କଉଶଳାଗାଙ୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଉଶଳାଗାଙ୍ଗ
ଉଚ୍ଚାରଣ: Kauṡalāgāṅga

ଦେ. ବି (ନାମ) (କୌଶଲ୍ୟା ଓ ଗଙ୍ଗେଶ୍ବର) —

ପୁରୀ ଜିଲ୍ଲାର ଭୁବନେଶ୍ବର ନିକଟସ୍ଥ ଧଉଳି ଗିରିର ପାଦଦେଶରେ ଓ ଦଯାନଦୀର ଅଦୂରରେ ଥିବା ଗୋଟିଏ ପ୍ରାଚୀନ ଜଳାଶୟ —Name of an ancient tank near Bhubaneswar in the Puri district.

[ଦ୍ର—ଏହା ଓଡ଼ିଶାର ଗଙ୍ଗବଂଶୀୟ ରାଜା କାମାର୍ଣ୍ଣବ ଗଙ୍ଗେଶ୍ବର ଦେବ ( ୧୧୧୨—୧୧୨୨: ଖ୍ରୀ.) ଖୋଳାଇଥିଲେ ପ୍ରଥମେ ଏହାର ଆକୃତି ଏକ କ୍ରୋଣ ବାହୁବିଶିଷ୍ଟ ଗୋଟିଏ ବର୍ଗ— କ୍ଷେତ୍ର ପରି ଥିଲା ଏବଂ ଏହା ମଝିରେ ଗୋଟିଏ ଟାପୁ ଥିଲା ଓ ସେ ଟାପୁରେ ଗୋଟିଏ ରାଜଭବନ ନିର୍ମିତ ହୋଇଥିଲା; ଗୋଟିଏ ପକ୍କା ସୁଡ଼ଙ୍ଗଦ୍ବାରା ଏହା ଦୟାନଦୀ ସଙ୍ଗେ ସଂଯୁକ୍ତ ହୋଇଥିଲା ପ୍ରାଚୀନ ଉତ୍କଳର ରାଜଧାନୀ ତୋଷାଳି ଏହା କୂଳରେ ଥିବାର ଅନୁମିତ ହୁଏ ବର୍ତ୍ତମାନ ଏହାର ଚାରିପାଖରୁ କେତେକ ଅଂଶ ପୋତି ହୋଇ ଗଲାଣି]