ଣସିଂହ. ମହାଭାରତ. ବନ

୪ : ଗୋସ୍ୱାମୀ; ବୈରାଗୀ; ସନ୍ନ୍ୟାସୀ ସଂପ୍ରଦାୟବିଶେଷ; ଦଶ— ନାମୀ ସନ୍ନ୍ୟାସୀ —୪. A class of asceties or Sannyāsīs.

[ଦ୍ରଷ୍ଟବ୍ୟ —ଏ ସଂପ୍ରଦାୟର ଦଶ ଭେଦ ଅଛି, ଏମାନଙ୍କୁ ଦଶନାମୀ ବୋଲାଯାଏ ଗିରି, ପୁରୀ, ଭାରତୀ, ସରସ୍ୱତୀ, ବନ, ତୀର୍ଥ ଆଦି ଏହି ସଂପ୍ରଦାୟର ଅନ୍ତର୍ଭୁକ୍ତ]

୫. ଚୈତନ୍ୟଦେବଙ୍କ ଶିଷ୍ୟ ଓ ବଂଶଧରଙ୍କ ଉପାଧି — ୫. Title of Ch&aline;i̱tanya's descendants and disciples.
୬. ଈଶ୍ୱର; ଦେବତା —୬. God; Deity.
୭. ବ୍ରାହ୍ମଣ, ଗୁରୁ ଆଦିଙ୍କ ପରେ ମାନ୍ୟାର୍ଥ ପ୍ରଯୁକ୍ତ ଉପାଧି — ୭. A title of respect added after the name of a revered person.

(ଯଥା—ଗୁରୁ ଗୋସାଇଁ, ନନା ଗୋସାଇଁ, ବାପା ଗୋସାଇଁ)

ଦେଶଜ - ଅ. (ସମ୍ୱୋଧନ)[ସମ୍ପାଦନା]

(ବ୍ରାହ୍ମଣ, ବୈଷ୍ଣବ ଓ ରାଜାଙ୍କ ପ୍ରତି ସମ୍ୱୋଧନରେ ପ୍ରଯୁଜ୍ୟ) ମହାଶୟ! — (Interjection used in addressing a Brāhmaṇa, an ascetic, a Raja) Sir!

ଧୌମ୍ୟଙ୍କୁ ବୋଇଲେ ଗୋସାଇଁ ତୁମ୍ଭେ ଥାଅ ଆସିଲେ ମୋ ଦଶା ଜାଣିବେ ପାଣ୍ଡୁ ପୁଅ କୃଷ୍ଣସିଂହ. ମହାଭାରତ. ବନ