ବଂଶୀ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବଇଁଶୀ; ମୁରଲୀ; ବେଣୁ
  • ବଂଶଲୋଚନ
  • ୪କର୍ଷ ପରିମାଣ ବିଶେଷ

ବଂଶୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବଂଶ+ଈ; ଏହା ବାଉଁଶ ନଳରେ ତିଆରି ହେବାରୁ)[ସମ୍ପାଦନା]

୧. ବଇଁଶୀ; ମୁରଲୀ; ବେଣୁ — ୧. Flute; fife; pipe.


[ଦ୍ରଷ୍ଟବ୍ୟ —ପୁରାଣରେ ବର୍ଣ୍ଣିତ ଅଛି ଯେ ଶ୍ରୀକୃଷ୍ଣଙ୍କର ବଂଶୀନାଦ ଶୁଣିଲେ କ୍ରମାନ୍ୱୟରେ ଉଚ୍ଚାଟନ, ସ୍ତମ୍ଭନ, ବଶୀକରଣ ଓ ମୋହନ ଏହି ଚାରି ଅବସ୍ଥା ଜାତ ହୁଏ ଏହି ଅବସ୍ଥା ଅନୁସାରେ ଗୋପ— କନ୍ୟାମାନଙ୍କର ବିଭିନ୍ନ ଶ୍ରେଣୀ—ବିଭାଗ କରାହୋଇଅଛି ଯଥା— ବେଦକନ୍ୟା, ଦେବକନ୍ୟା, ମୁନିକନ୍ୟା ଓ ବ୍ରଜକନ୍ୟା ପ୍ରଥମ ବଂଶୀ ଉଚ୍ଚାଟନ, ପ୍ରକାଶ ବେଦକନ୍ୟାଗଣ ସ୍ତମ୍ଭନନାଦେ ବଂଶୀ ଶୁଣି, ଉଦିତ ଦେବତା ନନ୍ଦିନୀ ବଶୀକରଣ ନାଦ ବଂଶୀ, ତହୁଁ ସମ୍ଭୁତ ମୁନି ଅଂଶୀ ମୋହନନାଦେ ଯେ ମରଲୀ, ତହୁଁ ବିଦିତ ବ୍ରଜବାଳୀ— ଭୂପତି. ପ୍ରେମପଞ୍ଚାମୃତ

ବଂଶୀ ଦୁଇ ପ୍ରକାର; ଏକ ପ୍ରକାର ବଂଶୀର ଗୋଟିଏ ମୁଣ୍ଡର ରନ୍ଧ୍ରରେ ପୁଙ୍କିବାକୁ ହୁଏ ଓ ଅନ୍ୟ ବଂଶୀର ପାର୍ଶ୍ୱସ୍ଥ ଛିଦ୍ରକୁ ଓଠ ପାଖେ ସ୍ଫର୍ଶ କରି ସେ ରନ୍ଧ୍ରରେ ତୀର୍ଯ୍ୟକ୍ଭାବରେ ପୁଙ୍କିବାକୁ ହୁଏ]

୨. ବଂଶଲୋଚନ (ହ. ଶ) —୨. Bamboo manna
୩. ୪ ବର୍ଷ ପରିମାଣ ବିଶେଷ (ହିନ୍ଦୀ - ଶ.) — ୩. A unit of weight of ୪ karshas.