ଉଇକିଅଭିଧାନ:ବଛା ଶବ୍ଦ/୨୦୧୬

ଉଇକିଅଭିଧାନ‌ରୁ
« ୨୦୧୫ ୨୦୧୬ ୨୦୧୭ »
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର


ଜାନୁଆରୀ[ସମ୍ପାଦନା]

ଘୃଣା

ଉଚ୍ଚାରଣ: Ghṛuṇā
ଶବ୍ଦ ବିନ୍ୟାସ: ଘୃ ଧାତୁ=ଆର୍ଦ୍ର କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ; ଏହା ହୃଦୟକୁ ଆର୍ଦ୍ର କରେ ବୋଲି
ସଂସ୍କୃତ - ବିଶେଷ୍ୟ -

  1. ଦୟା; କୃପା; ଅନୁକମ୍ପା
  2. ଅବଜ୍ଞା; ଅବହେଳା; ଅଶ୍ରଦ୍ଧା

[ଦ୍ରଷ୍ଟବ୍ୟ —ଘୃଣାର ଧାତୁନିଷ୍ପନ୍ନ ମୌଳିକ ଅର୍ଥ (ଯାହା ହୃଦୟକୁ ଆର୍ଦ୍ର କରେ) ଦୟା, କୃପା, ଅନୁକମ୍ପାରୁ କ୍ରମଶଃ କିପରି ଅବଜ୍ଞା, ବିରାଗ ବିଦ୍ୱେଷ, ଗାଳି ଓ ଲଜ୍ଜା ଅର୍ଥମାନ ଆସିଅଛି ତାହା ପ୍ରଣିଧେୟ]

ଫେବୃଆରୀ[ସମ୍ପାଦନା]

ମର୍ମତୁଦ

ଉଚ୍ଚାରଣ: Marmatuda
ସ୍ତ୍ରୀ: ମର୍ମତୁଦା
ଶବ୍ଦ ବିନ୍ୟାସ: ଉପପଦ ତତ୍ପୁରୁଷ; ମର୍ମ+ତୁଦ୍ ଧାତୁ=ପୀଡ଼ା ଦେବା+କର୍ତ୍ତୃ. ଅ
ସଂସ୍କୃତ - ବିଶେଷଣ

  1. ହୃଦୟବିଦାରକ

ମାର୍ଚ୍ଚ[ସମ୍ପାଦନା]

ବିଧା

ଉଚ୍ଚାରଣ: Bidhā
ଶବ୍ଦ ବିନ୍ୟାସ: ବି+ ଧା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ
ସଂସ୍କୃତ - ବିଶେଷ୍ୟ

  1. ବିଧ
  2. ମୂଲ

ଦେଶଜ - ବିଶେଷ୍ୟ

  1. ମୃଷ୍ଟ୍ୟା— ଘାତ; ମୃଷ୍ଟି ପ୍ରହାର

[ଉଦାହରଣ —ପାଖକୁ ବଜାଅନ୍ତେ ଦେଖାଇଣ ବିଧା ହେଲା ତାର ପ୍ରାଣପବନଯାକ ରୁଦ୍ଧା — କୃଷ୍ଣସିଂହ. ମହାଭାରତ. ବନ]

ଅପ୍ରେଲ[ସମ୍ପାଦନା]

ମହୀଜ

ଉଚ୍ଚାରଣ: Mahīja
ସ୍ତ୍ରୀ: ମହୀଜା
ଶବ୍ଦ ବିନ୍ୟାସ: ମହୀ+ଜନ୍ ଧାତୁ+କର୍ତ୍ତୃ.ଅ
ସଂସ୍କୃତ - ବିଶେଷ୍ୟ

  1. ମଙ୍ଗଳଗ୍ରହ
  2. ଅଦା

ସଂସ୍କୃତ - ବିଶେଷଣ

  1. ଭୂମିରୁ ଜାତ ବା ଉତ୍ପନ୍ନ

ମୁଦାରା

ଉଚ୍ଚାରଣ: Mudārā
ଶବ୍ଦ ବିନ୍ୟାସ: ସଂସ୍କୃତ - ମନ୍ଦ୍ର
ଦେଶଜ - ବିଶେଷ

  1. (ସଙ୍ଗୀତ) ଗମ୍ଭୀର ଧ୍ୱନି ବା ସୁରବିଶେଷ, ମନ୍ଦ୍ରଧ୍ୱନିଯୁକ୍ତ ସୁର; ତାରସ୍ୱର ଓ କ୍ଷୀଣ ସ୍ୱରର ମଧ୍ୟସ୍ଥ ଧ୍ୱନି

ଯଜମାନ

ଉଚ୍ଚାରଣ: J̄ajamāna
ଶବ୍ଦ ବିନ୍ୟାସ: ଯଜ ଧାତୁ+କର୍ତ୍ତୃ. ଆନା
ସଂସ୍କୃତ - ବିଶେଷଣ

  1. ଯାଗକାରୀ

ବିଶେଷ୍ୟ

  1. ଯେଉଁ ବ୍ୟକ୍ତି ବ୍ରାହ୍ମଣକୁ ଦକ୍ଷିଣା ଦେଇ ବ୍ରାହ୍ମଣଦ୍ୱାରା ଯାଗ କ୍ରିୟା କରାନ୍ତି
  2. ମହାଦେବଙ୍କର ଅଷ୍ଟମୂର୍ତ୍ତି ମଧ୍ୟରୁ ପ୍ରଧାନ ମୂର୍ତ୍ତି

ଜୁଲାଇ[ସମ୍ପାଦନା]

ବାଟି

ଉଚ୍ଚାରଣ: Bāṭi
ଦେଶଜ - ବିଶେଷ୍ୟ

  1. ଏକପ୍ରକାର କଉଡ଼ି ଖେଳ
  2. (ବଙ୍ଗଳାରୁ ଅନୁକୃତ)—ଗିନା; କଟରା; ତାଟିଆ

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ

  1. ୮୪ ଠାରୁ ୧ ତୋଳା ଓଜନ

ଅଗଷ୍ଟ[ସମ୍ପାଦନା]

ରାଜା

ଉଚ୍ଚାରଣ: rājā
ସ୍ତ୍ରୀ: ରାଜ୍ଞୀ
ଶବ୍ଦ ବିନ୍ୟାସ: ରଞ୍ଜ ଧାତୁ(=ପ୍ରଜାମାନଙ୍କୁ ପ୍ରୀତି କରିବା)+କର୍ତ୍ତୃ ଅନ୍; କିମ୍ୱା ରାଜ୍ ଧାତୁ(=ଶୋଭା ପାଇବା)+କର୍ତ୍ତୃ ଅନ୍; (ରାଜନ୍ ଶବ୍ଦ ୧ମା ୧ବ)
ସଂସ୍କୃତ - ବିଶେଷ୍ୟ - ପୁଂ

  1. ନରପତି; ରାଜା; ନୃପତି; ଭୂପତି
  2. ଏକ ଶ୍ରେଣୀର ବହୁ ବସ୍ତୁ ବା ବ୍ୟକ୍ତିଙ୍କ ମଧ୍ୟରେ ଶ୍ରେଷ୍ଠ ବସ୍ତୁ ବା ବ୍ୟକ୍ତି

ସେପ୍ଟେମ୍ବର[ସମ୍ପାଦନା]

ଚଉରା

ଉଚ୍ଚାରଣ: Chaurā
ଶବ୍ଦ ବିନ୍ୟାସ: ସଂସ୍କୃତ - ଚତ୍ୱର; ଚତ୍ୱାର
ଦେଶଜ - ବିଶେଷ୍ୟ

  1. ଗୃହସଂଲଗ୍ନ ଯେଉଁ ମାଟି; ପଥର ବା ଇଟା ନିର୍ମିତ ସ୍ତୁପରେ ତୁଳସୀବୃକ୍ଷ ଲଗା ହୋଇଥାଏ; ତୁଳସୀଚଉରା

[ଉଦାହରଣ —ସୁବର୍ଣ୍ଣ ଚଉରା ଧାଡ଼ୀ ଧାଡ଼ୀ ଶୋଭା ଦିଶୁଆନ୍ତି ତଥିତଳ ସେ ବିଶ୍ୱନାଥ ।- ବିଚିତ୍ରରାମାୟଣ]

ଅକ୍ଟୋବର[ସମ୍ପାଦନା]

ପଅଁତିଶ

ଉଚ୍ଚାରଣ: Pa añtiṡa
ଦେଶଜ - ବିଶେଷ୍ୟ

  1. ପଇଁତିରିଶ - ତିରିଶ ଅପେକ୍ଷା ୫ ଉର୍ଦ୍ଧ୍ୱ ସଂଖ୍ୟା

ନଭେମ୍ବର[ସମ୍ପାଦନା]

ପଞ୍ଚା

ଉଚ୍ଚାରଣ: Pan̄chā
ଶବ୍ଦ ବିନ୍ୟାସ: ସଂସ୍କୃତ - ପଞ୍ଚନ୍
ଦେଶଜ - ବିଶେଷଣ

  1. 'ପାଞ୍ଚ' ସଂଖ୍ୟା ଦ୍ୱାରା ଗୁଣିତ
  2. ତିନି ପଞ୍ଚା ପନ୍ଦରପଣ—ପଣକିଆ

ଦେଶଜ - ବିଶେଷ୍ୟ

  1. ଗ୍ରାମର ପାଞ୍ଚଜଣ ବା ସମସ୍ତଙ୍କଠାରୁ ସାଧାରଣ କାର୍ଯ୍ୟ ନିମନ୍ତେ ଆଦାୟ କରାଯିବା ଭେଦା; ଚାନ୍ଦା

ଡିସେମ୍ବର[ସମ୍ପାଦନା]

ଚଉପାଢ଼ୀ

ଉଚ୍ଚାରଣ: Chaupāṟḍ̠ẖī
ଶବ୍ଦ ବିନ୍ୟାସ: ସଂସ୍କୃତ - ଚତୁଷ୍ପାଠୀ; ଯେଉଁଠାରେ ୪ ବେଦ ଆଧ୍ୟାପନା କରାଯାଉଥିଲା
ଦେଶଜ - ବିଶେଷ୍ୟ

  1. ଗ୍ରାମ୍ୟବିଦ୍ୟାଳୟ; ପାଠଶାଳା
  2. ଉପରେ ଛାତ ବା ଛପର ଥିବା କିନ୍ତୁ ଚାରିଆଡ଼େ ଖୋଲା ଥିବା ବୈଠକ ଘର