ଧତୁରା

ଉଇକିଅଭିଧାନ‌ରୁ

ଧତୁରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧତ୍ତୃରା)[ସମ୍ପାଦନା]

ଧାତୁରା (ଗୁଳ୍ମ ଓ ଫତ) — Thorn apple (tree and fruit); Stramonium; Dhatura Fastuosa.

[ଦ୍ରଷ୍ଟବ୍ୟ —ଏହା ବଙ୍ଗନାଦି ବର୍ଗର ବନ୍ୟ ଗୁଳ୍ମବିଶେଷ; ଧଳା କଳା ଭେଦରେ ଏହାର ଗଛ, ଡେମ୍ଫ, ଫୁଲ ଓ ଫଳ ଦୁଇ ପ୍ରକାର ଏହାର ଫଳ ମାଦକ ଓ ବିଷାକ୍ତ କଳା ଧତୁରା ଫୁଲ ଓ ଡେମ୍ଫ ବାଇଗଣି ରଙ୍ଗ ଏହା ମତ୍ତତା— ଜନକ, ବର୍ଣ୍ଣପ୍ରସାଦକ, ଅଗ୍ନିବର୍ଦ୍ଧକ, ବାୟୁଜନକ, ନିଦ୍ରା ଓ ମୂତ୍ର କାରକ ଏହା ଉକୁଣି, ଜ୍ୱର, କୁଷ୍ଠ, ବ୍ରଣ, କଣ୍ଡୂ, କଫ, ବିଷ ଓ ବେଦନା ନାଶକ ଏହାର ଧୂମ ପାନ କଲେ ଶ୍ୱାସ ସତ୍ୱର ପ୍ରଶମିତ ହୁଏ ନିଶା— ଖୋର୍ମାନେ ପତି ବା ଗଞ୍ଜେଇ ସଙ୍ଗେ ଧତୁରା ମଞ୍ଜି ବାଟି କରି ଖାଆନ୍ତି ଏହାର ଫଳ, ଫୁଲ ଓ ପତ୍ରରେ Daturine Atropine ନାମକ ଉଗ୍ର ବିଷ ଅଛି ଏହା ଆତ୍ମହତ୍ୟା ଓ ନରହତ୍ୟାରେ ପ୍ରୟୋଗ କରାଯାଏ ଏହି ଗଛ ଭାରତର ଏବଂ ଇଂଲଣ୍ଡରେ ହୁଏ]