କରମଙ୍ଗା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କରମଙ୍ଗା
ଉଚ୍ଚାରଣ: Karamaṅgā
ସଂ. ପର୍ୟ୍ୟାୟ— ଧାରାଫଳ, ଶୁକପ୍ରିୟ, କର୍ମରଙ୍ଗ, ଶିରାଳ, ବୃହଦମ୍ଲ ରୁଜାକର, କର୍ମର, କର୍ମରକ কামরক, কামরাস करनल, खामरक, कामराड्गा, कमरख ଗୁ. କମରକ, କାମରଖା ମ. କାମରକା, କର୍ମବାଚେ ତା. ତାମରଟା, ତାମରଟାମକାୟା ତେ. କରମଙ୍ଗା, ତାମରତକାୟା, ମୋରଟ କାୟା

ଦେ. ବି.—(ସଂ. କର୍ମରଙ୍ଗ) —

ପାଞ୍ଚପାଖୁଡ଼ାଯୁକ୍ତ ଖଟା ଫଳ ଓ ଗଛ —Gooseberry; Carambola; Chinese gooseberry (tree and fruit); Averrhoa Carambola.

[ଦ୍ର—ଏହା ଉଦ୍ୟାନ ଓ ବନଜାତ ତରୁ; ଏହାର ଫଳ ପଞ୍ଚଶିରାଳ, ଏହା ଶରତକାଳରେ ଓ ପୁନର୍ବାର ଶୀତକାଳରେ ପାଚେ ଚୀନଦେଶୀୟ କରମଙ୍ଗା ଦେଶୀ କରମଙ୍ଗା ଠାରୁ ଛୋଟ, କିନ୍ତୁ ବେଶୀ ମିଠା; କରମଙ୍ଗା ଫଳ ଆଚାର ଓ ଆମ୍ବିଳ ତିଅଣ ହୁଏ କରମଙ୍ଗା ଫଳର ଖଟା ରସଦ୍ବାରା ଲୁହାର କଳଙ୍କି ଦାଗ ସଫା ହୁଏ ବୈଦ୍ୟ— ଶାସ୍ତ୍ର ମତରେ ଏହା ଶୀତବୀର୍ୟ୍ୟ, ଧାରକ, କଫ ଓ ବାୟୁନାଶକ]