କଜେଇ
ଦେଖଣା
କଜେଇ —
ଉଚ୍ଚାରଣ: Kajei
কজাই; কাজাই
दहाना
ବୈଦେ. ବି ଫା. କଜାଇ —
ଘୋଡ଼ାର ପାଟି ମଧ୍ୟରେ ଦିଆୟିବା ଲୁହାର କଡ଼ିଯୁକ୍ତ ଦଣ୍ଡ —Iron-bit put in the mouth of a horse.
[ଦ୍ର—ଏହାକୁ ଘୋଡ଼ାପାଟିରେ ଗଳାଇ ଦେଇ ଏହାର ଦୁଇ ମଣ୍ଡରେ ଥିବା ମୁଦିଆରେ ଦଉଡ଼ି ଲଗାଇ ତାକୁ ଘୋଡ଼ାର କପାଳ ଉପର ବାଟେ ଉଡ଼ିବାକୁ ହୁଏ ଓ ଏହି ଦୁଇ ମୁଦିଆରେ ଲଗାମ ଲଗାଇ ଚାଳକ ଲଗାମକୁ ଯେଉଁ ଆଡ଼େ ଟାଣେ ଘୋଡ଼ାର ମୁହଁ ସେହି ଆଡ଼େ ବୁଲି ଯାଏ ଓ ଘୋଡ଼ା ଚାଳକର ଆୟତ୍ତରେ ରହେ ଏହା ଦୁଇ ପ୍ରକାର—ସାଦା କଜେଇ ଓ କଣ୍ଟା କଜେଇ]