ଛତିଶଗଡ଼

ଉଇକିଅଭିଧାନ‌ରୁ

ଛତିଶଗଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଛତିଶଗଡ଼—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ମଧ୍ୟପ୍ରଦେଶାନ୍ତର୍ଗତ ଗଡ଼ଜାତ ସମୂହ ଓ ଗୋଟିଏ ବିଭାଗ —Name of the agency tracts and of a division in the Central Province.

[ଦ୍ରଷ୍ଟବ୍ୟ —ପୂର୍ବେ ଛତିଶଗଡ଼ ୩୬:ଟି ଗଡ଼ଜାତ ରାଜ୍ୟର ସମଷ୍ଟି ଥିଲା ବର୍ତ୍ତମାନ ତହିଁ ମଧ୍ୟରୁ କେତେକ ଓଡ଼ିଶା ଗଡ଼ଜାତ ଓ କେତେକ ମଧ୍ୟପ୍ରଦେଶ ଗଡ଼ଜାତର ଅନ୍ତର୍ଭୂକ୍ତ ହୋଇଅଛି; କିନ୍ତୁ ପୂର୍ବର ନାମଟି ମଧ୍ୟପ୍ରଦେଶ ଗଭର୍ଣ୍ଣରଙ୍କ ଅଧୀନ ଜଣେ ପୋଲିଟିକଲ ଏଜେଣ୍ଟଙ୍କ ଶାସିତ ୨ଟି ଗଡ଼ଜାତ ଓ ରାୟପୁର, ବିଳାସପୁର ଓ ଦୁଗ୍ ନାମକ ୩ଟି ବ୍ରିଟିଶ—ଶାସିତ ଜିଲ୍ଲାସମ୍ୱଳିତ ଜଣେ କମିଶନରଙ୍କ ଅଧୀନସ୍ଥ ବିଭାଗକୁ ବୁଝାଉଛି ଛତିଶଗଡ଼ ଡ଼ିଭିଜନର ଗଡ଼ଜାତ ମାନଙ୍କ ନାମ:—ବସ୍ତର, ଚଙ୍ଗଭାକର, ଛୁଇଖଦାନ, ଯାଶପୁର, କଙ୍କର, କବାରଦା, ଖଇରାଗଡ଼, କୋରିଆ, ରାୟଗଡ଼, ନନ୍ଦ ଗାଁ, ଶକ୍ତି, ସାରଣଗଡ଼, ସରଗୁଜା, ଉଦୟପୁର, କୋଣ୍ଡଖା, ରାୟପୁର, ଇକଦରିଆ, ଫୁଲଝର, ଖଡ଼ିଆଳ, ମକରାଇ କଳାହାଣ୍ଡି ପୂର୍ବେ ଛତିଶିଗଡ଼ ଇଲାକାରେ ଥିଲା ବର୍ତ୍ତମାନ ତାହା ଓଡ଼ିଶା ଗଡ଼ଜାତ ଅନ୍ତର୍ଭୂକ୍ତ ହୋଇଅଛି ବର୍ତ୍ତମାନ ଛତିଶଗଡ଼ ଅନ୍ତର୍ଗତ ଗୁଡ଼ିଏ

ଗଡ଼ଜାତ (ଯଥା—ଯାଶପୁର, ବସ୍ତର, ସରଗୁଜା, ଖଡ଼ିଆଳ, ଫୁଲଝର, ରାୟଗଡ଼)ରେ ଅନେକ ଓଡ଼ିଆ ବାସ କରନ୍ତି ଓ ପ୍ରକୃତରେ ଏମାନେ ଓଡ଼ିଆଭାଷୀ ଅଞ୍ଚଳ ଅଟେ ଓ ରାୟପୁର ଏବଂ ବିଳାସପୁର ଜିଲ୍ଲାର କେତେକ ଅଂଶ ମଧ୍ୟ ଓଡ଼ିଆଭାଷୀ ଓଟେ ] 



ଛତିଶଗଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଛତିଶଗଡ଼ରେ କଥିତ ହିନ୍ଦିଭାଷାର ଏକ ଭାଖା ବା ପ୍ରାଦେଶିକ କଥିତ ରୂପ —A dialect of Hindi current in Chhatiṡagaṟḍ̠a area of the Central Province.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଛତିଶଗଡ଼ ସମ୍ୱନ୍ଧୀୟ — ୧. Pertaining to Chhtiṡagaṟḍ̠a
୨. ଛତିଶଗଡ଼ରେ ଉତ୍ପନ୍ନ — ୨. Produced in Chhatiṡagaṟḍ̠a.
୩. ଛତିଶଗଡ଼ରେ କଥିତ — ୩. Spoken in the Chhatiṡagaṟḍ̠a area.