କଜଳପାତି
କଜଳପାତି —
ଉଚ୍ଚାରଣ: Kajaḻapāti
কাজললতা, কাজলনেতা
कजलौटी
ସଂ. ଖଞ୍ଜରୀଟ; ଖଞ୍ଜନ
ফিসা
पतरिगा, कजला
ଦେ. ବି —
୧: (ସଂ. କଜ୍ଜଳ+ପାତ୍ର) କଜଳ ରଖିବାର ଧାତୁପାତ୍ର —୧. A case for keeping collyrium.
ବାଞ୍ଛା ମାଇପର କି ସମ୍ପତ୍ତି, ସିନ୍ଦୁର ଫରୁଆ କଜଳପାତି ପ୍ରବଚନ ଚୋର ନେଇଗଲା କଜଳପାତି ନନ୍ଦକିଶୋର. ନିର୍ଝରିଣୀ
୨: ସଂ. (କଜ୍ଜଳପତ୍ରୀ) ଲାଞ୍ଜ ଲମ୍ବ ଥିବା ଏକ— ପ୍ରକାର କୃଷ୍ଣବର୍ଣ୍ଣ ଚଢ଼େଇ; ଭୃଙ୍ଗପକ୍ଷୀ — ୨. A small black bird with a long tail; the black drongo; Dicrurus Ater.
[ଦ୍ର—କଜଳପାତି ଚଢ଼େଇ ଶାଖାଶ୍ରୟୀ ବର୍ଗର ଅନ୍ତର୍ଗତ ଏହା ଲମ୍ବରେ ୧୫୧୬: ଆଙ୍ଗୁଳ ହୁଏ; ଦେଖିବାକୁ ଚକଚକିଆ କଳା; ଏହାର ଲାଞ୍ଜ କନାକନା ହୋଇଥାଏ, ଏ ଗୋରୁ ବାଛୁରୀଙ୍କ ପିଠିରେ ବସେ ଓ ତୀର ବଗରେ ଉଡ଼ୁ ଉଡ଼ୁ ମଝି ମଝିରେ ଡେଣାକୁ ସଂକୁଚିତ କରି ରହି ୟାଉଥାଏ]
[କଜଳପାତି ବା କଳାପାତି ସମ୍ବନ୍ଧେ ଲୌକିକ ସଂସ୍କାର— ୧: ଉତିଆଣୀ ପିଲାଙ୍କୁ ଡାହାଣୀ ଦୃଷ୍ଟିରୁ ରକ୍ଷା କରିବାକୁ ପିଲାର ବିଛଣାର ମୁଣ୍ଡ ଉପରେ ଗୋଟିଏ କଜଳପାତି ରଖା ହୋଇଥାଏ ୨: ସଧବା ଝିଅ ଶାଶୁ ଘରକୁ ଗଲାବେଳେ ହାତରେ କଜଳ— ପାତିଟିଏ ଧରି ଘରୁ ଅନୁକୂଳ କରେ କାରଣ ଏ ଦେଶରେ କଜଳ ଘେନିବା ସଧବାର ଲକ୍ଷଣ]