ତରାସ

ଉଇକିଅଭିଧାନ‌ରୁ

ତରାସ

ଓଡ଼ିଆ[ସମ୍ପାଦନା]

ଠାକୁରଙ୍କ ରୀତିନୀତିରେ ବ୍ୟବହୃତ ଆଡ଼େଣୀ ବା ତରାସ

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ତ୍ରାସ)[ସମ୍ପାଦନା]

୧. ତ୍ରାସ; ଭୟ — ୧. Fright; fear.
୨. ଆଭା; ଆଲୋକ ଆଦିର ତେଜଃ — ୨. The brilliance or lustre of a light.

ରାତ୍ରବିବେ ଚନ୍ଦ୍ର ସୂର୍ଯ୍ୟ ତରାସେ ସୁନ୍ଦର—ଅଭିମନ୍ୟୁ. ରସପଞ୍ଚକ

୩. ଆଡ଼େଣୀ; ପଙ୍ଖା ଆକାରର ଛତ୍ରବିଶେଷ — ୩. A fan-shaped umbrella held up on the side of idols and Rajas to protect them from the slanting rays of the sun.

ଧରାଉଛି ପୁଣ୍ଡରୀକ ଛତ୍ରଚୟ ମୟୂର ପୁଚ୍ଛ ତରାମ ମାଳତୀ କୁସୁମ ନିକର ଚାମର ଢାଳୁଛନ୍ତି ଚଉପାଶ ବିଶ୍ୱନାଥ. ବିଚିତ୍ରରାମାୟଣ

[ଦ୍ରଷ୍ଟବ୍ୟ —ଏହା ରାଜା ଓ ଠାକୁରଙ୍କ ପାଖେ ଶୋଭା ଯାତ୍ରା ଆଦିରେ ଟେକା ହୁଏ]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତରାଶ୍=କର୍ତ୍ତନ)[ସମ୍ପାଦନା]

୧. କଲମତ୍ରାସ; କଲମ କାଟିବା ଛୁରି — ୧. Pen-knife.
୨. ତାସ୍ ଓ ଗଞ୍ଜପା ଖେଳରେ ରଙ୍ଗ କଟା ହେବା ପରେ ତାସ୍‌ର ଯେଉଁ ଅଂଶ ତାସ ଧରିଥିବା ବ୍ୟକ୍ତିର ହାତରେ ରହିଯାଏ — ୨. The pack of cards which are left in the hand of the holder after a portion of it is taken up in a game of cards.