କକ୍ଷା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କକ୍ଷା
ଉଚ୍ଚାରଣ: Kakshā

(କକ୍ଷ୍ୟା—ଅନ୍ୟରୂପ)

ସଂ. ବି. (କଷ୍ ଧାତୁ=ହିଂସା କରିବା+ସ+ସ୍ତ୍ରୀ. ଆ) —

୧: ଗୃହଭିତ୍ତି; ଘରର ମୂଳଦୁଆ କାନ୍ଥ — ୧. The foundation-wall of a house.

୨: ପିତ୍ତ—ପ୍ରକୋପ—ସମ୍ଭୁତ ରୋଗବିଶେଷ — ୨. A disease due to excess of bile in the system.

୩: ହସ୍ତୀର ଗଳାବନ୍ଧନ ରଜ୍ଜୁ — ୩. The rope tied round the neck of an elephant.

୪: କଟିବନ୍ଧ; ଚନ୍ଦ୍ରହାର; କାଞ୍ଚି; ସ୍ତ୍ରୀକଟିର ମେଖଳା — ୪. A woman's girdle or waist-chain.

୫: କାଖରେ ହେବା ବ୍ରଣ; କାଖଗୁଲି — ୫. A boil in the arm-pit.

୬: ହତା ଗେଭଦ — ୬. Enclosure or compound.

୭: ରଥମଧ୍ୟସ୍ଥ ସ୍ଥାନ ବା ଖୋପବିଶେଷ — ୭. A recess inside a car.

୮: କୋଠରୀ; ପ୍ରକୋଷ୍ଠ — ୮. Apartment; room of a house.

୯: ଅନ୍ତଃପୁର —୯. Harem; female apartment.

୧: କାଇଁଚ; ଗୁଞ୍ଜା —୧୦. Red or white berries used as jweller's weight.

୧୧: ସାଦୃଶ୍ୟ —୧୧. Equality; similarity.

୧୨: ଉଦ୍ୟୋଗ; ଉଦ୍ୟମ; ଚେଷ୍ଟା —୧୨. Endeavour.

୧୩: ପ୍ରତିୟୋଗିତା; ସ୍ପର୍ଦ୍ଧାସ୍ଥାନ —୧୩. Rivalry.

୧୪: ବସ୍ତ୍ରାଞ୍ଚଳ; କଛା —୧୪. The end or skirts of a wearing cloth.

ଦେ. ବି. —

୧: ଶତ୍ରୁତା ୧. Enmity.

ଦେଉ କି ନ ଦେଉ ମନରେ ତୋହର କେବେ ନ ଧରିବୁ କକ୍ଷା । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର

୨: ଅଦଉତି; ଅହନ୍ତା —୨. Grudge; spite.

ଧାର ତୁ ସେହି ଦୀକ୍ଷା କରିବାରୁ, କକ୍ଷା କାମ ପ୍ରେମ କଲେ ବାରେ ବାରେ ଅଭିମନ୍ୟୁ. ବିଦ୍ଗଧଚିନ୍ତାମଣି

୩: କଳିକଜିଆ —୩. Quarrel.

ଧର୍ମ ଅର୍ଥ ଦୁହିଙ୍କର ଏ କଥା କକ୍ଷା ମହୋଦଧି ମେଘ ପରାଯେ ଯେ ଅପେକ୍ଷା କୃଷ୍ଣସିଂହ. ମହାଭାରତ. ବଳ

୪: କଟାଳ; ଅଳି — ୪. Importune and pressing request.

କକ୍ଷା ନ କର ସୁନ୍ଦରି. ଚୂମ୍ବିବି ଲପନଶଶୀ ଆସି କାଲିପରି ନୀଳକଣ୍ଠ—ମାୟାଦେବୀ

୫: ଗର୍ବଯୁକ୍ତ ବାକ୍ୟ; ଅସ୍ଫାଳନ; ବାଲିଙ୍ଗି — ୫. Arrogant words; bluster; self-adulation.

ବ୍ରାହ୍ମଣ ହେ ଇଣ ସେ କରଇ ବଡ଼ କକ୍ଷା ସାରଳାମହାଭାରତ. ବିରାଟ

୬: ରାଗ; କ୍ରୋଧ —୬. Anger.

ଦୁର୍ୟ୍ୟୋଧନ ଦ୍ରୋଣଙ୍କଠାରୁ ଯେତେ ଶିକ୍ଷା କରିଥିଲେ ତା କଲେ ୟୁଦ୍ଧେ କରି କକ୍ଷା କୃଷ୍ଣସିଂହ. ମହାଭାରତ ଶଲ୍ୟ

୭: ପ୍ରତିଜ୍ଞା —୭. Resolve; determination.