Jump to content

କଞ୍ଚା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଞ୍ଚା
ଉଚ୍ଚାରଣ: Kan̄chā

ପାଚିଲା, ପକ୍କାବିପରୀତ

কাঁচা कच्चा

ଦେ. ବିଣ. (ଆ. କଚ୍ଚା=ଅପକ୍ବ) —

୧: ଅପକ୍ବ; ପାଚି ନ ଥିବା— (ଯଥା, ଫଳ) —୧. Unripe; raw; green.

୨: ସଦ୍ୟ; ତଟକା (ଯଥା, ରକ୍ତ) — ୨. Fresh.

୩: ପାକ କରାଯାଇ ନ ଥିବା (ଯଥା, ମାଂସ) — ୩. Uncooked; undressed.

୪: ଖାଣ୍ଟି; ଅମିଶ୍ର (ଯଥା, ସୁନା) —୪. Pure.

ଯେ ବ୍ୟକ୍ତି ଭୁଣ୍ଡରୁ କଞ୍ଚା ଗଦ୍ୟ ବିନୁ ଆଉ କିଛି ବାହାରେ ନାହିଁ ରାଧାନାଥ, ବିବେକୀ

୫: ଅପାରଦର୍ଶୀ —୫. Not proficient; not well up.

(ଯଥା—ଏ ପିଲାଟି ଗଣିତରେ କଞ୍ଚା)

୬: ଶୁଖି ନ ଥିବା; ଓଦା (ଯଥା, କାଠ) — ୬. Moist; not dried.

୭: ଆଦକ୍ଷ; ଅପ୍ରବୀଣ. (ଯଥା, ବୁଦ୍ଧି) — ୭. Inexperienced; unskilful.

୮: ପୋଡ଼ା ହୋଇ ନ ଥିବା (ଯଥା, ଇଟା) — ୮. Unburnt; unbaked.

୯: ଶିଥଳ; ଢିଲା (ଯଥା, ସିଲାଇ) —୯. Loose.

୧: ଅସଂପୂର୍ଣ୍ଣ (ଯଥା, କାମ) — ୧୦. Imperfect; immature; not final.

୧୧: ଅପରିଣତ (ଯଥା, ବୟସ) —୧୧. Undeveloped.

୧୨: ଅସିଦ୍ଧ (ଯଥା, ପରିବା) —୧୨. Unboiled.

୧୩: କୋମଳ; ନରମ —୧୩. Soft; tender.

୧୪: ଅସ୍ଥିରୀକୃତ (ଯଥା, କଥା) —୧୪. Unsettled.

୧୫: ଅସ୍ଥାୟୀ; ୟାହା ବହୁକାଳ ସ୍ଥାୟୀ ନୁହେଁ (ଯଥା, ଗାନ୍ଥିନି) — ୧୫. Temporary; not durable.

୧୬: ପରିବର୍ତ୍ତନଶୀଳ —୧୬. Changeable.