କଜଳପାତିଆ ଭଲଲୋକ
ଦେଖଣା
କଜଳପାତିଆ ଭଲଲୋକ —
ଉଚ୍ଚାରଣ: Kajaḻapātiā bhalaloka
ଦେ. ବିଣ —
୧: ଯେଉଁ ମଧ୍ୟସ୍ଥ ଆପଣାର ସ୍ବାର୍ଥପ୍ରତି ଦୃଷ୍ଟି ରଖି କିମ୍ବା ପକ୍ଷପାତ କରି ନ୍ୟାୟ କରେ — ୧. A selfish or partial arbitrator.
୨: ଯେଉଁ ଭଲଲୋକ ଅନ୍ୟ ବ୍ୟକ୍ତିର ନିଷାପ କରିବାକୁ ୟାଇ ନିଜର ସର୍ବନାଶ ଘଟାଏ —୨. An arbitrator who comes to trouble for going to arbitrate between two parties.
[ଦ୍ର—କଥା ଅଛି—ଗୋଟିଏ ଗାଈ ସଙ୍ଗେ ଗୋଟିଏ ବଡ଼ ବୃକ୍ଷ ସଙ୍ଗମ ଇଚ୍ଛା କରିବାରୁ ଗାଈଟି ବୃକ୍ଷଭର ପୃଥୁଳାଙ୍ଗକୁ ଡରି ରାଜି ହେଲା ନାହିଁ ବୃଷଭ ୟାଇ ଗୋଟିଏ କଜଳପାତି ଚଢ଼େଇକୁ ମଧ୍ୟସ୍ଥ (ଭଲଲୋକ) କରି ଆଣିଲା କଜଳପାତି ଗାଈକୁ ସାହସ ଦେବାରୁ ଗାଈ ରାଜି ହେଲା ମାତ୍ର ସଙ୍ଗମ ବେଳେ କଜଳପାତି ଗାଈ ପିଠିରେ ବସି ରହିବାରୁ ବୃଷଭର ଦେହ ଭାରରେ ପିଷ୍ଟ ହୋଇ ନିଜେ ମଲା ଯେଉଁ ଲୋକ ମଧ୍ୟସ୍ଥତା କରିବାକୁ ୟାଇ ନିଜେ କ୍ଷତିଗ୍ରସ୍ତ ବା ନଷ୍ଟ ହୁଏ ତାକୁ କଜଳପାତିଆ ଭଲଲୋକ କହନ୍ତି]