ଚରିତ୍ର

ଉଇକିଅଭିଧାନ‌ରୁ

ଚରିତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଚର୍ ଧାତୁ+କରଣ. ଇତ୍ର)[ସମ୍ପାଦନା]

୧. ଆଚରଣ; ଚାଲିଚଳନ; ବ୍ୟବହାର — ୧. Conduct; behaviour.
୨. ସ୍ୱଭାବ; ପ୍ରକୃତି —୨. Nature; disposition.
୩. ଆଚାର; ରୀତି —୨. Practice; custom; usage.
୪. ଚେଷ୍ଟା; ଉପାୟ —୪. Endeavour.
୫. ସଦ୍ ବା ଅସଦ୍ ଗୁଣ; ନୈତିକ ଆଚରଣ — ୫. Character; morality.
୬. ଇତିହାସ, ନାଟକ, ପୁରାଣ, କାବ୍ୟାଦିରେ ନାୟକ ଆଦିଙ୍କର ଚିତ୍ରତ ସ୍ୱଭାବ —୬. The character of a personage as depicted in a book or history gathered from the book.
୭. ଇତିହାସ —୭. History; memoir.
୮. ଐତିହାସିକ ବା ପୌରାଣିକ ବ୍ୟକ୍ତିଙ୍କର ଜୀବନର ଘଟନା ବା ବିଷୟବର୍ଣ୍ଣନ, ପୌରାଣିକ ଉପାଖ୍ୟାନ — ୮. Historical or mythological anecdote or narrative.

ମହାନିତ୍ୟ ମଣ୍ତଳ ଚରିତ୍ର ମୋତେ କହ ପ୍ରାଚୀ. ବ୍ରହ୍ମନିରୂପଣଗୀତା

୯. ରୀତି ଉପରେ ପ୍ରତିଷ୍ଠିତ ଆଇନ; ଧର୍ମ — ୯. Law as based on custom or usage.
୧. ବୌଦ୍ଧ ସମ୍ପ୍ରଦାୟ ବା ଧର୍ମବିଶେଷ — ୧୦. A Buddhistic religion or sect.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଚରିତ; ଜୀବନବୃତ୍ତାନ୍ତ —Biography.

ରାମ ରିସ ବଖାଣ କଲେ ଧୀରେ ଧୀରେ ଯେ ବିଶ୍ୱନାଥ. ବିଚିତ୍ରରାମାୟଣ