ଅ
ଦେଖଣା
| ଓଡ଼ିଆ ବର୍ଣ୍ଣମାଳା | |||||
|---|---|---|---|---|---|
| ଓଡ଼ିଆ ସ୍ଵର ବର୍ଣ୍ଣ | |||||
| ଅ | ଆ | ଇ | ଈ | ଉ | |
| ଊ | ଋ | ୠ | ଌ | ୡ | |
| ଏ | ଐ | ଓ | ଔ | | |
| ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
| କ | ଖ | ଗ | ଘ | ଙ | |
| ଚ | ଛ | ଜ | ଝ | ଞ | |
| ଟ | ଠ | ଡ | ଢ | ଣ | |
| ତ | ଥ | ଦ | ଧ | ନ | |
| ପ | ଫ | ବ | ଭ | ମ | |
| ଯ | ର | ଳ | ଵ | ୟ | |
| ହ | କ୍ଷ | ଶ | ଷ | ସ | |
| ଓଡ଼ିଆ ସଂଖ୍ୟା | |||||
| ୦ | ୧ | ୨ | ୩ | ୪ | |
| ୫ | ୬ | ୭ | ୮ | ୯ | |
ଅ ଓଡ଼ିଆ ବର୍ଣ୍ଣମାଳାର ପ୍ରଥମ ଅକ୍ଷର । ଏହା ଏକ ସ୍ଵର ବର୍ଣ୍ଣ । ଏହି ବର୍ଣ୍ଣର ସ୍ଵତନ୍ତ୍ର ଚିହ୍ନ ବା ମାତ୍ରା ନାହିଁ । ଏହାକୁ ବାକି ବ୍ୟଞ୍ଜନ ବର୍ଣ୍ଣ ସହିତ ଯୁକ୍ତ କରି ଉଚ୍ଚାରଣ ଓ ବର୍ଣ୍ଣପରିଣୟ କରାଯାଇଥାଏ । ଏହାର ଉଚ୍ଚାରଣର ସ୍ଥାନ କଣ୍ଠ । [୧]
ଇତିହାସ ଓ ପୁରାଣ
[ସମ୍ପାଦନା]ଆଗକାଳରେ ଅବଧାନମାନେ ପିଲାଙ୍କୁ ଏହି ଅକ୍ଷର ମଡ଼ାଇଲାବେଳେ 'ସ୍ଵରେ ଅ' ବୋଲି ଡାକନ୍ତି । ଏହା ଅଁ(ଓଁ) ବା ପ୍ରଣବର ଅଂଶବିଶେଷ ବୋଲି ଶାସ୍ତ୍ରରେ କଥିତ । ଅ+ଁ ମିଶି ଅଁ ବା ଓଁ ହୋଇଅଛି । ଅ ଅକ୍ଷର ଟି ଓଡ଼ିଆ ବର୍ଣ୍ଣମାଳାର ପ୍ରଥମ ଅକ୍ଷର ଓ ଁ ଅକ୍ଷର ଟି ଓଡ଼ିଆ ବର୍ଣ୍ଣମାଳାର ଶେଷ ଅକ୍ଷର ଅଟନ୍ତି। ଏହି ଦୁଇ ଗୋଟି ଅକ୍ଷର ମିଶ୍ରଣରେ ଅଁ (ଅଁଙ୍କାର) ଶବ୍ଦର ସୃଷ୍ଟି ହୋଇଥାଏ। ଏହି ଅଁ (ଅଁଙ୍କାର) ଶବ୍ଦଟି ପରମେଶ୍ବରଙ୍କର ଅସ୍ତିତ୍ବକୁ ବୁଝାଇଥାଏ। ଏହାକୁ(ॐ ବା ଅଁ) ପରମେଶ୍ବରଙ୍କର ଅସ୍ତିତ୍ବ ସ୍ୱରୂପେ ଶାସ୍ତ୍ରର ପ୍ରତ୍ୟେକ ଶ୍ଲୋକର ଆରମ୍ଭରେ ବ୍ୟବହାର କରାଯାଏ।
[୧]
ଆଧାର
[ସମ୍ପାଦନା]- 1 2 ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. ବିଶ୍ଵନାଥ କର. କଟକ. ପୃ. ୧ (୧୯୩୧)
