କୃଷ୍ଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷ୍ଣ
ଉଚ୍ଚାରଣ: Kṛushṇa

ସଂ. ବି. (କୃଷ ଧାତୁ=କର୍ଷଣ କରିବା+କର୍ତ୍ତୃ. ତ ନିପାତନ ବା କୃଷ୍ ଧାତୁ= ଜୟ କରିବା+କର୍ତ୍ତୃ. ଣ) —

୧: ଶ୍ରୀ ଭଗବାନ୍; ବିଷ୍ଣୁ —୧. Bishṇu.

୨: ବିଷ୍ଣୁଙ୍କର ଅଷ୍ଟମ ଅବତାର; ଶ୍ରିକୃଷ୍ଣ — ୨. The eighth incarnation of Bishṇu.

[ଦ୍ର—ଏ ବିଷ୍ଣୁଙ୍କର ଅଷ୍ଟମ ଅବତାର ବସୁଦେବ ଓ ଦେବତୀଙ୍କର ନନ୍ଦକ, କଂସାଦି ଅସୁରମାନଙ୍କର ସଂହାରକ, ନନ୍ଦୟଶୋଦାଙ୍କର ପାଳିତ ପୁତ୍ର ଓ ଶ୍ରୀମତୀ ରାଧା ଓ ଗୋପୀମାନଙ୍କର ପ୍ରେମିକ ଓ ସହାୟକ କୃଷ୍ଣ ୟଦୁବଂଶସମ୍ଭୁତ ଥିଲେ ଓ ବସୁଦେବଙ୍କ ଔରସରେ କଂସର ଭଗିନୀ ଦେବକୀଙ୍କ ଗର୍ଭରେ ଜନ୍ମ ଲଭିଥିଲେ, କିନ୍ତୁ କଂସର ଭୟରେ ବସୁଦେବ ଏହାଙ୍କୁ ଅନ୍ତୁଡ଼ିଶାଳରୁ ଲୁଚାଇ କରି ନେଇ ନନ୍ଦଶୋଦାଙ୍କ ଗୃହରେ ଛାଡ଼ିବାରୁ ସୋମାନେ ଏହାଙ୍କୁ ପାଳି ବଢ଼ାଇ— ଥିଲେ ଏ ବାଲ୍ୟବାଳ ଗୋପପୁରରେ କଟାଇ ଷୋଳସହସ୍ର ଗୋପୀ ଓ ଗୋପବାଳକମାନଙ୍କ ସଙ୍ଗେ କ୍ରୀଡ଼ା ଓ ରାସରେ ମାତି ଥିଲେ ରାଧା ଏହାଙ୍କର ପ୍ରିୟବତୀ ଥିଲେ ବାଲ୍ୟକାଳରେ କଂସପ୍ରେରିତ ଅନେକ ଅସୁରଙ୍କୁ ମାରି କୃଷ୍ଣ ଶେଷରେ କଂସକୁ ବଧ କରିଥିଲେ ଏ ପାଣ୍ଡବମାନଙ୍କର ଓ ବିଶେଷତଃ ଅର୍ଜୁନଙ୍କର ସଖା ଥିଲେ ଏ ପରେ ଯାଇ ଦ୍ବାରକାରେ ରାଜା ହୋଇ ରୁକ୍ମିଣୀ ଓ ସତ୍ୟଭାମା ଆଦି ମହିଷୀଙ୍କୁ ବିବାହ କରିଥିଲେ ଏହାଙ୍କ ସହାୟତା ଓ ପରାମର୍ଶରେ ପାଣ୍ଡବମାନେ କୁରୁକ୍ଷେତ୍ରରେ ଜୟୀ ହୋଇଥିଲେ ୟଦୁକୁଳ ପ୍ରଭାସରେ ହଣାହଣି ହୋଇ ମରିବା ପରେ କୃଷ୍ଣଙ୍କୁ ଜାରାଶବର ଅରଣ୍ୟ ମଧ୍ୟରେ ଭ୍ରମରେ ମୃଗ ବୋଲି ମଣି ଶରବିଦ୍ଧ କରିବାରୁ ଏ ଦେହ ତ୍ୟାଗ କରିଥିଲେ ଏହାଙ୍କର ପୁତ୍ରର ନାମ ପ୍ରଦୁମ୍ନ (କାମଦେବଙ୍କର ନାମାନ୍ତର)]

୩: ମହାଭାରତପ୍ରଣେତା କୃଷ୍ଣଦ୍ବୈପାୟନ; ବ୍ୟାସଦେବ — ୩. The sage Byāsa.

୪: ଅର୍ଜୁନ —୪. Arj̄una; the third Pāṇḍaba brother.

୫: କୃଷ୍ଣସାର ମୃଗ —୫. The black antelope.

୬: କୋକିଳ —୫. Cuckoo.

୭: ପାପ —୭. Sin.

୮: କାକ —୮. Crow.

୯: ମାସର କୃଷ୍ଣପକ୍ଷ; ଅନ୍ଧାର ପକ୍ଷ — ୯. The dark fort-night of the month.

୧: ଗାଢ଼ ନୀଳବର୍ଣ୍ଣ —୧୦. Dark blue colour.

୧୧: କୃଷ୍ଣଚନ୍ଦନ; ଅଗୁରୁ — ୧୧. Aloes wood; Agallochium.

୧୨: କଳାରଙ୍ଗ —୧୨. Black colour.

୧୩: କଳିଯୁଗ —୧୩. The fourth or the dark age of the Hindu mythology.

୧୪: ଲୌହ —୧୪. Iron.

୧୫: ଅନ୍ଧକାର —୧୫. Darkness.

୧୬: ସୀମା —୧୬. Lead.

୧୭: ସୁରୁମା —୧୭. Antimony.

୧୮: କଜ୍ଜ୍ବଳ —୧୮. Collyrium.

୧୯: ପରମାତ୍ମା —୧୯. The supreme Spirrit.

୨: ମରିଚ —୨୦. Black pepper.

୨୧: ଅଶୁଭ କର୍ମ —୨୧. Inauspicious act.

୨୨: ଆଖିର କଳାଡ଼ୋଳା — ୨୨. The black part of the eye.

୨୩: ଅଗ୍ନି —୨୩. Fire.

୨୪: ଶୂଦ୍ର —A Ṡūdra.

[ଦ୍ର—କୃଷ୍ଣ ଶବ୍ଦର ବିଭିନ୍ନ ଅର୍ଥ ସମ୍ବନ୍ଧରେ ଧ୍ଵନିମଞ୍ଜରୀ:— ବ୍ୟାସୋଽର୍ଜୁନାଗ୍ନି ହରି କୋକିଳ କାକ ଶୂଦ୍ର ତାମିସ୍ରପକ୍ଷ କଚ ନୀଳ ଗୁଣେଷୁକୃଷ୍ଣଃ x x x କୃଷ୍ଣଂ ତୁ ଲୋକ ଦୂରିତଂ ମରିଚଞ୍ଚ କୃଷ୍ଣଃ]

ସଂ. ବିଣ. —

୧: କାଳିଆ; କଳା —୧. Black; dark.

୨: ମନ୍ଦ; ଖଳ —୨. Wicked; bad; evil.

୩: ଗାଢ଼ ନୀଳ —୩. Deep blue.

୪: ଅନ୍ଧକାରମୟ —୪. Dark coloured.

ଦେ. ବି. (ବ୍ୟଙ୍ଗ୍ୟାର୍ଥ) —

ଅଫିମ —Opium.