Jump to content

କଟାଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଟାଳିବା
ଉଚ୍ଚାରଣ: Kaṭāḻibā
জিদ্করা हठ करना

ଦେ. କ୍ରି. —

୧: ଅଳି କରିବା; ସନିର୍ବନ୍ଧ ବା ବାରମ୍ବାର ପ୍ରାର୍ଥନା କରିବା —୧. To ask for anything pressingly or repeatedly.

ମନ ଜାଣିବାକୁ କଟାଳିଲି ନିଧୁବନ ଅଭିମନ୍ୟୁ, ବାଦଗ୍ବଚିନ୍ତାମଣି

୨: ଜିଦି କରିବା; ୟିଗର କରିବା; ଅଡ଼ି ବସିବା — ୨. To insist on a thing.

୩: (କୌଣସି ପ୍ରାର୍ଥନା ପୁରଣ ପାଇଁ)—ଅନୁରୋଧ କରିବା — ୩. To request for the grant of one's desire.

କାଣ୍ଡ କୋଦଣ୍ଡ କରେ କର ଦେଇ ନିଶରେ କରେ ଇଚ୍ଛା ମନରେ କଟାଳିବାକୁ ଥରେ ସେ ଦୀନକୃଷ୍ଣ, ରସକଲ୍ଲୋଳ

୪: ପୀଡ଼ାଦେବା; ଉତ୍ପୀଡ଼ନ କରିବା — ୪. To oppress.

ମୁଣ୍ଡ ଗଲା ତୃଣ୍ଡ ସ୍ବାଦରେ ରାହୁ ଚନ୍ଦ୍ର ସୂର୍ଯ୍ୟଙ୍କୁ କଟାଳଇ ସେହୁ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି