ବତ୍ସ

ଉଇକିଅଭିଧାନ‌ରୁ

ବତ୍ସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ —(ବଦ୍ ଧାତୁ=ସ୍ନେହ ସଂଭାଷଣ; କଥନ+କର୍ମ. ସ; ଯାହାକୁ ସ୍ନେହ ପୂର୍ବକ ଡକାଯାଏ)[ସମ୍ପାଦନା]

୧. ପୁତ୍ର — ୧. Son;
୨. ପ୍ରାଣୀର ଛୁଆ —୨. The young of an animal.
୩. ସନ୍ତାନ —୩. Child; offspring.
୪. ଗୋଶିଶୁ; ବାଛୁରୀ —୪. A calf.
୫. ଭାରତୀୟ ପ୍ରଦେଶବିଶେଷ (ଆଧୁନିକ ଦୋଆବ୍) —୪. Name of a country in ancient India (the modern Doab).
୬. (ବସ୍ ଧାତୁ=ବାସ କରିବା+ଅଧିକରଣ; ସ; ନିପାତନ) ବତ୍ସର; ବର୍ଷ (ହିନ୍ଦୀ - ଶ) —୬. Year; a period of ୧୨ months.
୭. ଶ୍ରୀବତ୍ସ; ପୌରାଣିକ ନରପତି —୭. ṡrībatsa.
[ଦ୍ରଷ୍ଟବ୍ୟ— ଏ ନରପତି ଲକ୍ଷ୍ମୀ ଓ ଶନିଙ୍କର କଳହ ନିଷ୍ପତ୍ତି କରି ଶନିଙ୍କ କୋପରୁ ବହୁତ କଷ୍ଟ ସହିଥିଲେ ]
୮. ଜନୈକ ଭକ୍ତ ବ୍ରାହ୍ମଣ; ଶ୍ରୀବତ୍ସ — ୮. A Brahmin dovotee.
[ଉଦାହରଣ— ବତ୍ସ ପାରା ଚିହ ପରି ହୃଦରେ, ବାହ୍ୟେ ନ ତିଶି ରଖିଲେ ଭିତରେ— ଭଞ୍ଜ, ବୈଦେହୀଶବିଳାସ ]
୯. ବକ୍ଷଃ; ଛାତି —୯. Breast.
[ଉଦାହରଣ— ନଇଦର୍ଭୀ ଚାତୁରୀ ପ୍ରକାଶିତ୍ର ବତ୍ସେ ସଂଯୋଗି ପଢୢ ରଘୁସୁତ— ଭଞ୍ଜ, ବୈଦେହୀଶବିଳାସ ]
୧୦. ଗୋବତ୍ସାରୁପଧାରୀ କଂସର ଅନୁଚରବିଶେଷ; ବତ୍ସାସୁର — ୧୦. An attendant of kaṁsa; Batsāsura.
୧୧. ଇନ୍ଦ୍ରଯବ (ଦେଖ), (ହିନ୍ଦୀ - ଶ.)— ୧୧. Indraj̄aba (See)

ଦେଶଜ[ସମ୍ପାଦନା]

ଦ୍ୱାଦଶ ଗୋପାଳ ମଧ୍ୟରୁ ଜଣେ ଗୋପାଳ — One of the ୧୨ Gopāḻas.

[ଦ୍ରଷ୍ଟବ୍ୟ— ବାରସୁତ ତଳେ ନୋଟ ଦେଖ ]

ସଂସ୍କୃତ - ଅ—(ସଂବୋଧନ)[ସମ୍ପାଦନା]

(ପୁତ୍ର ଓ ଶିଷ୍ୟ ସ୍ଥାନୀୟ ବ୍ୟକ୍ତିକୁ ସ୍ନେହ) ବାପ ? — (An affectionate term addressed to one's younger)— Oh child ?