ଝଡ଼ିଆ ପୋକ

ଉଇକିଅଭିଧାନ‌ରୁ

ଝଡ଼ିଆ ପୋକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପକ୍ଷ ଲାଗିଥିବା ଉଇ ବା ପିମ୍ପୁଡ଼ି — Winged ants.

[ଦ୍ରଷ୍ଟବ୍ୟ —ପିମ୍ପୁଡ଼ି, ଜନ୍ଦା ଓ ଉଇ ଇତ୍ୟାଦି ବୁଢ଼ା ହେଲେ ସେମାନଙ୍କଠାରେ ପକ୍ଷ ଲାଗେ ଓ ସେମାନେ ହୁଙ୍କା ବା ଗାତରୁ ବାହାରି ଉଡ଼ନ୍ତି କିଛିକ୍ଷଣ ଉଡ଼ିବା ପରେ ପକ୍ଷ ଛିଡ଼ି ପଡ଼ିବାରୁ ସେମାନେ ତଳେ ଖସି ପଡ଼ନ୍ତି ଓ ବେଙ୍ଗ, କୁଆ ଓ ବଣି ଆଦି ତାଙ୍କୁ ଖୁଣ୍ଟି କରି ଖାଇ ଯାଆନ୍ତି ଏଥିପାଇଁ ପ୍ରବାଦ ଅଛି 'ପିମ୍ପୁଡ଼ିଠେଇଁ ପକ୍ଷି ଲାଗେ ମରିବା ପାଇଁ' ଶୁଣା ଅଛି ଯେ ପ୍ରଶାନ୍ତ ମହାସାଗରରେ ଦ୍ୱୀପପୁଞ୍ଜ ଓ ଚୀନ ଦେଶବାସୀ କେତେକ ଲୋକ ମୁଢ଼ି ଆଦି ସଙ୍ଗେ ଝଡ଼ିଆ ପୋକ ଖାଇବାକୁ ସୁଖ ପାଆନ୍ତି ଝଡ଼ିଆ ପୋକ ଉଡ଼ିବାର ଦେଖା ଗଲେ ଶୀଘ୍ର ବିଶେଷ ଝଡ଼ ବା ବୃଷ୍ଟି ହେବ ବୋଲି ଲୋକେ ଅନୁମାନ କରନ୍ତି]