କଟାକଟି
ଦେଖଣା
କଟାକଟି —
ଉଚ୍ଚାରଣ: Kaṭākaṭi
কাটাকাটি
कटाकटि; काटकुट
ଦେ. ବି ଓ ବିଣ—(ସଂ. କିର୍ତ୍ତନ. ପ୍ରା. କଟ୍ଟନ) —
୧: କର୍ତ୍ତନ; ଛେଦନ —୧. Cutting; hacking.
୨: ହଣାହଣି; ପରସ୍ପର କାଟିବା — ୨. Mutual hacking.
ପରସ୍ପର ପାଞ୍ଚାଳ ତୁଲେ ଆମ୍ଭ ଲୋକ, ଶୋଇଲେ କଟାକଟି ହୋଇ ରଣେ ବେକ କୃଷ୍ଣସିଂହ. ମହାଭାରତ. ଦ୍ରୋଣ
୩: ଗାଳି ଦିଆଦେଇ —୩. A busing each other.
ଅଳ୍ପଦିନ ସ୍ଥିତିପାଇଁ ଭବ ଚଟି ଏଥିଲାଗି କିମ୍ପା ଏତେ କଟାକଟି ରାଧାନାଥ, ଦରବାର
୪: ଫେଡ଼ାଣ; ଅନ୍ତର କରଣ — ୪. Deducting; subtraction.
୫: ପରସ୍ପର ଉକ୍ତି ପ୍ରତ୍ଯୁକ୍ତିର ଖଣ୍ଡନ — ୫. Mutual refutation.
ଲାଗିଅଛି ପରସ୍ପର କଥା କଟାକଟି ଚିନ୍ତାମଣି, ବିକ୍ରମାଦିତ୍ୟ