ମେଘ

ଉଇକିଅଭିଧାନ‌ରୁ

ମେଘ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମିହ୍ ଧାତୁ=ଜଳ ସିକ୍ତ କରିବା+କର୍ତ୍ତ. ଅ)[ସମ୍ପାଦନା]

୧. ଜଳଦ; ଜଳଧର; ବାରିବାହ —୧. Cloud.

[ଦ୍ରଷ୍ଟବ୍ୟ —ସୂର୍ଯ୍ୟ କିରଣଦ୍ୱାରା ପୃଥିବୀ ପୃଷ୍ଠର ଓ ସମୁଦ୍ରର ଜଳ ବାଷ୍ପରେ ପରିଣତ ହୋଇ ଆକାଶକୁ ଉଠେ ଓ ସେଠାରେ ଥଣ୍ଡ଼ା ପାଇ ତାହା ଘନୀଭୂତ ହୁଏ ଓ ତାହା ବେଶୀ ଘନୀଭୂତ ହେଲେ ପୁଣି ଜଳରେ ପରିଣତ ହୋଇ ବୃଷ୍ଟି ରୂପେ ପୃଥିବୀରେ ପଡ଼େ ଏହି ଘନୀଭୂତ ବାଷ୍ପକୁ ମେଘ ବୋଲାଯାଏ ମେଘର ଅନ୍ୟାନ୍ୟ ସଂସ୍କୃତ ନାମ ଯଥା—ଅଙ୍ଗ, ଅଭ୍ର, ଅବ୍ଭ୍ର, ଅମ୍ୱୁଦ, ଅମ୍ୱୁଭୃତ୍, ଅମ୍ୱବାହ, ଆମ୍ଭୋଧର. କଦ. କନ୍ଦ, କନ୍ଧର ଖତମାଳ, ଗଗନ— ଧ୍ୱଜ, ଗଦାମର, ଗଦାମ୍ୱର, ଗବଡ଼େ, ଗାଡ଼ବ, ଘନ, ଘନାଘନ, ଜଳ କରଙ୍ଗ, ଜଳଦ, ଜଳାଧର, ଜଳମୂକ୍, ଜୀମୂତ, ତଡ଼ିତ୍ୱାନ୍, ତୋୟଦି, ଦର୍ଦ୍ଦୂର, ଧାରାଧର, ଧୂମ— ଯୋନି, ନଭଶ୍ଚର, ନଭୋଗଜ, ନାଗ, ନୀରଦ, ପୟୋଦି, ପୟୋଧର, ପର୍ଜ୍ଜନ୍ୟ, ପାଥୋଦ, ପେଚକ, ଭେକ, ମଦୟିତ୍ନ, ମୁଦିର, ବନମୁକ୍, ବଳାହକ, ବାତ ରଥ, ବାୟୁ ଦାରୁ, ବାରିଦ, ବାରିମସି, ବାରିମୁକ୍, ବାର୍ମୁକ, ବ୍ୟୋମଧ୍ୟୂମ ଶ୍ୱେତନୀଳ, ସ୍ତନୟିତ୍ନୁ

ସଂସ୍କୃତ ଶାସ୍ତ୍ରୁରେ ମେଘ ୪ ପ୍ରକାର ବର୍ଣ୍ଣିତ ଅଛି ଯଥା ===

୧. ଆବର୍ତ୍ତ— ନିର୍ଜଳ ମେଘ, ୨ ସଂବର୍ତ୍ତ=ବହୁଦକ ମେଘ, ୩ ପୁଷ୍କର=ଦୂଷ୍କର ମେଘ, ୪ ଦ୍ରୋଣ=ଶସ୍ୟ ପ୍ରସୂୟକ ମେଘ ଭାଷାରେ ମେଘର ଆକାର ଓ କର୍ଣ୍ଣ ଓ ଦିଗ ଅନୁସାରେ ଭିନ୍ନ ଭିନ୍ନ ନାମ ଅଛି ଓ ମେଘର ଲକ୍ଷଣରୁ ବର୍ଷାଗମ ଓ ଶସ୍ୟର ଆଗାମୀ ଅବସ୍ଥା ସଂବଦ୍ଧରେ ନାନାପ୍ରକାର ବାକ୍ୟ ଓ ଡାକଋଷି ବଚନ ଅଛି ଆକାର ଅନୁସାରେ ମେଘର—କେତେକ ଦେଶୀୟ ନାମ ଓ ଡାକଋଷି ବଚନ ନିମ୍ନରେ ଦିଆଗଲା

କୋଡ଼ିକୋଡ଼ିଆ ବା ବାଇଗଣ କୋଡ଼ିଆ ମେଘ— କୋଡ଼ିରେ ବାଇଗଣ କିଆରି ହଣାହୋଇ ଖଣ୍ଡ ଖଣ୍ଡ ମାଟି କିଆରିରେ ବିଞ୍ଚି ହୋଇଯିବା ପରି ଦେଖାଯିବା ଧଳା ମେଘ ଏ ମେଘ ଉଠାଇଲେ ଶୀଘ୍ର ହେଉ ବା ବିଳମ୍ୱରେ ହେଉ ବୃଷ୍ଟି ହେବ ଏ ସମ୍ୱନ୍ଧେ ଡାକବଚନ:—

ବାଇଗଣ କୋଡ଼ା ମେଘର ଗାଆ, ମନ୍ଦ ମନ୍ଦ ବୋହିଲା ବାଆ, ହିଡ଼ ବାନ୍ଧିବାକୁ ପୁତାକୁ ବୋଲି, ଆଜି ନ ବର୍ଷିଲେ ବର୍ଷିବ କାଲ୍ୟ ହାଣ୍ଡିଆ; ଆଶୁବୃଷ୍ଟି ହେବାର ସୂଚନା କରେ

କପିଳାସିଆ ମେଘ—ଉତ୍ତର ପଶ୍ଚିମ କୋଣରେ ଉଇଁବା ମେଘ (ଆଶୁବୃଷ୍ଟିର ସୂଚନା) ଏ ସମ୍ୱନ୍ଧେ ସଂସ୍କୃତ ଶ୍ଳୋକ ଅମୋଘା ପଶ୍ଚିମେ ମେଘା, ଅମୋଘା ପୂର୍ବ ବାୟବଃ ଅମୋଘାଃ ଦକ୍ଷିଣେ ବିଦ୍ୟୁତ ଅମୋଘ ଉତ୍ତର ଧ୍ୱନିଃ

ଉତ୍ତରା(ର) ମେଘ—ଉତ୍ତରଦିଗରୁ ଦକ୍ଷିଣକୁ ଗତି କରୁଥିବା ମେଘ, ଏ ସମ୍ୱନ୍ଧେ ଡାକଋଷି ବଚନ ===

ଉତ୍ତର ମେଘ ଦକ୍ଷିଣେ ଆସେ ନାଥ ବୋଲେ ପୁତା; ନିଶ୍ଚେ ବରଷେ ଏହିପରି ଦକ୍ଷିଣା, ପୂବେଇ ଓ ପଶ୍ଚିମା ମେଘ ହୁଏ

ଦକ୍ଷିଣାମେଘ—ବର୍ଷାଛାଡ଼ି ଯିବାର ପୂର୍ବ ଲକ୍ଷଣ; ପଶ୍ଚିମାମେଘ ଝଡ଼ ବତାସର ପୂର୍ବ ଲକ୍ଷଣ; ପୂର୍ବେଇ ମେଘ—ଅତିବୃଷ୍ଟିର ଓ ବତାସର ପୂର୍ବ ଲକ୍ଷଣ ===

ମଳା ମଳା, ବା ମେଳା ମେଳା ମେଘ—ଆକାଶ ସମାପନ୍ନ କରିବା ମେଘ ଏ ସମ୍ୱନ୍ଧେ ଡାକ ଋଷି ବଚନ: ===

ଦିନକୁ ମଳା ମଳା, ରାତିକି ନିର୍ମଳା, ନାଥ ବୋଲେ ପୁତାରେ ! ରାଜ୍ୟଛାଡ଼ି ପଳା

ସୁନ୍ଦରୀ, ସୁନ୍ଦରିଆ, ସିନ୍ଦୁରୀ ବା ସିନ୍ଦୁରିଆ ମେଘ—ସୁନ୍ଦୁର ପରି ରକ୍ତାଭ ମେଘ ବର୍ଷିବା ସମ୍ୱନ୍ଧେ, ବର୍ଷିକା କାଳ ଓ ଇନ୍ଦ୍ରଧନୁ ପଡ଼ିବା ସମ୍ୱନ୍ଧେ ଗୁଡ଼ିଏ କୃଷି ବଚନ:— ୧ ଯଦି ବରଷର ମାଘର ଶେଷ; ଧନ୍ୟ ସେ ରଜା, ଧନ୍ୟ ସେ ଦେଶ (ଫସଲ ଭଲ ହୁଏ)


୨. ଯଦି ବରଷଇ ପୁଷର ଶେଷ, ପୁଷ୍କର ସାର ନ ପଡ଼ଇ ଦେଶ (ଦୁର୍ଭିକ୍ଷ ହେବାର ଆଶଙ୍କା)
୩. ପୂର୍ବେ ଆରଦ୍ରାବଳି (=ଇନ୍ଦ୍ରଧନୁ) ପଶ୍ଚିମ ରବି (ରୋଇ) ନାଥ ବୋଲେ ପୁତ୍ର ହୋଇବ ଏକନ୍ନବୀ (ଇ) (=୧୨୯୧: ସାଲ ପରି ଦୂର୍ଭିକ୍ଷ ହେବ)
୪. ପଶ୍ଚିମେ ଆରଦ୍ରାବଳି ପୁରବେ ରୋଇ (ମୟୂର ପୂଚ୍ଛାକୃତି ଇନ୍ଦ୍ରଧନୁ) ନାଥ ବୋଲି ପୂତା ନିଶ୍ଚେ ଯିବ ଧୋଇ (ଅତି ବୃଷ୍ଟି ହେବ)
୫. ହସି ପଶେ (ନିର୍ମଳାକଶରେ ସୂର୍ଯ୍ୟସ୍ତ), ଉଇଁ ନ ଦିଶେ (ମେଘାଚ୍ଛନ୍ନ ସୂର୍ଯ୍ୟୋଦୟ), ଉତ୍ତର ମେଘ ଦକ୍ଷିଣେ ଆସେ, ସଜ ଗୋବରରେ ଅଂଶେଇ ବସେ, ନାଥ ବୋଲେ ପୂତା ! ନିଶ୍ଚେ ବରଷେ (ଆଶୁବୃଷ୍ଟିର ସୂଚନା)
୬. ଆଶିଣ ଧୋଇ ନିଷ୍କଳଙ୍କି ଯାଇ (ଆଶ୍ୱିନରେ ବହୁ— ଜଳ ବୃଷ୍ଟି ହେଲେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୁଏ)
୭. କାର୍ତ୍ତିକମାସରେ ଦାଣ୍ଡିଆ ପାଣି, ହାଟୁଆ କାଢ଼ିଲେ ବଡ଼ ଚାଉଣୀ (କାର୍ତ୍ତିକରେ ବର୍ଷା ହେଲେ ପୃଥିବୀ ସୁଫଳା ହୁଏ)
୮. ଆଠ ଦୁମକାଣି ଷୋଳ ଅସର୍ବ, ବତିଶି ଲିଫି ଲିଫି ଚଉଷଠି କୁଣ୍ଡାଝରା, ତେବେ ଯାଇ ବସାର ପେଟ ହୁଏ ପୂରା ଅର୍ଥାତ୍ ୮ ଥର ମୂଷଳଧାରାରେ ବୃଷ୍ଟି, ୧୬: ଥର ସାଧାରଣ ବୃଷ୍ଟି, ୩୨: ଥର ଝୂପୁରୁ ଝୁପୁର ବର୍ଷା ଓ ୬୪: ଥର କୁଣ୍ଡା ଝଡ଼ିବା ପରି ବର୍ଷା ହେଲେ ଯାଇଁ ଯାଇଁ ଧାନ ଫସଲ ହୁଏ]
୨. ମୁସ୍ତକ; ମୁଥା —୨. A fragrant grass-root, Cyperus Rotundus.
୩. ରାକ୍ଷାସ ବା ଦୈତ୍ୟ— ବିଶେଷ —୩. Name of demon.
୪. ସଂଗୀତରେ ଷଡ଼ରାଗାନ୍ତର୍ଗତ ରାଗ ବିଶେଷ (ରାଗ ତଳେ ଟୀକା ଦେଖ) —୪. Name of a tune in Hindu Music; the male personification of one of the six tunes. (See 'Rāga').

[ଦ୍ରଷ୍ଟବ୍ୟ —ଛଅରାଗର ନାମ; ଯଥା—ଭୈରବ, କୌଶକି, ହିନ୍ଦୋଳ, ଦୀପକ, ଶ୍ରୀ ଓ ମେଘ ଏହି ମେଘରାଗର ୫ ଗୋଟି ରାଗିଣୀ; ଯଥା— ଲିଳିତା, ମାଳସୀ, ଗୌଡ଼ୀ, ନାଟୀ, ଦେବକରୀ ସଂଗୀତ— ଶାସ୍ତ୍ରର ମତରେ ଏହି ରାଗ ବ୍ରହ୍ମାଙ୍କ ମସ୍ତକରୁ (ମତାନ୍ତରରେ ଆକାଶରୁ) ଜନ୍ମିଥିଲା ଏହାର ଜାତି ଔଡ଼ବ, ଅର୍ଥାତ୍ ଧା, ନି, ସା, ରି, ଗ, ଏହି ପଞ୍ଚସ୍ୱର ସମନ୍ୱିତ ଧୈବତ ସ୍ୱର ଏହାର ଗୃହ, ବର୍ଷା ଋତୁରେ ରାତ୍ରିରେ ଶେଷଯାମରେ ଏହା ଗେୟ ଏ ରାଗ ସୁପୁରୁଷ, ଶ୍ୟାମ ବର୍ଣ୍ଣ, ଉଷ୍ଣୀଷବାନ୍, ବଦ୍ଧକେଶ ଓ ଶାଣିତଖଡ୍ଗହସ୍ତ ରୂପେ କଳ୍ପିତ ହୋଇଅଛି 'ଶଙ୍କରାଭରଣ', 'ମଲ୍ଲାର' ଗୌଡ଼, କର୍ଣ୍ଣାଟ, ଜଳଧର, ମାଳାହକ, ତୈଲଙ୍ଗ, ବଙ୍ଗାଳ, ଏହାର ଆଠ ଗୋଟି ପତ୍ର]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଆକାଶ —୧. The sky.
୨. ବର୍ଷା ୨. Rain.