କଡ଼ମା
କଡ଼ମା —
ଉଚ୍ଚାରଣ: Kaṟḍ̠amā
কড়মা
कड़हन
ଦେ. ବି. (ସଂ. କଲମ=ଧାନ୍ୟବିଶେଷ) —
୧: ଧାନ୍ୟବିଶେଷ — ୧. A kind of paddy.
(ଏହା ଦୂବ ପରି ଲଟାଏ କିନ୍ତୁ ଦୂବ ଅପେକ୍ଷା ମୋଟା)
୨: (ସଂ. କଡ଼ମ୍ବ)—ଧାନ ଫସଲ କାଟି ନେବା ପରେ କିଆରୀରେ ଥିବା ନଡ଼ା ମୂଳରୁ ବର୍ଷା ବା ଜଳ ପ୍ରଭାବରେ ଅସମୟରେ ଗଜୁରିଥିବା ଧାନ ଗଛ ଓ କେଣ୍ଡ଼ା — ୨. The paddy plant and stalks coming out of the stubbles left in the paddy-field after harvesting is over.
୩: ନିର୍ଦ୍ଦିଷ୍ଟ ଊତୁ ଅତୀତ ହେବା ପରେ କାକୁଡ଼ି କଖାରୁ ଆଦି ଲତା ଓ ବାଇଗଣ ପ୍ରଭୃତି ଗଛରେ ଫଳିବା ଛୋଟ ଛୋଟ ଫଳ ବା ଗଛରୁ ବାହାରିବା ଡ଼ଙ୍କ ବା ଷଣ୍ଢା; ଅକାଳ ଫଳ —୩. Pigmy fruits and shoots appearing on worn out annual creepers and plants after the fruit-bearing season is over.
(ଯଥା—କଡ଼ମା କସି, କଡ଼ମା ଡ଼ଙ୍କ, କଡ଼ମା ଷଣ୍ଢା)
୪: (ପାନବରଜୀଙ୍କ ଭାଷା) ଗତ ବର୍ଷର ପୁରୁଣା ପାନ— ଲତାର ମୁଣ୍ଡ଼ାରୁ ଯେଉଁ ଷଣ୍ଢା ବାହାରେ — ୪. Tender shoots coming out from the stems of last year's betel creepers.