Jump to content

କଟାକ୍ଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟାକ୍ଷ
ଉଚ୍ଚାରଣ: Kaṭāksha

ସଂ. ବି. (କଟ=ପ୍ରାନ୍ତ+ଅକ୍ଷି=ଆଖି) —

୧: ଈଷତ୍ଦୃଷ୍ଟି — ୧. Glance.

୨: ବକ୍ରଦୃଷ୍ଟି; ଅପାଙ୍ଗଦୃଷ୍ଟି; ଆଡ଼ଚାହାଣି — ୨. Sidelong glance.

ଅଧରେ ଦନ୍ତଚାପି କଟାକ୍ଷ ବେନି ଡ଼ୋଳା ସାରଳା, ମହାଭାରତ, ଭୀଷ୍ମ

୩: କାମୂକଦୃଷ୍ଟି —୩. Amorous glance.

୪: ଅତି ଅଳ୍ପ ସମୟ; ଆଖି ପଲକ ପଡ଼ିବା କାଳ — ୪. A moment; a glance.

୫: ଈଷତ୍ କୃପାଦୃଷ୍ଟି; ସାମାନ୍ୟ ମାତ୍ର ଅନୁଗ୍ରହ — ୫. A slightly favourable look; slight favour.

ୟାହାଠାରେ କଟାକ୍ଷ ଅଛିଟି ତୁମ୍ଭରି ପଙ୍ଗୁହେଲେ ଲଘିଂପାରିବ ସେ ଗିରି କୃଷ୍ଣସିଂହ, ମହାଭାରତ, ଆଦି