ଛଣା

ଉଇକିଅଭିଧାନ‌ରୁ

ଛଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଛାଣିବା —୧. Passing through a sieve; sifting; straining.
୨. ଯେଉଁ ଯନ୍ତ୍ର ବା କନାଦ୍ୱାରା ଚାହା ଆଦି ଛଣା ଯାଏ — ୨. Straining pot or cloth.

(ଯଥା—ଚାଆଛଣା, ଭାଙ୍ଗଛଣା)

୩. ଜାଲର କ୍ଷେପ — ୩. Throw of a net.

(ଯଥା—ସେ ଏକା ଛଣାକେ ଚାରିଟା ବଡ଼ ମାଛ ଧରିଛି)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଛଣା ହୋଇଥିବା; ଚାଲୁଣୀ ବା ଜାଲ ବା ଲୁଗାର ସୂକ୍ଷ ଛିଦ୍ରବାଟେ ଢଳାଯାଇ ଖଦଡ଼ା ବା ବଡ଼ ଅଂଶମାନ ବାହାର କରାଯାଇଥିବା —୧. Strained; passed through a sieve; sifted; filtered.
୨. ବିମଳ; ପରିଷ୍କୃତ —୨. Cleansed (liquid).

ଛଣା ସୁଧା ପରି ଦିଶେ—କବିସୂର୍ଯ୍ୟ, କିଶୋରୀଚମ୍ପୂ. ଛ ଗୀତ

୩. ଯେଉଁ ଘନ ପଦାର୍ଥ (ଯଥା—ଭାତ) ପାଣି (ଯଥା—ପେଜ) ମଧ୍ୟରୁ ଛଣା ହୋଇଥିବା —୩. (any solid e.g. rice) Got after straining the liquid (e. g. rice-gruel) in which it was immersed or mixed.