ଦାନ

ଉଇକିଅଭିଧାନ‌ରୁ

ଦାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦା ଧାତୁ=ଦେବା+ଭାବ. ଅନ)[ସମ୍ପାଦନା]

୧. ଅର୍ପଣ; ତ୍ୟାଗ —୧. Donation.
୨. ଦେବା —୨. Giving.
୩. ବିତରଣ —୩. Distribution.
୪. ଦତ୍ତ ବସ୍ତୁ —୪. A present or gift.
୫. (+କର୍ମ. ଅନ) ଗଜମଦ; ହସ୍ତୀର ମଦଜଳ — ୫. Strongly scented fluid flowing from the temple of an elephant in rut; temple juice; fragrent secretion from the temple of an elephant in rut.
୬. (ଦେ ଧାତୁ=ପାଳନ+ଭାବ. ଅନ)— ରକ୍ଷା; ପାଳନ —୬. Protection.
୭. (ଦୋ ଧାତୁ=ଛେଦନ+ଭାବ. ଅନ)— ଛେଦନ; କର୍ତ୍ତନ —୭. Cutting.

ବଶିଷ୍ଠ ବୋଇଲେ ଗ୍ରହ ମଙ୍ଗଳ ବୋଲାଇ ବିନା ଦାନେ ଶାନ୍ତି ନୋହେ ଅମଙ୍ଗଳ ଦାୟୀ ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ

୮. (ଦୈ ଧାତୁ=ଶୁଦ୍ଧ କରିବା+ଭାବ. ଅନ)— ଶୋଧନ —୮. Refining; purifying.


୯. କୀଟଜ ମଧୁ —୯. A kind of honey collected. by a kind of insect.
୧. ପୁଣ୍ୟାର୍ଥ ଦାଦି ବିତରଣ —୧୦. Pious gift.
୧୧. ରାଜସ୍ୱ; କର —୧୧. Revenue.
୧୨. ରାଜନୀତିର ଚାରି ଉପାୟ ମଧ୍ୟରୁ ଏକ; ଅର୍ଥାଦି ଦାନପୂର୍ବକ ଶତ୍ରୁ ବିରୁଦ୍ଧରେ କାର୍ଯ୍ୟ ସାଧନ କରିବାର ରୀତି (ହିନ୍ଦୀ - ଶବ୍ଦସାଗର) —୧୨. The system of injuring one's enemy by making gift.
୧୩. ଟିକସ; ମାହାସୁଲ —୧୩. Tax.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପଶା କାଠି ଗଡ଼ାଇଲେ ତିନିଟିଯାକ କାଠିରେ ଯେଉଁ ସଂଖ୍ୟକ ବିନ୍ଦୁ ଚିତି ହୋଇ ପଡ଼ିବାର ଦେଖାଯାଏ — ୧. The number of points coming up at a throw of dice.

ବିତିପାତ ଯୋଗ ପୁନ ଦଶ ପ୍ରମୁଖରେ ଦାନ କାଠି ପତନ ହିଁ ଅନୁକ୍ଷଣ ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ

୨. କଉଡ଼ି ଖେଳରେ କଉଡ଼ି ମୁଠାଦ୍ୱାରା ପକାଇଲେ ତାହା ଭୂମିରେ ଚିତି ବା ମାଠ ହୋଇ ପଡ଼ିବା ଅନୁସାରେ ଧରାଯିବା ସଂଖ୍ୟା —୨. A turn in the number of cowries during a game of cowries.

ଯେ ଦାନ ପଡ଼ଇ. ଯେମନ୍ତେ, କନ୍ଦୁକ ଚଳେ ସେହିମତେ ଜଗନ୍ନାଥ. ଭାଗବତ

୩. ବ୍ୟୟ —୩. Expenditure.

ବୁଝିଲେ ଲଗ୍ନ ମଗ୍ନ ହୋଇ, ସୁଝିଲେ ମଙ୍ଗଳଦାନରେ ତହିଁ ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

୧. ଶୁଳ୍କ —Tax.
୨. ତୁଙ୍ଗୀ ଟିକସ —୨. Octroi.