ଯୋଗ
Wiktionary ରୁ
ବିଶେଷ୍ୟ (ସଂସ୍କୃତ) [ସମ୍ପାଦନା]
- ଧ୍ୟାନ ଓ ସାଧନାଦି ଦ୍ଵାରା ଜୀବାତ୍ମା ଓ ପରମାତ୍ମାଙ୍କର ଭଗବାନଙ୍କ ସଙ୍ଗେ ମିଳନ
- ତପସ୍ୟା; ଜୀବାତ୍ମା ଓ ପରମାତ୍ମାର ମିଳନ ଘଟାଇବା ପାଇଁ ଅବଲମ୍ବିତ ୮ଟି ପନ୍ଥା
- ମିଳନ; ଐକ୍ୟ; ସଙ୍ଗତି
- ଧ୍ୟାନ
- ଦୃଢ ସମ୍ପର୍କ
- କାର୍ଯ୍ୟକରଣ, ସମାବେଶ ବା ସମ୍ପର୍କ
- ଅପୂର୍ବ ଅର୍ଥାଦି ପ୍ରାପ୍ତି ବା ସୌଭାଗ୍ୟ ପ୍ରାପ୍ତି
- ଏକାଧିକ ବସ୍ତୁର ବା ବ୍ୟକ୍ତିର ସଂଯୋଗ; ସଂହତି; ସଂସର୍ଗ
- ସଦ୍ଭାବ; ମନର ମେଳ
- ଯୋଗ୍ୟତା
- ପ୍ରୟୋଗ; ଶବ୍ଦ ବା ବାକ୍ୟ ପ୍ରତି ବିଶେଷ ଅର୍ଥାଦିର ଯୋଜନା
- ସୁତ୍ର; ନିୟମ
- ଦେହ ସ୍ରୈର୍ଯ୍ୟ; ଦେହକୁ ନିର୍ଦ୍ଦିଷ୍ଟ ଅବସ୍ଥିତିରେ ସ୍ଥିର ଭାବରେ ରଖିବା
- ଚିତ୍ତବୃତ ନିରୋଧ; ମନକୁ ବିଷୟାନ୍ତାରରୁ ନିବୃତ୍ତ କରାଇବା
- ଧନ ସମ୍ପତ୍ତିର ଉପାର୍ଜ୍ଜନ, ବର୍ଦ୍ଧନ ଓ ବକ୍ଷଣ
- ବର୍ମାଦି ଧାରଣ; ବର୍ମ ବନ୍ଧନ
- ଶତ୍ରୁକୁ ଜିଣିବା ପାଇଁ ଦାନାଦି ଚତୁର୍ବିଧ ଉପାୟ; ସାମ, ଦାନ, ଦଣ୍ତ, ଭେଦ
- ଲାଭ
- ଭେଷଜ; ଔଷଧ; ବହୁ ଦ୍ରବ୍ୟର ସମଷ୍ଟିରେ ପ୍ରସ୍ତୁତ ଔଷଧ
- ଇନ୍ଦ୍ରଜାଲ; ଭୌତିକବିଦ୍ୟା; ତାନ୍ତ୍ରିକ ଯନ୍ତ୍ରମନ୍ତ୍ରାଦି ବଶୀକରଣାଦିର ଉପାୟ
- ଫଳ; ପରିଣାମ
- କୌଣସି କାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ
- ଯୁକ୍ତି
- ଦ୍ରବ୍ୟ; ବିଷୟ
- ଧନ; ସମ୍ପତ୍ତି
- ଠକାମି; ପ୍ରତାରଣା; ଛଳ
- ନୈୟାୟିକ
- ଚାର; ପ୍ରଣଧି
- ଯାନ; ବାହନ
- ଶୁଭକାଳ ବା ସମୟ
- ଶୁଭଯୋଗ; ଅନୂକୁଳ ଅବସର; ସୁଯୋଗ
- ସମଷ୍ଟିକରଣ; ଅକାଧିକ ରାଶିର ସଙ୍କଳନ; ମିଶାଣ
- ଯୋଗତାରା; ପ୍ରଧାନ ନକ୍ଷତ୍ର; ନକ୍ଷତ୍ରପୁଞ୍ଜ ମଧ୍ୟସ୍ଥ ପ୍ରଧାନ ତାରା
- ବୃହତ୍ତର ଅଣ୍ତାକାର ବୃତ୍ତର ସତେଇଶ ଭାଗର ଏକଭାଗ
- ନିତ୍ୟଯୋଗ; ବିଷ୍କୁମ୍ଭାଦି ୨୭ଟି ଯୋଗ ବା ଗ୍ରହନକ୍ଷତ୍ରାଦିର ଅବସ୍ଥିତିଯୁକ୍ତ କାଳ
- ପତଞ୍ଜଳି ପ୍ରଣିତ ଦର୍ଶନ ଶାସ୍ତ୍ର ବିଶେଷ; ପତଞ୍ଜଳି ଦର୍ଶନ ବା ଯୋଗ ସୁତ୍ର
- ଶିବାଗୌରୀ ମତରେ ଯାତ୍ରା କରିବା ପାଇଁ ବିଚାର୍ଯ୍ୟ ୪ ଗୋଟି ଯୋଗ
- ବ୍ୟକ୍ତି ବିଶେଷାଙ୍କ ଜାତକରେ ଥିବା ରାଶିନକ୍ଷତ୍ରାଦିର ଗଣନାଦ୍ଵାରା ଦେଖାଯିବା ଶୁଭ ବା ଅଶୁଭ
- ଜାତକରୁ ମନୁଷ୍ୟର ଦଶା ଗଣନା କରାଯିବା ବେଳେ ଦେଖାଯିବା ଫଳିତ ଜ୍ୟୋତିଷଷୋକ୍ତ ଶୁଭାଶୁଭକର ଗ୍ରହଦଶା, ଅନ୍ତର୍ଦ୍ଦଶା ଓ ପ୍ରତ୍ୟନ୍ତର ଦଶା
- ଜ୍ୟୋତିଃଶାସ୍ତ୍ର ମତରେ ସମୟସମୟରେ ଗ୍ରହ, ନକ୍ଷତ୍ର, ତିଥି, ବାର, ରାଶିଆଦିର ବିଶିଷ୍ଟ ମିଳନ, ଯାହାକି ତୀର୍ଥଦର୍ଶନ, ତୀର୍ଥସ୍ନାନଆଦି ଧର୍ମକାର୍ଯ୍ୟ ପକ୍ଷରେ ପ୍ରଶସ୍ତ
- ଘଟନା
- ଅବଶ୍ୟମ୍ବାବୀ ଘଟନା
- ଉପାୟ
- ପ୍ରକାର
- ଯୁଆଳି
- ସାଞ୍ଜୁ; କବଚ
- ବ୍ୟବସାୟ; ବୃତ୍ତ
- କୌଶଳ; ଚାତୁରୀ
- ଚେଷ୍ଟା; ପ୍ରଯତ୍ନ
- ଗୁଣିବିଦ୍ୟା; ଇନ୍ଦ୍ରଜାଲ; ମନ୍ତ୍ର ଯନ୍ତ୍ର
- ସୈନ୍ୟମାନଙ୍କ ସଜ୍ଜା
- ଶବ୍ଦର ବ୍ୟୁତ୍ପତ୍ତି
- ନିୟମ; ବିଧି
- ଭକ୍ତି
- ବିଶ୍ଵାସଘାତକ ବ୍ୟକ୍ତି
ବିଶେଷଣ (ସଂସ୍କୃତ) [ସମ୍ପାଦନା]
- ଯେଉଁ ବ୍ୟକ୍ତି ଆପଣାର ଯୋଗ୍ୟତା ବା ବାହାଦୁରି ଦେଖାଇ ହୁଏ
- ଯୋଗ୍ୟ; ଭାଜନ