ବକରୀଦ୍

ଉଇକିଅଭିଧାନ‌ରୁ

ବକରୀଦ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବକ୍ରୀଦ୍—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ବକର୍ ଈଦ୍)[ସମ୍ପାଦନା]

ଇଦ ପର୍ବ; (ଯହିଁରେ ବକର୍ ଅର୍ଥାତ୍ ଗୋରୁଙ୍କୁ ହଲାଲ୍ କରାଯାଏ ବା ବଳି ଦିଆଯାଏ;) ମୁସଲମାନମାନଙ୍କ ପଶୁବଳି— ଦାନ ପର୍ବ —A festival of the Mahomedans for offering victims.

[ଦ୍ରଷ୍ଟବ୍ୟ —ଏହା ଜୀଲ୍ହେଜ୍ ମାସର ଦ୍ୱିତୀୟା ଚାନ୍ଦ ଦେଖା ଯିବାର ଦଶମ ଦିନରେ ପଡ଼େ

କୋରାନରେ ଲେଖାଅଛି ଯେ ଇବ୍ରାହିମ୍ ଈଶ୍ୱରଙ୍କର ତିନି ରାତି ସ୍ୱପ୍ନାଦେଶ ଅନୁସାରେ ତାଙ୍କର ପ୍ରିୟତମ ପୁତ୍ର ଇସ୍ମାଇଲଙ୍କୁ ବଳି— ଦେବାକୁ ପ୍ରସ୍ତୁତ ହେବାରୁ ଈଶ୍ୱରଙ୍କ ମାୟାରେ ପୁତ୍ରର ସ୍ଥାନ ଅଧିକାର କରିବା ପାଇଁ ଆକାଶରୁ ଗୋଟିଏ ଦୁମ୍ୱା ବା ମେଣ୍ଢା ପଡ଼ିଲା ସେହି ଘଟଣାର ସ୍ନାରକ ସ୍ୱରୁପ ମୁସଲମାନ୍ମାନେ ଏହି ବକରୀଦ୍ ପର୍ବରେ କୁର୍ବାନୀ ବା ବଳିଦାନ କରନ୍ତି ଏ ପର୍ବର ଅନ୍ୟ ନାମ ଇଦୁଜ୍ଜୁହା]