ଉଇକିଅଭିଧାନ:ବଛା ଶବ୍ଦ/୨୦୨୦

ଉଇକିଅଭିଧାନ‌ରୁ
« ୨୦୧୯ ୨୦୨୦ ୨୦୨୧ »
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର


ଜାନୁଆରୀ[ସମ୍ପାଦନା]

ଛନ୍ଦାଛନ୍ଦି

ଉଚ୍ଚାରଣ: Chhandā-chhandi
ଦେଶଜ - ବିଶେଷ୍ୟ

  1. ଗୁଡେଇ ତୁଡେଇ ବାନ୍ଧିବା
  2. ଅନ୍ୟୋଽନ୍ୟ ବନ୍ଧନ

[ଉଦାହରଣ —ତରୂ ବ୍ରତତୀର ପ୍ରେମେ ବନ୍ଧାବନ୍ଧି ଛନ୍ଦାଛନ୍ଦି ଘେନାଘେନି — ରାଧାନାଥ, ଯଯାତିକେଶରୀ]

ଫେବୃଆରୀ[ସମ୍ପାଦନା]

ପହଣୀ

ଉଚ୍ଚାରଣ: Pahaṇī
ଶବ୍ଦ ବିନ୍ୟାସ: ସଂସ୍କୃତ - ପ୍ରବେଣୀ; ସଂସ୍କୃତ - ପୟଃ+ ନାଳୀ
ଦେଶଜ - ବିଶେଷ୍ୟ

  1. ଜଳ ନାଳ
  2. ଲମ୍ୱା ଗହୀର ଗାତ

ମାର୍ଚ୍ଚ[ସମ୍ପାଦନା]

ଦହଣ

ଉଚ୍ଚାରଣ: Dahaṇa
ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ

  1. ଗହିର ମଝିରେ ଥିବା ଚାଷ ଜମି

ଅପ୍ରେଲ[ସମ୍ପାଦନା]

ଜେମା

ଶବ୍ଦ ବିନ୍ୟାସ: ସଂସ୍କୃତ- ଜାମା=କନ୍ୟା (ସ୍ତ୍ରୀ.)
ଦେଶଜ - ବିଶେଷ୍ୟ

  1. ରାଜପୁତ୍ରୀ, ଜେମାଦେଈ‌

[ଉଦାହରଣ —ଜୟ କାଞ୍ଚୀଜେମା ବିଶ୍ୱମନୋରମା— ରାଧାନାଥ, ଚିଲିକା]

ପଇକାରୀ

ଉଚ୍ଚାରଣ: Paikārī
ଶବ୍ଦ ବିନ୍ୟାସ: ଫାରାସୀ - ପୈକାର୍
ବୈଦେଶିକ - ବିଶେଷ୍ୟ

  1. କୋଚା ବିକ୍ରି କରିବା ବେପାରୀ; ଯେଉଁ ବେପାରୀ ବଡ଼ ମହାଜନ ଠାରୁ ସଉଦ ଆଣି ଗ୍ରାହକମାନଙ୍କୁ ଅଳ୍ପ ଅଳ୍ପ ପରିମାଣରେ ବିକ୍ରି କରେ

ନିହ୍ନୁତ

ଉଚ୍ଚାରଣ: Nihnuta
ଶବ୍ଦ ବିନ୍ୟାସ: ନି+ହ୍ନୁ ଧାତୁ+କର୍ମ. ତ
ସଂସ୍କୃତ - ବିଶେଷଣ

  1. ଗୋପିତ; ଅପ୍ରକାଶିତ

ଜୁଲାଇ[ସମ୍ପାଦନା]

ଛୁରି

ଉଚ୍ଚାରଣ: Chhuri
ଶବ୍ଦ ବିନ୍ୟାସ: ଛୁର୍ ଧାତୁ+ କରଣ. ଇ
ସଂସ୍କୃତ - ବିଶେଷ୍ୟ

  1. କାଟିବାର କ୍ଷୁଦ୍ର ଅସ୍ତ୍ର; ଅସିପୁତ୍ରୀ

[ଉଦାହରଣ —ଛଟା କାହା କଟାକ୍ଷର ଛୁରି ହେଲା କି ବକ୍ଷର - କବିସୂର୍ଯ୍ୟ, କିଶୋରୀଚମ୍ପୁ]

ଅଗଷ୍ଟ[ସମ୍ପାଦନା]

ଶୁଷ୍କ

ଉଚ୍ଚାରଣ: Ṡushka
ସ୍ତ୍ରୀ: ଶୁଷ୍କା
ଶବ୍ଦ ବିନ୍ୟାସ: ଶୁଷ୍ ଧାତୁ=ଶୁଖିଯିବା+କର୍ତ୍ତୃ. ତ; 'ତ' ସ୍ଥାନରେ 'କ' ଆଦେଶ
ସଂସ୍କୃତ - ବିଶେଷଣ

  1. ନିର୍ଜ୍ଜଳ; ଜଳହୀନ; ଶଖିଲା

ସେପ୍ଟେମ୍ବର[ସମ୍ପାଦନା]

ଟିକାଇତ

ଉଚ୍ଚାରଣ: Ṭikāita
ଦେଶଜ - ବିଶେଷ୍ୟ

  1. ରାଜଦ୍ୱାରରେ ବିଶିଷ୍ଟ ସମ୍ମାନର ଚିହ୍ନସ୍ୱରୁପ ଯେଉଁ ବ୍ୟକ୍ତିର କପାଳରେ ଟିକା ଦିଆଯାଇ ଥାଏ

[ଉଦାହରଣ —ଟିକାଇତ ଅଷ୍ଟଦୁର୍ଗର କହଇ ଶ୍ୟାମ ଏକି ଆଚରିତ - କବିସୂର୍ଯ୍ୟ, କିଶୋରୀ ଚମ୍ପୁ, ଟ. ଗୀତ]

ଅକ୍ଟୋବର[ସମ୍ପାଦନା]

ବିଧାନ

ଉଚ୍ଚାରଣ: Bidhāna
ଶବ୍ଦ ବିନ୍ୟାସ: ବି+ ଧା ଧାତୁ+ ଭାବ. ଅନ
ଦେଶଜ

  1. ପରି; ସଦୃଶ

[ଉଦାହରଣ —କ୍ରୋଧେ ନ ସ୍ଫୁରଇ ବଚନ, ନ କାନ୍ଦି କାନ୍ଦିଲା ବିଧାନ - ଭୂପତି, ପ୍ରେମ ପଞ୍ଚାମୃତ]

ନଭେମ୍ବର[ସମ୍ପାଦନା]

ତୋଟାଳ

ଉଚ୍ଚାରଣ: Toṭāḻa
ଦେଶଜ - ବିଶେଷ୍ୟ

  1. ତୋଟା ରଖୁଆଳ; ତୋଟା ଜଗୁଆଳି; ଉପବନ-ରକ୍ଷକ ମାଳି

ଡିସେମ୍ବର[ସମ୍ପାଦନା]

ମୈନିକ

ଉଚ୍ଚାରଣ: Mai̱nika
ଶବ୍ଦ ବିନ୍ୟାସ: ପୁଲିଙ୍ଗ - (ମୀନ+ ଜୀବିକାର୍ଥେ. ଇକ)
ସଂସ୍କୃତ - ବିଶେଷ୍ୟ

  1. ମତ୍ସ୍ୟବ୍ୟବସାୟୀ