ଶୃଙ୍ଖଳା

ଉଇକିଅଭିଧାନ‌ରୁ

ଶୃଙ୍ଖଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଶୃଙ୍ଖଳ+ଆ)[ସମ୍ପାଦନା]

୧. ଶୃଙ୍ଖଳ (ଦେଖ) - — ୧. Ṡṛuṅkhaḻa. [See]

(ଉ—ପଦ ଶୃଙ୍ଖଳା କଟିମେଖଳ, ଆଦି ଶୃଙ୍ଖଳା ମଣି—ଭଞ୍ଜ. ପ୍ରେମ ସୁଧାନିଧି]

୨. ରୀତି; ନିୟମ; ଧାରୀ —୨. Rule; system.
୩. ଲେଖାରେ ବନ୍ଧନୀ ଚିହ୍ନ; ଯଥା —(). { }; []— ୩. Parenthesis; brackets.
୪. ହସ୍ତୀର ପଦ— ବନ୍ଧନକାରୀ ଶିକୁଳି —୪. Chain for chaining the feet of an elephant.
୫. ଅଳଙ୍କାର— ବିଶେଷ —୫. A kind of ornament.
୬. ରଚନାରେ ଅକ୍ଷର ନିୟମରକ୍ଷାବିଶେଷ, ଯହିଁରେ ପୂର୍ବବର୍ତ୍ତୀ ପଦର ଶେଷବର୍ଣ୍ଣଚୟ ସଙ୍ଗେ ପରବର୍ତ୍ତୀ ପଦର ଆଦ୍ୟବର୍ଣ୍ଣଚୟର ସମାନତା ଥାଏ —୬. The observance of regular sequence of certain letters in a writing; continous alliteration.

(ଯଥା—ଯମକ, ଯୋଡ଼ି ଯମକ, ବା ଯୁଗ ଯମକ, ସମଗ୍ର ଯମକ ବା ସର୍ବଯମକ, ଅଦ୍ୟଯମକ, ପ୍ରାନ୍ତଯମକ)

[ଦ୍ରଷ୍ଟବ୍ୟ — ପ୍ରାଚୀନ କବି ଉପେନ୍ଦ୍ରଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର ଆଦିଙ୍କ ରଚିତ ବାକ୍ୟ ଓ ଗ୍ରନ୍ଥମାନଙ୍କରେ 'ଶୃଙ୍ଖଳା'ରେ ଅନେକ ଉଦାହରଣ ଦେଖାଯାଏ

ଉଦାହରଣସ୍ୱରୁପ ଉପେନ୍ଦ୍ରଭଞ୍ଜଙ୍କ ରସିକହାରାବଳିର ୭ମ ଛନ୍ଦରେ ପ୍ରାନ୍ତଯମକ ଗୋମୂତ୍ର ଶୃଙ୍ଖଳା— "ଦରଚୟ ହର ଧୀର ପ୍ରଶଂସାର, ସାର ଆୟକର କର ଏ ସଂସାର ସାର ସାରସତ ଗତି ହେ କୁମାର ମାର ପରାଶତ ଅତି ସୁକୁମାର

ଅଭିମନ୍ୟୁ ସାମନ୍ତସିଂହାରଙ୍କର ବିଦଗ୍ଧଚିନ୍ତାମଣିର ୩୩: ଛାନ୍ଦ ଓ ୩୪: ଛାନ୍ଦମାନ 'ଶୃଙ୍ଖଳା'ର ଉଦାହରଣ ମାନଙ୍କର ପୂର୍ଣ୍ଣ

ଯଥା— ଶୃଙ୍ଖଳା ସିଂହାବଲୋଚନ— "କଞ୍ଜଚନ୍ଦ୍ର ଦରପଣ ବଦନ ରଞ୍ଜନ ଜନହର ଜନକବର ପରସନ ସନକମନ ବଶକ ସଦନତ ହସ ହଂସ ଗମନି ରଖିର ଦର୍ଶନ ତରସ" ମଣ୍ଡୂଳ ପ୍ଳୁତ ଶୃଙ୍ଖଳା— "ବର ବାରଣ ଗମନା ମନାଉଛି ଅନା ଅନାୟତରେ ସୁମୂହିଁ ମୂହିଁ ତ ବିମନା, "ମନାକ କରୁଣା କର କରକ ଦଶନା, ସନାଥ ହେବି ନିରତ ରତ ପାଇ ସିନା' ଗଙ୍ଗା ସ୍ରୋତ ଶଙ୍ଖଳା— "ବର ରସ ଶର ରସା ସାର ରସ ସହି, ହିତତ ସେ ସେବିବି ଭା, ଭୀ, ବିବତ ତହିଁ ହୀନ ଚର ରସ ସଦା ସଦା ଦାହି, ହିତେ ତେବେ ବେଶେ ସେବି ବୀର ରସେ ସେହି' ସର୍ବାଙ୍ଗ ପାଦ ଶୃଙ୍ଖଳା— "ଶାରଙ୍ଗ ରଙ୍ଗ ତ ଗତରୁ ତୁରୁଣୀ ଋଣୀ ବିତପତପତି ପରମ ରମଣୀମଣି, ଧନୀର ନିରତରତ ରତର କରକ, ବିହିତ ହିତହିଁ ତହିଁର ହୀର କରଙ୍କ"]