ଗିନି

ଉଇକିଅଭିଧାନ‌ରୁ

ଗିନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଇଂରାଜୀ - ଗିନୀ)[ସମ୍ପାଦନା]

ଇଂଲଣ୍ଡ଼ରେ ପ୍ରଚଳିତ ୨୧: ଶିଲିଙ୍ଗ୍ ମୂଲ୍ୟର ସ୍ୱର୍ଣ୍ଣ ମୁଦ୍ରା; ସଭରେନ୍ —An English gold coin (୨୧ shillings).

[ଦ୍ରଷ୍ଟବ୍ୟ —ଏହା ଖାଣ୍ଟି ସୁନା ନୁହେଁ, ଏଥିରେ କିଛି ତମ୍ୱା ମିଶିଥାଏ; ଏହା ଓଜନରେ ୧ ଭରିର ୧୧/୧୬: ବା ଏଗାର ଅଣା; ଏହି ସ୍ୱର୍ଣ୍ଣ ମୁଦ୍ରା ବିଲାତରେ ୧୬୬୩: ସାଲରେ ମୁଦ୍ରିତ ହେଲା ଓ ଏହାର ମୁଦ୍ରଣ ୧୮୧୩: ସାଲରୁ ବନ୍ଦ ହୋଇଅଛି ଏହାର ମୂଲ୍ୟ ୧୫: ଥିଲା, କିନ୍ତୁ ସୁନାର ଭାଉକମି ବେଶି ହେବା ସଙ୍ଗେ ଏହାର ମୂଲ୍ୟ ଯଥାକ୍ରମେ କମି ବେଶି ହେଉଅଛି ଆଫ୍ରିକା ଦେଶରେ ଗିନୀ ନାମକ ସ୍ଥାନରୁ ଆମଦାନୀ ହୋଇଥିବା ସୁନାରୁ ଏ ମୁଦ୍ରା ପ୍ରଥମେ ତିଆରି ହେଉଥିବାରୁ ଏ ମୁଦ୍ରାର ନାମ ଗିନୀ ହୋଇଥିଲା ଭାରତର ଲୋକେ ଆଜିକାଲି ବିଲାତ ପ୍ରଚଳିତ ପାଉଣ୍ଡ଼୍ ବା ସଭରେନ୍ ନାମକ ସ୍ୱର୍ଣ୍ଣ— ମୁଦ୍ରାକୁ ଭୁଲରେ ଗିନୀ ନାମରେ ଡ଼ାକୁଛନ୍ତି—ହିନ୍ଦୀ - ଶବ୍ଦସାଗର]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

(ଏହା ଗିନ୍ ଗିନ୍ ବାଜିବାରୁ) କଂସାରେ ନିର୍ମିତ ଛୋଟ କରତାଳ —Small bell-metal cymbals.