ଉଇକିଅଭିଧାନ:ଆଜିର ଶବ୍ଦ/ଜୁନ ୨୦୧୪

ଉଇକିଅଭିଧାନ‌ରୁ

କବନ୍ଧ

ସଂ. ବି
(କ = ମସ୍ତକ; ଜଳ + ବଧ ଧାତୁ = ବଧ କରିବା କିମ୍ବା ବନ୍ଧ ଧାତୁ = ବନ୍ଧାଇବା + ସଂଜ୍ଞାର୍ଥେ. ଅ)

୧. ଅଙ୍ଗ ଚାଳନରେ ସମର୍ଥ ମସ୍ତକହୀନ ଦେହ

(ଦ୍ରଷ୍ଟବ୍ୟ— ଯୁଦ୍ଧଭୂମିରେ ଯୁଦ୍ଧକର୍ମରେ ବ୍ୟାପୃତ ବ୍ୟକ୍ତି ମସ୍ତକ ଶତ୍ରୁର ଶସ୍ତ୍ରାଘାତରେ ଛିନ୍ନ ହେଲା ପରେ କେତେକକ୍ଷଣ ପର୍ଯ୍ୟନ୍ତ ଉକ୍ତ ମସ୍ତକହୀନ ଶରୀର ପୂର୍ବ ପରି ଅଙ୍ଗଚାଳନା କରିବାର ଦେଖା ଯାଏ ଏହିପରି ବଳି ଦିଆଯିବା ପଶୁର ମସ୍ତକ ଛିନ୍ନ ହେଲା ପରେ ପଶୁର ଧଡ଼ କିଛିକ୍ଷଣ ପର୍ଯ୍ୟନ୍ତ ହଲଚଲ ହେବାର ମଧ୍ୟ ଦେଖାଯାଏ । )

୨. ଯେଉଁ ଦେହରୁ ମସ୍ତକ ପୃଥକ କରାଯାଇଅଛି

(ଉଦାହରଣ— କବନ୍ଧବନ୍ଧୁର ପଥେ ପୃଥୂଙ୍କ ସଙ୍କେତେ ଆସିଲେ ସୈନ୍ଧବୀ ଚମୁ ମନୋରଥଗତି ।- ରାଧାନାଥ, ମହାୟାତ୍ରା)

୩. (ଜ୍ୟୋତିଷ) ରାହୁ

୪. ଶିବଙ୍କ ଅବତାରବିଶେଷ

୫. ଋଷିବିଶେଷ

ପୁରା ପଢନ୍ତୁ...