ରାଜା

ଉଇକିଅଭିଧାନ‌ରୁ

ରାଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ରାଜ୍ଞୀ—ସ୍ତ୍ରୀ]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ— ରଞ୍ଜ ଧାତୁ(=ପ୍ରଜାମାନଙ୍କୁ ପ୍ରୀତି କରିବା)+କର୍ତ୍ତୃ ଅନ୍; କିମ୍ୱା ରାଜ୍ ଧାତୁ(=ଶୋଭା ପାଇବା)+କର୍ତ୍ତୃ ଅନ୍; (ରାଜନ୍ ଶବ୍ଦ ୧ମା ୧ବ)[ସମ୍ପାଦନା]

୧. ନରପତି; ରାଜା; ନୃପତି; ଭୂପତି —୧. A king.

[ଦ୍ରଷ୍ଟବ୍ୟ — ରାଜା ଶବ୍ଦର ପ୍ରକୃତିପ୍ରତ୍ୟୟ ଗତ ଅର୍ଥ—ଯେ ପ୍ରଜାମାନଙ୍କୁ ଶାସନ ପ୍ରଣାଳୀଦ୍ୱାରା ପ୍ରୀତ କରନ୍ତି; କିମ୍ୱା ଯେ ଲୋକମାନଙ୍କ ମଧ୍ୟରେ ସ୍ୱୀୟ ଗୁଣ ଓ ବିଭବଦ୍ୱାରା ଶୋଭା ପାଆନ୍ତି ପ୍ରଥମେ ପୃଥୂ ନାମକ ଜଣେ ବ୍ୟକ୍ତି ଏହି ରାଜା ଉପାଧି ପାଇଥିଲେ ସାଧାରଣତଃ ରାଜ୍ୟର ବା ଦେଶାଂଶର ଅଧିକାରୀଙ୍କୁ ରାଜା ବୋଲାଯାଏ ଅନେକ ରାଜା ଉପରେ ପ୍ରଧାନ ରାଜାଙ୍କୁ ସମ୍ରାଟ ବା ରାଜଚକ୍ରବର୍ତ୍ତୀ ବୋଲାଯାଏ ସମ୍ରାଟଙ୍କୁ କର ଦେବା ରାଜାଙ୍କୁ 'କରଦ ରାଜା' ବୋଲାଯାଏ ଓ ସମ୍ରାଟଙ୍କ ସଙ୍ଗେ ମିତ୍ରତାରୂପରେ ଆବଦ୍ଧ ରାଜାଙ୍କୁ 'ମିତ୍ର ରାଜା' ବୋଲା ଯାଏ ଯେଉଁ ରାଜା ଅନ୍ୟ ରାଜାଙ୍କର ଅଧୀନ ନୂହନ୍ତି ସେ ସ୍ୱାଧୀନ ରାଜା ଆଜିକାଲି ଭାରତ ଗଭର୍ଣ୍ଣମେଣ୍ଟ 'ରାଜା' ଉପାଧିଦ୍ୱାରା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରୁଅଛନ୍ତି ଓ ନିମ୍ନଲିଖିତ କ୍ରମରେ ଉକ୍ତ ଉପାଧିସମ୍ପର୍କରେ କ୍ରମଶଃ ଉଚ୍ଚତର ଉପାଧିମାନ ଯଥା:

  • ରାଜା ବା ରାଜା ସାହେବ୍
  • ରାଜା ବାହାଦ୍ଦର୍ ବା ରାଜା ବାହାଦୂର
  • ମହାରାଜା
  • ମହାରାଜା ବାହାଦୂର
  • ମହାରାଜାଧିରାଜ
  • ମହାରାଜାଧିରାଜ ବାହାଦୂର

ଇଂରାଜ ଶାସନାଧୀନ ଭାରତରେ 'ରାଜା' ଉପାଧିଧାରୀ କେତେ ବ୍ୟକ୍ତି ସାଧାରଣ ଜମିଦାର ଥିଲେ, କେତେକ ପୂର୍ବତନ ରାଜାଙ୍କ ବଂଶଧର ଆଧୁନିକ ଜିଲ୍ଲାଜାତ ଜମିଦାର ଥିଲେ ଓ କେତେକ ରାଜ୍ୟଖଣ୍ଡମାନଙ୍କ ଶାସନାଧିକାର ପ୍ରାପ୍ତ ଗଡ଼ଜାତର ରାଜା ଥିଲେ । କେଉଁ କେଉଁଠାରେ ରାଜା ଉପାଧିକୁ ଇଂରେଜ-ଗଭର୍ଣ୍ଣମେଣ୍ଟ ବଂଶ ପରମ୍ପରାକ୍ରମେ ସ୍ୱୀକାର କରି ଥିଲେ ଏବଂ ଏହି ଉପାଧି ଭୂଷିତ ବ୍ୟକ୍ତିମାନଙ୍କ ମୃତ୍ୟୁ ପରେ ସେମାନଙ୍କ ବଂଶଧରମାନେ 'ପୁନର୍ମୂଷିବୋଭବ' ହେଉ ଅଛନ୍ତି ]

୨. କ୍ଷତ୍ରିୟ —A member of the warrior caste.
୩. ଇନ୍ଦ୍ର —୩. Indra.
୪. ଚନ୍ଦ୍ର —୪. The moon.
୫. ପ୍ରଭୃ —୫. Master.
୬. ଏକ ଶ୍ରେଣୀର ବହୁ ବସ୍ତୁ ବା ବ୍ୟକ୍ତିଙ୍କ ମଧ୍ୟରେ ଶ୍ରେଷ୍ଠ ବସ୍ତୁ ବା ବ୍ୟକ୍ତି —୬. A chief amongst many of a class (of things or persons).

[ଦ୍ରଷ୍ଟବ୍ୟ — ଏ ଶବ୍ଦ ଅନ୍ୟ ଶବ୍ଦର ପରେ ବା ପୂର୍ବରେ ଲାଗି ସମାସ ହେଲେ 'ରାଜ' ଆକାର ଧାରଣ କରେ ଯଥା— ନର ରାଜ, ବାରଣ ରାଜ, ରାଜକାର୍ଯ୍ୟ, ରାଜଯୋଗ, ରାଜପଦ]

୭. (ଜ୍ୟୋତିଷ) ଜ୍ୟୋତିଷ ଗଣନାକ୍ରମେ ଭିନ୍ନ ଭିନ୍ନ ବର୍ଷରେ ପୃଥିବୀର ଶୁଭାଶୁଭ ଉପରେ ଅଧିପତି ରୂପେ କଳ୍ପିତ ହେବା ଗ୍ରହ —୭. (Astrology) A planet who is said to be the lord over the destinies of the earth for a particular year.

(ଯଥା— ଏ ସମୟରେ ରାଜା ବୁଧ)