ବ୍ରାହ୍ମଣ

ଉଇକିଅଭିଧାନ‌ରୁ

ବ୍ରାହ୍ମଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବ୍ରାହ୍ମଣୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - (ବ୍ରହ୍ମନ୍=ବ୍ରହ୍ମ ବେଦ+ଜ୍ଞାତାର୍ଥେ. ଅ; ଯେ ବ୍ରହ୍ମକୁ ବା ବେଦକୁ ଜାଣେ; କିମ୍ୱା ଯେ ବ୍ରହ୍ମାଙ୍କ ମୁଖରୁ ଜାତ)[ସମ୍ପାଦନା]

ବ୍ରହ୍ମାଜ୍ଞ —Knowing the Brahma.

ବିଶେଷ୍ୟ -[ସମ୍ପାଦନା]

୧. ବ୍ରହ୍ମଜ୍ଞ ବ୍ୟକ୍ତି —୧. Person sho has deep knowledge about the Supreme Being.
୨. ଦ୍ୱିଜ ଶ୍ରେଷ୍ଠ; ହିନ୍ଦୁଙ୍କ ଚାରି ବର୍ଣ୍ଣ ମଧ୍ୟରେ ଆଦି ଓ ପ୍ରଧାନ ବର୍ଣ୍ଣ —୨. Brāhmaṇa; the highest of the ୪ Hindu castes.

[ଦ୍ରଷ୍ଟବ୍ୟ — ବ୍ରାହ୍ମଣ ଜାତିର ଉତ୍ପତ୍ତି ବୈଦିକ ଯୁଗରୁ ହୋଇଅଛି । ବେଦରୁ ପ୍ରାମାଣ ମିଳେ ଯେ ସେ ଯୁଗରେ ଗୁଣ କର୍ମ ବିଭାଗ ଅନୁସାରେ ବ୍ରାହ୍ମଣାଦି ଜାତିର ଉତ୍ପାଦି ହୋଇଥିଲା, କାଳକ୍ରମେ ସେହି ଜାତିବିଭାଗ ବଂଶାନୁକ୍ରମରେ ଚଳିଲା, ଅର୍ଥାତ୍ ବ୍ରାହ୍ମଣର ପୁତ୍ର, ବ୍ରହ୍ମଜ୍ଞ ନ ହେଲେ ହିଁ ବ୍ରାହ୍ମଣ ବୋଲି ପରିଚିତ ହେଉଅଛି । ଶାସ୍ତ୍ରନୁସାରେ ବ୍ରାହ୍ମଣର ବିଭିନ୍ନ ନାମର ଉତ୍ପତ୍ତି ଏହିପରି— ପ୍ରଥମେ ଲୋକ 'ଶୂଦ୍ର' ରୂପ ଜନ୍ମ ଗ୍ରହଣ କରେ, ଉପନୟନ ସଂସ୍କାର ପରେ ସେ 'ଦ୍ୱିଜ' ବୋଲାଏ; ବେଦ ପାଠ କଲେ ତାହାର ନାମ 'ବିପ୍ର' ହୁଏ; ବିପ୍ର ବ୍ରହ୍ମଙ୍କୁ ଚିହ୍ନିଲେ, ଅର୍ଥାତ୍ ବିପ୍ରର ବ୍ରହ୍ମଜ୍ଞାନ ଜନ୍ମିଲେ ସେ ବ୍ରାହ୍ମଣ ହୁଏ । ବ୍ରାହ୍ମଣର ଦଶବିଧି ସଂସ୍କାର—

  • ୧. ଗର୍ଭାଧାନ— ବିବାହ ପରେ ପରିଣୀତା ପତ୍ନୀଙ୍କ ସହବାସ କରି ଗର୍ଭ ସଞ୍ଚାର କରାଇବା ନିମନ୍ତେ ବେଦବିହିତ ଅନୁଷ୍ଠାନ
  • ୨. ପୁଂସବନ— ଗର୍ଭର ତୃତୀୟ ମାସରେ ଗର୍ଭସ୍ପନ୍ଦନ ସମୟରେ ଅନୁଷ୍ଠେୟ ଆଚାର
  • ୩. ସୀମାନ୍ତୋନ୍ନୟନ— ଗର୍ଭର ୪ର୍ଥ, ୬ଷ୍ଠ ବା ଅଷ୍ଟମ ମାସରେ ଅନୁଷ୍ଠେୟ ଆଚାର
  • ୪. ଜାତକର୍ମ— ସନ୍ତାନ ଭୂମିଷ୍ଠ ହେଲେ ଜନକଙ୍କ ଅନୁଷ୍ଠେୟ ଆଚାର
  • ୫. ନାମକରଣ— ଜନ୍ମର ୬ ମାସ ପରେ ସନ୍ତାନର ନାମ ଦେବା ଆଚାର
  • ୬. ଅନ୍ନପ୍ରଶନ—୧ବର୍ଷ ବୟସ ହେବା ପରେ ସନ୍ତାନକୁ ପ୍ରଥମେ ଅନ୍ନ ଖୁଆଇବା ଆଚାର
  • ୭. ଚୂଡ଼ାକରଣ— ୩ୟ ବର୍ଷ ପରେ ସନ୍ତାନର ମସ୍ତକ ମୁଣ୍ତନ କରି ସ୍ଥଳବିଶେଷରେ କେଶଗୁଚ୍ଛ ରକ୍ଷା କରି ତଦ୍ଦ୍ୱାରା ଶିକ୍ଷା ବନ୍ଧନ କରିବା ଆଚାର (ଏହି ଉପଲକ୍ଷରେ କର୍ଣ୍ଣବେଧ ଓ ବିଦ୍ୟାରମ୍ଭ କରାଯାଏ)
  • ୮. ଉପନୟନ— ଯଜ୍ଞାଦି କର୍ମ ପୂର୍ବକ ସନ୍ତାନକୁ ଯଜ୍ଞୋପବୀତ ପିନ୍ଧାଇବା ରୁପ ସଂସ୍କାର— ବ୍ରାହ୍ମଣ, କ୍ଷତ୍ରୀୟ ଓ ବୈଶ୍ୟମାନଙ୍କର ଏହି ସଂସ୍କାରକୁ ପୁନର୍ଜନ୍ମ ବୋଲାଯାଏ, ଉପନୟନ ହେବାରୁ ଏମାନଙ୍କର ଅନ୍ୟ ନାମ 'ଦ୍ୱିଜ' । ବ୍ରାହ୍ମଣ, କ୍ଷତ୍ରୀୟ ଓ ବୈଶ୍ୟଙ୍କର ଉପନୟନ ନିମନ୍ତେ ଭିନ୍ନ ଭିନ୍ନ ବୟସ ନିର୍ଦ୍ଦିଷ୍ଟ ଅଛି । ଉପନୟନ ନ ହେବା ପର୍ଯ୍ୟନ୍ତ ଦ୍ୱିଜ ସନ୍ତାନ ଶୂଦ୍ର ବୋଲି ବିବେଚିତ ହୁଏ ଓ ସଂସ୍କାର ହେଲେ ତାକୁ ଦ୍ୱିଜ ବୋଲାଯାଏ । ଏହି ସଂସ୍କାରହିଁ ଦ୍ୱିଜର ପ୍ରଧାନ ସଂସ୍କାର । ଉପନୟନ କର୍ମ ସାରି ବ୍ରାହ୍ମଣ ସନ୍ତାନ ବ୍ରହ୍ମଚର୍ଯ୍ୟ ଅବଲମ୍ୱନ ପୂର୍ବକ ଗୁରୁ ଗୃହରେ ବାସ କରି ବେଦାଧ୍ୟୟନ କରିବ, ଏପରି ବିଧି ଅଛି
  • ୯. ସମାବର୍ତ୍ତନ— ଗୁରୁ ଗୃହରେ ବେଦାଧ୍ୟୟନ ସମାପ୍ତ କରି ଗୁରୁଙ୍କ ଆଦେଶରେ ବିବାହ ନିମନ୍ତେ ଗୃହକୁ ଫେରି ଆସିବ ସମୟରେ ଅନୁଷ୍ଠେୟ ଆଚାର ଏହିଠାରେ ବ୍ରହ୍ମଚର୍ଯ୍ୟାଶ୍ରମ ସମାପ୍ତ ହୁଏ ।
  • ୧୦. ବିବାହ— ବେଦବିହିତ ମନ୍ତ୍ରାଦି ଅନୁଷ୍ଠାନ ପୂର୍ବକ ଧର୍ମପତ୍ନୀ ଗ୍ରହଣ ରୂପ ଆଚାର ଓ ଗୃହସ୍ଥଶ୍ରମରେ ପ୍ରବେଶ ବର୍ତ୍ତମାନ ଏହି ସବୁ ସଂସ୍କାର ବା 'ବଶ କର୍ମ' ନାମ ମାତ୍ର ଅନୁଷ୍ଠିତ ହେଉଅଛି ଓ ଉପନୟନ ବେଳେ ଏକାବେଳକେ ଏହି ଦଶ କର୍ମର ଅଭିନୟ ମାତ୍ର କରା ଯାଉଅଛି ଲୋକେ କହନ୍ତି ସେ 'ଦଶ କର୍ମରେ ବ୍ରତ ହେଲା' କିନ୍ତୁ ଫଳତଃ ନବମ କର୍ମ ସମାବର୍ତ୍ତନର ଓ ଦଶମ କର୍ମ ବା ବିବାହର ସେ ପର୍ଯ୍ୟନ୍ତ ସମାଧା ହୋଇ ନଥାଏ ଦ୍ୱିଜମାନଙ୍କର ଚାରିଗୋଟି ଆଶ୍ରମ ନିର୍ଦ୍ଧିଷ୍ଟ ଅଛି: ଯଥା— ୧. ବ୍ରହ୍ମଚର୍ଯ୍ୟ— ଉପନୟନ ପରେ ବିବାହ ହେବା ପର୍ଯ୍ୟନ୍ତ ଗୁରୁ ବାସ କରି ସଂଯମ ଓ ବ୍ରହ୍ମଚର୍ଯ୍ୟ ରନ୍ଧା ପୂର୍ବକ ବେଦାଭ୍ୟାସ ଓ ଗୁରୁସେବା; ୨. ଗାର୍ହସ୍ଥ୍ୟ— ବିବାହ ପୂର୍ବକ ଆଚାର ଓ କର୍ତ୍ତବ୍ୟ ପ୍ରତିପାଳନ; ୩. ବାଳପ୍ରସ୍ଥ— ସନ୍ତାନ ଆଦି ଲାଭ କରିବା ପରେ ଗୃହ ତ୍ୟାଗ କରି ତପଃ ସାଧନାର୍ଥ ଅରଣ୍ୟକୁ ଯିବା ଓ ସେଠାରେ ଫଳ ମୂଳ ଖାଇ ବଞ୍ଚିବା; ୪. ସନ୍ନ୍ୟାସ ବା ଭିକ୍ଷୁ ବ୍ରତ— କେତେକ କାଳ କାଳପ୍ରସ୍ଥ ଅବଲମ୍ୱନ କରି ଅତି ବୃକ୍ଷ ହେଲେ ଜଳ ପଦମାନଙ୍କରେ ଗୃହସ୍ଥାନମାନଙ୍କ ନିକଟରେ ଭିକ୍ଷା କରି ଜୀବନ ଧାରଣ କରନ୍ତି ।

ଏହି ଆଶ୍ରମ ମାନ ଅବଲମ୍ୱନ କରିବାର ନିର୍ଦ୍ଦିଷ୍ଟ ବୟସମାନ ଅଛି ବର୍ତ୍ତମାନ ବ୍ରାହ୍ମଣର ଏ ଆଶ୍ରମମାନ କାର୍ଯ୍ୟତଃ ପାଳିତ ହେଉନାହିଁ ଉପଳୟନ ପରାଦିନ (କହିଲେ ଚଳେ) ବିବାହ କରି ଗୃହସ୍ଥ ହୋଇ ଶେଷ ଜୀବନ ପର୍ଯ୍ୟନ୍ତ ସେହି ଗୃହସ୍ଥାଶ୍ରମରେ ଘାଣ୍ଟି ହୋଇ ବ୍ରାହ୍ମଣମାନେ ଜୀବନ ଅତିବାହିତ କରିଅଛନ୍ତି ବ୍ରାହ୍ମଣର ଶାସ୍ତ୍ରର ନିରୁପତି କର୍ତ୍ତବ୍ୟ ୩ଟି ଯଥା—ଅଧ୍ୟୟନ ଯଜନ ଓ ଦାନ ବ୍ରାହ୍ମଣର ଶାସ୍ତ୍ର ନିରୁପୁତ ଜୀବିକା ୩ଟି ଯଥା—ଅଧ୍ୟାପନ, ଯାଜନ ଓ ପ୍ରତିଗ୍ରତ ବ୍ରାହ୍ମଣଙ୍କର ନିତ୍ୟ— କର୍ତ୍ତବ୍ୟ ସ୍ୱଧର୍ମ, ଯଥା—ତ୍ରିସନ୍ଧ୍ୟାରେ ବ୍ରହ୍ମଙ୍କ ଧ୍ୟାନ, ଆରାଧନା ଓ ହରିଙ୍କୁ ଅର୍ପିତ ନୈବେଦ୍ୟ ଗ୍ରହଣ ବ୍ରାହ୍ମଣର ଲକ୍ଷଣ ଯଥା—ଯୋଗ, ତପସ୍ୟା, ଦାନ, ବ୍ରତ ଦମ ବା ଇନ୍ଦ୍ରିୟ ସଂଯମ, ଶୌଚ, କ୍ଷମା, ସରଳତା, ଅହିଂସା, ଦୟା, ବିଦ୍ୟା, ବିଜ୍ଞାନ, ଆସ୍ତିକ୍ୟ, ସତ୍ୟବାହିତା ବ୍ରାହ୍ମଣର ପ୍ରଧାନ ମନ୍ତ୍ର ଓ କାର ଓ ଗାୟତ୍ରୀ

ପୁରାଣମାନଙ୍କରେ (ଯଥା ଅଗ୍ନି, ପଦ୍ମ, ବ୍ରହ୍ମବୈବର୍ତ୍ତ ଆଦିରେ ବ୍ରାହ୍ମଣମାନଙ୍କର କର୍ତ୍ତବ୍ୟ, ନିତ୍ୟକ୍ରିୟା, ଆଚରଣ, ଲକ୍ଷଣ, ଆଦି ବିଶେଷରୂପେ ବର୍ଣ୍ଣିତ ହୋଇଅଛି; ତନ୍ତ୍ରଧ୍ୟରେ ପ୍ରଧାନ କଥା ବେଦାଧ୍ୟୟନ, କ୍ରିସନ୍ଧ୍ୟରେ ବ୍ରହ୍ମ ଉପାସନା ଓ ଯଜ୍ଞ ସାଧନ ଅଟେ ପାଶ୍ଚାତ୍ୟ ସଭ୍ୟତା ପ୍ରଭାବରେ ଦେଶରେ ପ୍ରାଚୀନ ରୀତିନିତିକ ପରିବର୍ତ୍ତନ ସଙ୍ଗେ ବ୍ରାହ୍ମଣଙ୍କ କ୍ରିୟାକଳାପର ଏକପ୍ରକାର ଲୋପ ଘଟିଅଛି ଓ ବ୍ରାହ୍ମଣମାନେ ଅନ୍ୟ ଜାତିମାନଙ୍କର, ଏପରି ଶୂଦ୍ରର, କ୍ରିୟା କରିବାକୁ ବାଧ୍ୟ ହେଉଅଛନ୍ତି ପୁରାଣକାରମାନେ ସର୍ବଲକ୍ଷଣ ସମ୍ପନ୍ନ ଓ ସଦାଚାରରତ ବ୍ରାହ୍ମଣଙ୍କୁ ବିଷ୍ଣୁଙ୍କ ସଙ୍ଗେ ତୁଳନା କରିଅଛନ୍ତି ଓ ନିନ୍ଦିତ କର୍ମଚାରୀ ଆଚାର ରହିତ ବିପ୍ରଙ୍କୁ ବିଷହୀନ ସର୍ପ ଓ ଶୁଦ୍ର ସଙ୍ଗେ ତୁଳନା କରି ଅଛନ୍ତି କେଉଁ ବ୍ରାହ୍ମଣମାନେ ଶୁଦ୍ର ବୋଲି ବିବେଚିତ ହେବେ ତାହା ବ୍ରହ୍ମବୈବର୍ତ୍ତ ପୁରାଣରେ ଉକ୍ତ ଅଛି ଓ ତାହା ଦେଖିଲେ ଆଜିକାଲି ସମାଜରେ ବ୍ରହ୍ମଣରୂପେ ପଇତା ପକାଇଥିବା ବ୍ରହ୍ମଣମାନେ ପ୍ରକୃତରେ ବ୍ରାହ୍ମଣ ପଦ ବାଚ୍ୟ ନୁହନ୍ତି ବୋଲି ଜଣା ପଡ଼ିବ ପୁରାଣ ମତରେ ବ୍ରାହ୍ମଣ୍ୟ ବାହ୍ୟ ଚିହ୍ନ ଯଥା—ଗଳଦେଶରେ ଯଜ୍ଞ ସୂତ୍ର ଦାରଣ, ସର୍ବଦା ନିର୍ମଳ ଉତ୍ତରୀୟ ଓ ଧୌତ ଅଧୋବସ୍ତ୍ର ପରିଧାନ, କଲାଟରେ ଚିଳକ, ହସ୍ତରେ କୁଶାଜ୍ଞୂରୀୟ, କଟୀଦେଶରେ କୁଶମୟୀ ମେଖଳା ଓ ମସ୍ତକରେ ଗ୍ରନ୍ଥବଦ୍ଧ ଶିଖା ଧାରଣ

ପୁରାଣ ମତରେ ନିମ୍ନୋକ୍ତ ମତରେ ବ୍ରାହ୍ମଣମାନେ ନିନ୍ଦିତ ବ୍ରାହ୍ମଣ ଅଟନ୍ତି, ଯଥା—ବିଷ୍ଣୁ ମନ୍ତ୍ର ବିହୀନ, ତ୍ରିସନ୍ଧ୍ୟା ରହିତ, ଏକାଦଶୀ ବିହୀନ, ବୃଷବାହକ (ଶଗଡ଼ିଆ ବା ହଳିଆ), ଧାବକ (ପତ୍ର ବାହକ ବହା ପିଆଦା), ଶୁଦ୍ରାନ୍ନଭୋଗୀ (ଶୁଦ୍ରଙ୍କ ଭାତ୍ୟ ଓ ଶୁଦ୍ରଠାରୁ ଦାନଗ୍ରାହୀ), ଶୁଦ୍ରମାନଙ୍କ ସୁପକାର (ପାଚକ) ଶୁଦ୍ରମାନଙ୍କ ଯାଜକ (ପୁରୋହିତ) ଶୂଦ୍ରାପତି, ଅସିଜୀବୀ(ପଲଟଣ ବା ପୁଲିସ ଚାକିରିଆ), ମସୀଜୀବୀ (କିରାନି), କନ୍ୟାବିକ୍ରୟୀ, ହରିନାମ ବିକ୍ରୟୀ, ବିଦ୍ୟା ବିକ୍ରୟୀ, ସକାଳରୁ ସନ୍ଧ୍ୟା ମଧ୍ୟରେ ଦୁଇଥର ଭୋଜନ— କାରୀ ମତ୍ସ୍ୟମାଂସଭୋଜୀ, ଦେବପୂଜା ରହିତ

ପୁରାଣମାନଙ୍କରେ ଏହା ମଧ୍ୟ ଦେଖାଯାଏ ଯେ କେହି କେହି ଜନ୍ମତଃ ଶୂଦ୍ର ତପସ୍ୟାଦ୍ୱାରା ବ୍ରାହ୍ମଣ ହୋଇଅଛନ୍ତି ଓ ବ୍ରାହ୍ମଣ କ୍ରୟାରତ ହୋଇ ଶୂଦ୍ରତ୍ୱ ଲାଭ କରିଅଛନ୍ତି ବ୍ରାହ୍ମଣମାନଙ୍କର ଦେଶ ବିଶେଷରେ ଭିନ୍ନ ଭିନ୍ନ ଶ୍ରେଣୀ ଅଛି ଯଥା—ଓଡ଼ିଶା ବାସୀ —୧ ଶ୍ରୋକ୍ରିୟ, ୨ ମଢ଼ିଆ ପଣ୍ଡା, ଦେଉଳିଆ, ୩ ମାସ୍ତାନ ବା ବଳଭଦ୍ର ଗୋତ୍ରୀ ୪ ସାରୁଆ ଆଠଗଡ଼ିଆ ଗଞ୍ଜାମ ବାସୀ—୧ ଶାସନୀ ବା ଦାନୁଆ, ୨ ପଣ୍ଡା ୩ ହଳୁଆ, ୪ ପନିଅରି, ସାରୁଆ, ୫ ଭାଦ୍ରୀ ସମ୍ୱଲପୁରୀବାସୀ— ୧ ଓଡ଼ିଆ, ୨ ଝାଡ଼ୁଆ ୩ ରଘୁନାଥ]

୩. ବେଦର ଉପସଂହାର ଭାଗ — ୩. The contluding sections of the Bedas.

[ଦ୍ରଷ୍ଟବ୍ୟ —ଏଥିରେ ଯାଗ ଯଜ୍ଞର ନିୟମାବଳୀ ଓ ବୈଦିକ ମନ୍ତ୍ରସମୂହ ଓ କ୍ରିୟା କର୍ମାଦି ବିବୃତ ହୋଇଅଛି ଏହା ଦୁଇଟି ଶାଖାରେ ବିଭକ୍ତ ଅଟେ ୧ ଐତରେୟ ବ୍ରାହ୍ମଣ—ମହିଦାସ ଋଷି ପ୍ରଣୀତ, ୨ କୌଷିତକ ବ୍ରାହ୍ମଣ; ସଂଖ୍ୟାୟନ—କୁଷିତ ଋଷି ପ୍ରଣୀତ]

୪. ବ୍ରାହ୍ମଣ ସମୂହ —୪. A conclave of Brāhamaṇas.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ବ୍ରହ୍ମଜ୍ଞ —Knowing the Brahma.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପୁରୋହିତ ବ୍ରାହ୍ମଣ — ୧. A Brāhmaṇa serving as a cook.
୨. ପାଚକ ବ୍ରାହ୍ମଣ — ୨. A Brāhmaṇa serving as a cook.
୩. ପୂଜାହାରୀ ବା ଦେବପୂଜକ ବ୍ରାହ୍ମଣ —୩. A Brāhmaṇa who worships a Deity as profession.
୪. ବ୍ରାହ୍ମଣ ଭୋଜନରେ ଭୋଜନାର୍ଥ ଜମା ହୋଇଥିବା ବ୍ରାହ୍ମଣ —୪. Brāhmaṇas assmbled to partake of a feast.
୫. ଭିକାରୀ ବ୍ରାହ୍ମଣ —୫. A begger Brāhmaṇa.
୬. ବ୍ରହ୍ମା —୬. Brahmā

(ଉ— ସେହିକାଳେ ରୁଦ୍ର ଇନ୍ଦ୍ରାଦି ଦେବତାଏ ବ୍ରାହ୍ମଣ ଆଗ କରି ଆସିଲେ ସଭିଏ—କୃଷ୍ଣସିଂହ. ମହାଭାରତ. ବନ)