ଗଡ଼

ଉଇକିଅଭିଧାନ‌ରୁ

ଗଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗଡ଼ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ବାଧା; ଅଟକ — ୧. Obstacle; hindrance.
୨. ବାଡ଼ —୨. Fence; enclosure.
୩. ପଟ; ପରଦା —୩. Partition; screen.
୪. ପରିଖା —୪. Ditch; moat.
୫. ଗଡ଼େଇ; ଗଡ଼ିଶା ମାଛ — ୫. A kind of fresh-water-fish living in muddy water and pools; Ophicephalus Punctatus.

[ଦ୍ରଷ୍ଟବ୍ୟ —ଏହି ମାଛର ପିଠି ଈଷିତ୍ ନେଳି, ପେଟ ହଳଦିଆ, ମୁଣ୍ଡ— ପାଖେ କଳା ଓ ନେଳିଆ ଦାଗ ଥାଏ ଲମ୍ୱ ୧୨: ଆଙ୍ଗୁଳିରୁ ଛୋଟ ଏହି ଜାତୀୟ ବଡ଼ ମାଛକୁ ଶେଉଳ କହନ୍ତି, ଏ ପଙ୍କ ଓ ଦଳୁଅ ପାଣିରେ ରହି ପାରେ]

୬. (ତୁଳ. ତା. ଅଗର=ଦୁର୍ଗ)— ଦୁର୍ଗ; କିଲ୍ଲା —୬. A fort.
୭. ଗଡ଼ଜାତ ରାଜ୍ୟର ରାଜଧାନୀ — ୭. The capital city of a state.
୮. ଦେଶବିଶେଷ; ଗଡ଼ମଣ୍ଡଳ ଦେଶ — ୮. Name of a country.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ସାମାନ୍ୟ ରାଜ୍ୟ — ୧. A small kingdom.
୨. କୌଣସି ଲମ୍ୱ ପଦାର୍ଥର ଖଣ୍ଡିତ ଅଂଶ — ୨. A piece cut from a longer thing.
୩. ବୃକ୍ଷର ଶାଖାହୀନ ଗଣ୍ଡି — ୩. Branchless trunk of a tree.

(ଯଥା—ନଡ଼ିଆ ଗଡ଼, ତାଳ ଗଡ଼)

୪. କାଠର ମୋଟ ଓ ଲମ୍ୱ ଖଣ୍ଡ — ୪. Log of wood.
୫. ଲମ୍ୱ ଓ ସ୍ଥୂଳ ବସ୍ତୁ — ୫. A long and thick article.
୬. ଦେହ —୬. Body.
୭. ମସ୍ତକହୀନ ଦେହ —୭. Headless trunk.
୮. ବିଭାଗ —୮. Division.
୯. ଖଣ୍ଡ —୯. Piece.
୧୦. ଜାଳକାଠକୁ ଫାଳଫାଳ କରି ଚରିବା ପୂର୍ବରୁ ଲମ୍ୱ କାଠଖଣ୍ଡରୁ କଟାଯିବା କ୍ଷୁଦ୍ର ଓ ସ୍ଥୂଳ ଖଣ୍ଡମାନ — ୧୦. Long and stout bits of wood cut from a log before they are split into strips for fuel.

୧୧: ଏକ ପ୍ରକାର ବଡ଼ କାଠ ଗଛ — ୧୧. A kind of timber-tree; Chyptolipsis Bhuchanani.

୧୨: ଲତାଳିଆ ଗୁଳ୍ମବିଶେଷ — ୧୨. Chyptolipsis Elegans; a large twining shrub.

ପ୍ରାଦେଶିକ - (ଜୟପୁର) ବିଶେଷ୍ୟ -[ସମ୍ପାଦନା]

୧. ଶସ୍ୟାଦି ମାପିବାର ପରିମାଣବିଶେଷ — ୧. A standard of measuring corn.
୨. ଧାନହଳର ନିର୍ଦ୍ଧିଷ୍ଟ ସଂଖ୍ୟା — ୨. A unit of a certain number of the sheaves of psddy.