କଟା
କଟା —
ଉଚ୍ଚାରଣ: Kaṭā
কাটা
काटा
ଦେ. ବି. (ସଂ. କିର୍ତ୍ତନ) —
୧: କାଟିବା; ଛେଦନ; ହଣା — ୧. Cutting; hacking.
୨: ପାଚିଲାଧାନଗଛଆଦିକୁ ଭୁମିରୁ ଛେଦନ କରିବା — ୨. Reaping; harvesting.
୩: ଅଙ୍କିବା; ଅଙ୍କନ —୩. Drawing.
୪: ତୂଳାରୁ ସୂତା ବଳିବା —୪. Spinning.
୫: ଫେଡ଼ାଣ; ବାଦ୍ଦେବା —୫. Subtracting; deducting.
୬: (ସର୍ପ ଦ୍ବାର) ଦଂଶନ —୬. Snake-bite.
୭: ତାସ ଖେଳରେ ଫେଣ୍ଟା ହୋଇ ଥିବା ସମସ୍ତ ତାସ ରୁ ପୁଳାଏ କାଢ଼ି ନେବା —୭. Taking out of portion from a pack of cards in a card play.
୮: ଗାଳିମନ୍ଦଦେବା; ଅଭିସମ୍ପାତ ଦେବା —୮. Cursing; imprecating; abusing.
୯: ସ୍ତ୍ରୀଲୋକମାନଙ୍କର ହାତରେ ପିନ୍ଧିବା ଏକ ପ୍ରକାର ପାତିଆ ପରି ପାତଳା ଓ ଉପରେ ଦାଢୁଆ ହୋଇଥିବା ଖଡ଼ୁ — ୯. A kind of thin and sharpe dged bracelet.
ପ୍ରାଦେ. (ସମ୍ବଲପୂର) ବି —
ପର୍ବତାଦି ଉଚ୍ଚସ୍ଥାନରୁ ଗଡ଼ିଆସୁଥିବା ବର୍ଷାପଣିକୁ ବନ୍ଧ ପକାଇ ଅଟକାଇ ରଖିବା ପାଇଁ କରା ଯାଇଥିବା ବଡ଼ ପୋଖରୀ —Big tank formed by restraining rain-water coming down from the hills by bandhas.
[ଦ୍ର—ଏଜଳାଶୟରେ ତିନିପାଖେ ବା ଏପାଖେ ବନ୍ଧ ଥାଏ ଯେଉଁ ଉଚ୍ଚସ୍ଥାନରୁ ପାଣି ଗଡ଼ି ପଶେ ସେ ପାଖ ମେଲା ଥାଏ ଚାରି ଆଡ଼େ ବନ୍ଧ ଥିବା ବଡ଼ କୃତିମ ଜଳାଶୟକୁ 'ବନ୍ଧ' ଓ କ୍ଷୁଦ୍ର 'କଟା'କୁ ମୁଣ୍ଡା କହନ୍ତି]
ଦେ. ବିଣ —
୧: କଟା ଯାଇଥିବା; କର୍ତ୍ତିତ — (ଯଥା—କଟା ଘାଆ) —୧. Cut; severed.
୨: କର୍ତ୍ତନ ଜନିତ —୨. Due to cutting.
୩: (ସଂ. କଡ଼ାର)—ପାଉଁସିଆ —୩. of ashy colour.