ଷଡ୍ଭୁଜା

ଉଇକିଅଭିଧାନ‌ରୁ

ଷଡ୍ଭୁଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଷଡ଼ଭୁଜା—ଦେଶଜରୂପ)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ[ସମ୍ପାଦନା]

ଷଡ୍ଭୁଜର ସ୍ତ୍ରୀଲିଙ୍ଗ —Feminine of Shaṟḍ̠-bhujā

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଚଣ୍ଡିକାଦେବୀ —୧. Goddess Chaṇḍī.

(ଦ୍ର—ବୃହନ୍ନନ୍ଦିକେଶ୍ୱର ପୁରାଣରେ ଦୁର୍ଗାପୂଜାପଦ୍ଧତିରେ ଚଣ୍ଡିକା, ରୂଦ୍ରଚଣ୍ଡା ଓ ଚଣ୍ଡବତୀ, ଦୁର୍ଗାଙ୍କର ଏହି ମୂର୍ତ୍ତିତ୍ରୟ ଷଡ୍ଭୁଜା ଥିବା ନିର୍ଦ୍ଦିଷ୍ଟ ହୋଇଅଛି ବିଶ୍ୱକୋଷ)

୨. (ବୈଦ୍ୟକ) ଖରଭୂଜ ବା ତରଭୁଜ; ଫଳଲତା ବିଶେଷ —୨. Cucumis Melo; water melon.

[ଦ୍ରଷ୍ଟବ୍ୟ — ଏହା କୃଷିଜାତ ଲତାଫଳ ଏହି ଫଳ ଅପକ୍ୱାବସ୍ଥାରେ ତିକ୍ତ, କିନ୍ତୁ ପକ୍ୱ ହେଲେ ମଧୁରରସ, ଅମ୍ଳ— ବିପାକ, ତପ୍ତିକର, ପୁଷ୍ଟିବର୍ଦ୍ଧକ, ଶୁକ୍ରଜନକ, ବଳକର, ମୂତ୍ରଶୋଧକ, କଫବର୍ଦ୍ଧକ, ପିତ୍ତନାଶକ, ଦାହ ତୃଷା ଓ ଶ୍ରାନ୍ତିନିବାରକ ଏବଂ ଉନ୍ମାଦରୋଗରେ ଉପକାରକ ଏ ଫଳ ଖରାଦିନେ ପାଚେ ଏହାର ପତ୍ର ୬ଟି ଆଙ୍ଗୁଠି ପରି ୬ ଶାଖାବିଶିଷ୍ଟ ଥିବାରୁ ଏହି ନାମ]