କଞ୍ଚଣ
ଦେଖଣା
କଞ୍ଚଣ —
ଉଚ୍ଚାରଣ: Kan̄chaṇa
ସଂ. ପର୍ୟ୍ୟାୟ—କାଞ୍ଚନ; କାଞ୍ଚନାର;
ୟୁଗପତ୍ରକ, ମରିକ, ଗଣ୍ଡାରି, କୋବିଦାର,
କର୍ବୁଦାର
ମ. କାଚମୁ କୋରକ
ଗୁ. ଚମ୍ପାକାଟୀ
ତେ. ଦେବ କାଞ୍ଚନ
কাঞ্চন
कचनार
ଦେ. ବି. (ସଂ. କାଞ୍ଚନ) —
୧: ସ୍ବନାମପ୍ରସିଦ୍ଧ ଫୁଲ ଓ ତହିଁର ଗଛ —୧. A red flower and its tree; Bauhinia Acuminata.
[ଦ୍ର—ବର୍ଣ୍ଣଭେଦରେ ଏ ଫୁଲ ତିନି ପ୍ରକାର—ଧଳା, ନାଲି ଓ ଈଷତ୍ ହଳଦିଆ; ଫୁଲ ହେମନ୍ତରେ ଫୁଟେ, ଏହାର ପତ୍ର ଦୁଇ ଫାଳିଆ, ଏହା କ୍ରିମି, କୁଷ୍ଠ ଗୁଦଭ୍ରଂଶ, ଗଣ୍ଡମାଳା ଓ ବ୍ରଣ ନାଶକ]
୨: ଏକ ଜାତୀୟ ଡେର ଫନ୍ଦ ଥିବା କଂସା ଥାଳି — ୨. A bell-metal plate with high ridges.
୩: ଦେଶବିଶେଷ (ବିଷ୍ଣୁକେଶରୀ ପୁରାଣ) — ୩. Name of a country.