ଜୀବନ

ଉଇକିଅଭିଧାନ‌ରୁ

ଜୀବନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଜୀବ ଧାତୁ+ଭାବ. ଅନ)[ସମ୍ପାଦନା]

୧. ପ୍ରାଣ —୧. Life.
୨. ଜୀବିତ ରହିବା ଅବସ୍ଥା; ପ୍ରାଣଧାରଣ — ୨. Existence.
୩. ପେଶା; ବୃତ୍ତି; ଜୀବିକା; ଜୀବନୋପାୟ — ୩. Livelihood; means of subsistence.
୪. ପ୍ରାଣୀ —୪. Animal.
୫. (+କରଣ. ଅନ) ଜଳ —୫. Water.
୬. ପ୍ରାଣବାୟୁ — ୬. The vital airs; life's breath.
୭. ପ୍ରାଣର ସଙ୍ଖାଳି; ଜୀବଧନ; ପ୍ରିୟତମ ବ୍ୟକ୍ତି — ୭. One's dearest person; beloved person; one 'dearest dear'.

ମୋ ଜୀବନ କାହିଁ ହଜାଇଲି କାହିଁ ଆଣି ଦିଅ ଆଳି ବୋଲି କବିସୂର୍ଯ୍ୟ. ସଙ୍ଗୀତ

୮. ସଦ୍ୟଜାତ ନହୁଣୀ ବା ଘିଅ — ୮. Fresh butter or ghee.
୯. ଜୀବାତ୍ମା — ୯. The vital energy; the living soul.
୧. ବାୟୁ; ସମୀରଣ —୧୦. The air; wind.
୧୧. (ଜୀବ ଧାତୁ+କର୍ତ୍ତୃ. ଅନ) ପୁତ୍ର —୧୧. Son.
୧୨. ପରମେଶ୍ୱର — ୧୨. God; the Supreme being.
୧୩. ଜୀବକ (ଦେଖ) - ୧୩. Jībaka (See)
୧୪. ମଜ୍ଜା —୧୪. Marrow of the bones; pith; sap
୧୫. ହୈୟଙ୍ଗଜୀନ; ଗତ କାଲିର ଦୁଧରୁ ପ୍ରସ୍ତୁତ ଲହୁଣୀ — ୧୫. Butter made from yesterday's milk.
୧୬. (+ଅଧିକରଣ ଅନ)—ଜୀବିତକାଳ; ଜନ୍ମ ଓ ମୃତ୍ୟୁର ମଧ୍ୟସ୍ଥ ସମୟ (ହିନ୍ଦୀ - ଶବ୍ଦସାଗର) —୧୬. Life-time.

ଶିବଙ୍କୁ ଜୀବନ ଅଧେ ଦେଇ ଶିବା କାନ୍ତ କଲାପରି ବିଚାରତ ଅଭିମନ୍ୟୁ. ବିଦଗ୍ୱଚିନ୍ତାମଣି

୧୭. (+କରଣ ଅନ)—ଜୀବିତ ରଖିବା ବସ୍ତୁ; ଯେଉଁ ପଦାର୍ଥ ଯୋଗୁଁ ଜଣକର ପ୍ରାଣ ରହିଛି (ହିନ୍ଦୀ - ଶବ୍ଦସାଗର) —୧୭. A thing essential for one's existence.

(ଯଥା—ମାଆ ଦୁଧହିଁ ବର୍ତ୍ତମାନ ଏ ଶିଶୁଟିର ଏକମାତ୍ର ଜୀବନ ହୋଇଛି)

୧୮. ପୁତ୍ର (ହିନ୍ଦୀ - ଶବ୍ଦସାଗର) —୧୮. Son.
୧୯. ଗଙ୍ଗା ନଦୀ (ହିନ୍ଦୀ - ଶବ୍ଦସାଗର) — ୧୯. The river Ganges.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ପୋଷଣାହାରୀ; ପୋଷଣକର୍ତ୍ତା — ୧. One who maintains another.
୨. ଜୀବଦାତା; ଉଜ୍ଜୀବକ —୨. Preserver of one's life; life-giving; enlivening.
୩. ଜୀବଧିଷ୍ଠାତା —୩. Pervading the life.

[ଦ୍ରଷ୍ଟବ୍ୟ —ବାତ୍ସଲ୍ୟରେ ପୁତ୍ର ବା ଶିଷ୍ୟାଦିଙ୍କୁ 'ବାବାଜୀ, ବାବାଜୀଉ ବାବାଜୀବନ' ଇତ୍ୟାଦି ସଂବୋଧନ କରାଯାଏ]