କଟକଟିଆ
ଦେଖଣା
କଟକଟିଆ —
ଉଚ୍ଚାରଣ: Kaṭakaṭiā
ଦେ. ବିଣ. —
୧: କଟ୍ କଟ୍ ଶବ୍ଦ କରୁଥିବା — ୧. Producing kaṭ kaṭ sound; making rattling sound.
୨: ଚିଡ଼ଲ —୨. surly; grumbling; rude; plain-spoken; blunt.
ଦେ. ବି. —
ଶାଖାଶ୍ରୟୀବର୍ଗର ଲମ୍ବ ପକ୍ଷୀବିଶେଷ — Fly-catcher (bird).
[ଦ୍ର—ଏମନେ ନୀଳ ଓ କୃଷ୍ଣଭେଦର ଦୁଇପ୍ରକାର ଏମାନଙ୍କ ଦେହ ପ୍ରାୟ ଆଠ ଆଙ୍ଗୁଳ ଲମ୍ବ ଏମାନେ ଘରଚଟିଆ ଚଢେଇ ପରି ଏମାନେ ପୋକଧରି ଖାଆନ୍ତି—(ନୀଳବର୍ଣ୍ଣ କଟକଟିଆ Stoparola melanops;କଳା କଟକଟିଆଙ୍କ ଅଣ୍ଟା ବଡ଼, ପକ୍ଷ ଖଇରା, ପେଟ ଧଳା —Hypothymis Azurea—ୟୋଗେଶ୍ଚନ୍ଦ୍ର]