ବସ୍ତୁ

ଉଇକିଅଭିଧାନ‌ରୁ

ବସ୍ତୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ବସ୍ ଧାତୁ=ଥିବା, ହେବା+କର୍ତ୍ତୃ. ତୁ)[ସମ୍ପାଦନା]

୧. ଦ୍ରବ୍ୟ; ପଦାର୍ଥ —୧. Thing; object; article; substance.
୨. ସତ୍ୟ —୨. Truth; reality.
୩. ପ୍ରକୃତ ପଦାର୍ଥ; ଅସ୍ତିତ୍ୱବିଶିଷ୍ଟ ବସ୍ତୁ —୩. Actual or existing thing; matter; a reality.
୪. ସାର —୪. Essence; pith.
୫. ଉପକରଣ; ଉପାଦାନ —୫ Materials; ingredients; Stuff of which a thing is made.
୬. ଦ୍ରବ୍ୟର ପ୍ରାକୃତିକ ଗୁଣ — ୬. Natural property of a thing.
୭. ନାଟକ— ବର୍ଣ୍ଣିତ ବିଷୟ ବା ଗଳ୍ପ —୭. The plot of a drama.
୮. ବୃତ୍ତାନ୍ତ —୮. Circumstance.
୯. ସତ୍ପାତ୍ର —୯. Fit person.
୧. ଧନ; ସମ୍ପତ୍ତି —୧୦. Wealth; possessions; property (Apte).
୧୧. କୌଣସି ବିଷୟର ପୂର୍ବରୁ କଳ୍ପିତ ଆକାର —୧୧. Plan; design.
୧୨. ନାଟକାଦିର କଥାବସ୍ତୁ (ହିନ୍ଦୀ - ଶ.) —୧୨. The plot of a drama or poem or novel.

[ ଦ୍ର—ଏହା ୨ ପ୍ରକାର; ଅଧିକାରିକ, ଯହିଁରେ ନାୟକର ଚରିତ୍ର ଥାଏ ଓ ପ୍ରାସଙ୍ଗିକ, ଯହିଁରେ ନାୟକ ବ୍ୟତୀତ ଅନ୍ୟ କାହାର ଚରିତ୍ର ବର୍ଣ୍ଣିତ ହୋଇଥାଏ—ହିନ୍ଦୀ - ଶି.]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ବସ୍ତି)[ସମ୍ପାଦନା]

(ସ୍ତ୍ରୀମାନଙ୍କ ବ୍ୟବହୃତ) (ଶୁଭ ବା ଯୋନି) — (euphemism) Vagina; female organ.

[ ଦ୍ର—କଥା ପ୍ରସଙ୍ଗରେ ସ୍ତ୍ରୀମାନେ 'ଯୋନି' ଶବ୍ଦର ଅଶ୍ଳୀଳ ଓଡ଼ିଆ ପ୍ରତିଶବ୍ଦ ବ୍ୟବହାର ନ କରି ବସ୍ତୁ ଶବ୍ଦ ବ୍ୟବହାର କରି ଥାଆନ୍ତି]