ଉଇକିଅଭିଧାନ:ଆଜିର ଶବ୍ଦ/ସେପ୍ଟେମ୍ବର ୨୦୧୪

ଉଇକିଅଭିଧାନ‌ରୁ

କାଚ

ଉଚ୍ଚାରଣ: Kācha
ସଂ. ବି.
(କଚଁ ଧାତୁ=ଚକ୍‌ଚକ୍ କରିବା; ବନ୍ଧନ କରିବା+କରଣ. ଅ)

  1. ବାଲି ଓ କ୍ଷାରରୁ ଅଗ୍ନିସଂଯୋଗରେ ଉତ୍ପନ୍ନ ସ୍ଵଚ୍ଛ ଦ୍ରବ୍ୟ
  2. କାଚମଣି; ମଣିବିଶେଷ
  3. ନେତ୍ରରୋଗବିଶେଷ; ପରଳ ରୋଗ
  4. କୃଷ୍ଣବର୍ଣ୍ଣ ଲବଣ
  5. ଶିକ୍ୟ; ଶିକା

ଦେ. ବି. —

ସ୍ତ୍ରୀଲୋକ ହାତରେ ପିନ୍ଧିବା କାଚନିର୍ମିତ ଶଙ୍ଖା

ପ୍ରାଦେ. (ଗଞ୍ଜାମ) ବି. —

କାଚକୁମ୍ପି; ବୋତଲ

ପ୍ରାଦେ. (ସମ୍ବଲପୁର) ବି. —

ଦେବତାଙ୍କ କର୍ମରେ ବ୍ୟବହୃତ ସାନ କରିଆ ଲୁଗା ।

ପୁରା ପଢନ୍ତୁ...