ଧଉଳି ଗିରି

ଉଇକିଅଭିଧାନ‌ରୁ

ଧଉଳି ଗିରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଧଉଳିପର୍ବତ, ଧଉଳିପାହାଡଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧବଳଗିରି)[ସମ୍ପାଦନା]

ଉତ୍କଳର ପୁରୀ ଜିଲାର କ୍ଷୁଦ୍ର ପର୍ବତବିଶେଷ —Name of a hill in the Puri district.

[ଦ୍ରଷ୍ଟବ୍ୟ —ଏହା ଭୁବନେଶ୍ୱରର ୭ମାଇଲ ଉତ୍ତରପୂର୍ବରେ ଦୟାନଦୀର ଦକ୍ଷିଣ ତୀରରେ ଅବସ୍ଥିତ ଏହି ପର୍ବତର ସର୍ବୋଚ୍ଚ ଚୂଡା ୧୬: ହାତ ଉଚ୍ଚ ଏଥିରେ ବୌଦ୍ଧା ମାନଙ୍କଦ୍ୱାରା ଗୁଡିଏ ଗୁମ୍ଫା ଖୋଦିତ ହୋଇଅଛି ଏହି ଗୁମ୍ଫାମାନ ଐର ରାଜାଙ୍କ ସମୟରେ ଖ୍ରୀ. ପୂ ୪ର୍ଥ ଶତାବ୍ଦୀରେ ନିର୍ମିତ ହୋଇ ଥିବାର ଅନୁମାନ କରାଯାଏ ଏହି ପାହାଡର ସମୀପବର୍ତ୍ତୀ ଅଶ୍ୱତ୍ଥାମା ପାହାଡ଼ ଗାତ୍ରରେ ଅଶୋକଙ୍କର ୧୧:ଟି ଆଦେଶ ପାଲି ଭାଷାରେ ଖୋଦିତ ହୋଇଅଛି ଏହା ଉପରେ ବର୍ତ୍ତମାନ ଗୋଟିଏ ଶିବ— ମନ୍ଦିର ଓ ନିମ୍ନଦେଶରେ ଗଣେଶଙ୍କ ମନ୍ଦିର ଅଛି ଏହି ପର୍ବତ ନିକଟରେ ପ୍ରାଚୀନ କଳିଙ୍ଗର ବୌଦ୍ଧ ରାଜଧାନୀ 'ଢୋସାଲି' ନାମକ ଗୋଟିଏ ନଗର ଥିଲା ବୋଲି ଅନୁମାନ କରାଯାଏ ଏଥିରେ ଥିବା ଅଶୋକଙ୍କ ୧୧:ଟି ଆଜ୍ଞା ସଙ୍ଗେ ତଦାନୀନ୍ତନ ସ୍ଥାନୀୟ ନରପତିଙ୍କର ୨ଟି ଆଜ୍ଞା ମଧ୍ୟ ଲେଖା ଅଛି ଗୋଟିଏ ସ୍ଥାନରେ ୫ଟି ଗୁମ୍ଫା (ପଞ୍ଚ ପାଣ୍ଡବ ବା ପଞ୍ଚ ଗୋସେଇ ଗୁମ୍ଫା) ଅଛି; ସେ ଗୁମ୍ଫାରେ ବୈଦ୍ୟମାନଙ୍କର ଔଷଧ ବାଟିବା କୁଣ୍ଡୀ (ଖଲ) ପରି କୁଣ୍ଡୀମାନ ଅଛି ଏହି ପାହାଡ଼ ଦେହରୁ କୋଣାର୍କ ଓ ପୁରୀ ଦେଉଳର ପଥରମାନ କଟା ହୋଇ ନିଆ ଯାଇଥିବାର ଅନୁମାନ କରାଯାଏ କିମ୍ୱଦନ୍ତୀ ଅଛି ଯେ ବୁଦ୍ଧଦେବଙ୍କ ଦନ୍ତ ସିଂହଳ ଦ୍ୱୀପକୁ ନୀତ ହେବା ପୂର୍ବରୁ ଏହିଠାରେ ରକ୍ଷିତ ହୋଇଥିଲା କବିବର ରାଧାନାଥଙ୍କ

ପାର୍ବତୀ କାବ୍ୟ ବର୍ଣ୍ଣିତ କୌଶଲ୍ୟାଗାଙ୍ଗ ପୁଷ୍କରିଣୀ ଏହି ପାହାଡ଼ର ନିମ୍ନଦେଶରେ ବିସ୍ତୃତ]