Jump to content

କଚା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚା
ଉଚ୍ଚାରଣ: Kochā

(ପକ୍କା—ବିପରୀତ)

কাঁচা; কাচ্চা काच्चा

ସଂ. ବି. (କଚ+ଆ) —

ହସ୍ତିନା —Female elephant.

ବୈଦେ. ବିଣ.—(ଆ. କଚ୍ଚା) —

୧: ସାମାନ୍ୟ; ଅଳ୍ପବୟସ୍କ —୧. Young; of tender age.

୨: ଅପଟୁ; ଅନିପୁଣ — ୨. Not skilful; not well-trained.

୩: ଅନନୁଭବୀ —୩. Inexperienced.

୪: ଅପକ୍ବ; କଞ୍ଚା —୪. Unripe.

୫: ଅଦୃଢ଼ —୫. Not strong.

୬: ଅପାରଙ୍ଗମ —୬. Unfit.

୭: ରନ୍ଧା ହୋଇ ନ ଥିବା —୭. Uncooked.

୮: ଅସମ୍ପୂର୍ଣ୍ଣ —୮. Incomplete; imperfect.

୯: ୟତ୍ନପୂର୍ବକ କରାୟାଇ ନ ଥିବା (କାର୍ଯ୍ୟ) — ୯. (work) Not done with care.

୧: ମାଟିରେ ତିଆରି (ଘର) — ୧୦. (house) Built with mud or earth.

୧୧: ମାଟିଗାନ୍ଥିନିରେ ନିର୍ମିତ (କାନ୍ଥ ଆଦି) ୧୧. (wall) With mud masonry.

ବୈଦେ. ବି. (ଆ) —

କାର୍ଯ୍ୟ ସମ୍ପାଦନରେ ଅୟତ୍ନ — Carelessness in the doing of any work.

ଶକୁନି କର୍ଣ୍ଣ ଦୁଃଶାସନର ବିଚାରେ ପଡ଼ିଣ ନାଶ ଗଲେ କାରୟ କଚାରେ କୃଷ୍ଣସିଂହ. ମହାଭାରତ. ଶଲ୍ୟ

কচলা; কচলান

ଦେ. ବି. (ସଂ. କଚ ଧାତୁ=ଦୀପ୍ତି ପାଇବା) —

୧: ଧୋବାର ଲୁଗା କାଚିବା — ୧. Washerman's cloth-washing.

୨: କଚଡ଼ା ଖାଇ ପଡ଼ିବା — ୨. Falling with the buttocks on the ground.

୩: ଉପରକୁ ଉଠାଇ ତଳକୁ ଛାଡ଼ିଦେବା; କଚିବା; କଚାଡ଼ିବା —୩. Dashing a thing down.

୪: ହସ୍ତମୈଥୁନ କରଣ —୪. Masturbation.

ଦେ. ବିଣ. —

ଧୋବା ଦ୍ବାରା ସଫା ହୋଇଥିବା (ଲୁଗା) — Washed (cloth).