କଟକଟି
ଦେଖଣା
କଟକଟି —
ଉଚ୍ଚାରଣ: Kaṭakaṭi
ଦେ. ବି —
୧: ଘରଚାଳର ରୁଅ ଉପରେ ଦିଆୟିବା ବତାରେ ଖୁବ ଶକ୍ତ କରି ଗଣ୍ଠି ଭିଡ଼ିବା ନିମନ୍ତେ ବ୍ୟବହୃତ ହେବା ଏକ ଖଣ୍ଡ ବାଉଁଶକାଠି ଯୁକ୍ତ ଝୋଟ ବା ଲଇର ଫାଶ —୧. A contrivance consisting of a stout bamboo-stick attached to a smale rope used to twist the spilt bamboos laid on the rafters of a thatched house to make the frame work tight and even.
[ଦ୍ର—କାଠିକୁ ବୁଲାଇ ମୋଡ଼ିଲା ବେଳେ ଫାଶଟି କଟ କଟ ଶବ୍ଦ କରେ]
୨: ଦୁଷ୍ଟ ଅଲିଆ ଗାଈ ଦଉଡ଼ି ନ ପାରିବ ବୋଲି ତା ପଛ ଗୋଡ଼ ଜଙ୍ଘରେ କଷାହୋଇ ଭିଡ଼ାୟିବା ଦଉଡ଼ି — ୨. A string tied tightly on a thigh of an unruly cow to prevent it from running away.
ପ୍ରାଦେ. (ସମ୍ବଲପୂର) ବିଣ —
କୃପଣ —Miserly.
କଟକଟିର ଧନ ଗରିବର ମନ—ଢଗ