ବଇଠି

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଗୋଲ ବା ଡେଙ୍ଗା ପଦାର୍ଥ ବା ପାତ୍ର ଭୂମିରେ ଯେପରି ଅଟଳ ହୋଇ ବସି ପାରିବ ଏଥି ନିମନ୍ତେ ତହିଁ ତଳେ ଲାଗି ଥିବା ଆସନୀ
  • ପ୍ରତିମା ଆଦିର ତଳେ ଲାଗିଥିବା ଆସନ
  • କୌଣସି ପଦାର୍ଥ ରଖି ଦେବାର ଆସନୀ ବା ଆଧାର
  • ଆସନ; ଯାହା ଉପରେ ବସିବାକୁ ହୁଏ
  • ଚକା ଆସନବଇଠି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେଷ୍ଟକ)[ସମ୍ପାଦନା]

୧. ଗୋଲ ବା ଡେଙ୍ଗା ପଦାର୍ଥ ବା ପାତ୍ର ଭୂମିରେ ଯେପରି ଅଟଳ ହୋଇ ବସି ପାରିବ ଏଥି ନିମନ୍ତେ ତହିଁ ତଳେ ଲାଗି ଥିବା ଆସନୀ —୧. A pedestal attached to the bottom of a round or tall thing to enable it to be set without sliding.
୨. ପ୍ରତିମା ଆଦିର ତଳେ ଲାଗିଥିବା ଆସନ — ୨. Pedestal at the bottom of an image.
୩. କୌଣସି ପଦାର୍ଥ (ଯଥା, ହୁକା, ଲାମ୍ପ୍) ରଖି ଦେବାର ଆସନୀ ବା ଆଧାର —୩. A small tripod used as a stool.
୪. ଆସନ; ଯାହା ଉପରେ ବସିବାକୁ ହୁଏ —୪. A seat.

ମୋର ଜାନୁ ବଇଠିକି ଅଭିମନ୍ୟୁ. ବିକଗ୍ଧଚିନ୍ତାମଣି

୫. (ଜଗନ୍ନାଥଙ୍କର) ଚକା ଆସନ —୫. A round seat on which the image of Lord Jagannath is set.

ସ୍ୱର୍ଗ ପାତାଳ, ମଞ୍ଚ ତିନି ବଇଠି ସ୍ୱରୂପେ ଜନମି ଯଶୋବନ୍ତ ପ୍ରେମଭକ୍ତି ବ୍ରହ୍ମଗୀତା

ପ୍ରାଦେଶିକ - (ଗଡ଼ଜାତ) ଅ[ସମ୍ପାଦନା]

(ପୋଢୁଅଙ୍କ ଆଗ ଗୋଡ଼କୁ ପାଞ୍ଚଣଦ୍ୱାରା ଈଷତ୍ ଆଘାତ କରିବାଦ୍ୱାରା ଜଗୁଆଳିର ଉଚ୍ଚାରିତ ପଦ) ଆଗ ଗୋଡ଼ଦ୍ୱାରା ଆଣ୍ଠୋଇ ପଡ଼ — (Interjection; a word used by buffalo- keepers to a male buffalo) Kneel down by the front legs.