ଚାଟ

ଉଇକିଅଭିଧାନ‌ରୁ

ଚାଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚଟ୍ ଧାତୁ= ବଧ କରିବା+କର୍ତ୍ତୃ ଅ; ତୁଳ ଇଂରାଜୀ - ଚୀଟ୍)[ସମ୍ପାଦନା]

୧. ବିଶ୍ୱାସ ଘାତକ —୧. A perfidious person.
୨. ଚୋର —୨. Thief.
୩. ଠକ —୩. A cheat.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛାତ୍ର; ନବ୍ୟ ସଂସ୍କୃତ - ଚଟ୍ଟ; ସଂସ୍କୃତ - ଚେଟକ= ସେବକ, ଦାସ)[ସମ୍ପାଦନା]

୧. ପାଠଶାଳାରେ ପଢୁଥିବା ଛାତ୍ର; ଶିଷ୍ୟ — ୧. Student reading in a school.
[ଉଦାହରଣ: କାହିଁ ବା ଚାଟେ ଚାହାଳିରେ ପଢ଼ନ୍ତି ପୋଥି ଧୀରେ ଧୀରେ— ମଧୁସୂଦନ, ଛନ୍ଦମାଳ ]
୨. ବତ୍ସ; କୁମାର; ପୁଅ —୨. Son.
[ଉଦାହରଣ: ସେ ଦେଶେ ଯାଇଣ ହେଲେ ପବନଙ୍କ ଚାଟ—କୃଷ୍ଣସିଂହ, ମହାଭାରତ, ସଭା ]
୩. (ସଂସ୍କୃତ - ଚଟ୍ଟୁ; ପାଲା ଚାଟି=ପାତ୍ର) ବଡ଼ ଡ଼ାଲା; ତାଟ — ୩. A large shallow tray.
୪. (ସଂସ୍କୃତ - ଚକ୍ଷଣ) ଚାଟ୍ (୧) (ଦେଖ) - ୪. Chāṭ (୧) (See)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବିଦ୍ୱାନ୍ —୧. Learned.

(ଚାଟପୁଅ ଚାଟ, ପଟପୁଅ ଭାଟ—ଢଗ)

୨. ବିଦ୍ୟାର୍ଥୀ —୨. Bent on studying.